ସାଉଥ ଷ୍ଟାର୍ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, January 2, 2021

ସାଉଥ ଷ୍ଟାର୍ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ

ଚେନ୍ନାଇ: ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଦକ୍ଷିଣ ଭାରତୀୟ ସିନେମା ପାଇଁ ଭାରତୀୟ ଫିଲ୍ମ ଜଗତର ସର୍ବୋଚ୍ଚ ସମ୍ମାନ ଦାଦାସାହେବ ଫାଲକେ ଆୱାର୍ଡ-୨୦୨୦ ଘୋଷଣା କରାଯାଇଛି । ନୂଆବର୍ଷ ଅବସରରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ତାମିଲ, ତେଲୁଗୁ, ମଲାୟଲମ ଓ କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି ପାଇଁ ଏହି ପୁରସ୍କାର ଘୋଷଣା କରାଯାଇଛି । ଏହି ତାଲିକାରେ ସାଉଥ ଇଣ୍ଡଷ୍ଟ୍ରିର ଅନେକ ନାମୀଦାମି ଅଭିନେତା ତଥା ଅଭିନେତ୍ରୀଙ୍କ ନାଁ ସାମିଲ ଅଛି । ସାଉଥ ସୁପରଷ୍ଟାର ଧନୁଷଙ୍କ ଠାରୁ ଆରମ୍ଭ କରି ଅଜିତ, ରଶ୍ମୀ ଓ ଜ୍ୟୋତିକାଙ୍କ ନାଁ ମଧ୍ୟ ରହିଛି ।

ଚଳିତ ବର୍ଷ ତାମିଲ ଇଣ୍ଡଷ୍ଟ୍ରିରୁ ଭାରତୀୟ ସିନେମା ଜଗତରେ ସର୍ବୋଚ୍ଚ ସମ୍ମାନ ଦାଦା ସାହେବ ଫାଲ୍‌କେ ଆୱାର୍ଡ ପାଇବେ ସାଉଥ୍‌ ଷ୍ଟାର ତଥା ‘କୋଲାଭେରି ଡି’ ଗୀତର ଗାୟକ ଧନୁଷ।  ଫିଲ୍ମ ‘ଅସୁରନ୍’ ପାଇଁ ତାଙ୍କୁ ଶ୍ରେଷ୍ଠ ଅଭିନେତା ରୂପେ ସମ୍ମାନିତ କରାଯିବ । ଧନୁଶଙ୍କ ସମେତ ମୋଷ୍ଟ ଭର୍ସଟାଇଲ ଅଭିନେତା ରୂପେ ଅଜିତ କୁମାର, ଅଭିନେତ୍ରୀ ଜ୍ୟୋତିକାଙ୍କୁ ଫିଲ୍ମ ‘ରାମଚାସୀ’ ପାଇଁ ଶ୍ରେଷ୍ଠ ଅଭିନେତ୍ରୀ, ଆର.ପରର୍ଥୀବନଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ, ଶ୍ରେଷ୍ଠ ଫିଲ୍ମ ରୂପେ ‘ଟୁ-ଲେଟ୍’ କୁ ଏବଂ ଶ୍ରେଷ୍ଠ ମ୍ୟୁଜିକ ଡିରେକ୍ଟର ରୂପେ ଅନିରୁଦ୍ଧ ରବୀଚନ୍ଦ୍ରଙ୍କୁ ଦାଦାସାହେବ ଫାଲ୍‌କେ ପୁରସ୍କାରରେ ସମ୍ମାନୀତ କରାଯିବ।

ସେହିପରି ମଲାୟଲାମ, ତେଲୁଗୁ ଏବଂ କନ୍ନଡ ଇଣ୍ଡଷ୍ଟ୍ରିରେ କିଏ ଓ କେଉଁ ଚଳଚ୍ଚିତ୍ର  ଦାଦାସାହେବ ଫାଲ୍‌କେ ପୁରସ୍କାର ପାଇବେ ଆସନ୍ତୁ ଜାଣିବା

ତେଲୁଗୁ ଇଣ୍ଡଷ୍ଟ୍ରି

ମୋଷ୍ଟ ଭର୍ସାଟାଇଲ୍ ଅଭିନେତା- ଅକ୍କିନେନି ନାଗାର୍ଜୁନ

ଶ୍ରେଷ୍ଠ ଅଭିନେତା – ନଭୀନ ପୋଲିଶେଟ୍ଟୀ

ଶ୍ରେଷ୍ଠ ଅଭିନେତ୍ରୀ- ରଶ୍ମୀକା ମନ୍ଦନା

ଶ୍ରେଷ୍ଠ ଫିଲ୍ମ-ଜର୍ସି

ଶ୍ରେଷ୍ଠ ନିର୍ଦ୍ଦେଶକ- ଫଲ୍ମ ‘ସାହୋ’ ପାଇଁ ସୁଜୀତ

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଏସ୍. ଥାମନ

କନ୍ନଡ ଫିଲ୍ମ ଇଣ୍ଡଷ୍ଟ୍ରି

ମୋଷ୍ଟ ଭର୍ସାଟାଇଲ୍ ଅଭିନେତା- ଶିବରାଜ କୁମାର

ଶ୍ରେଷ୍ଠ ଅଭିନେତା – ରକ୍ଷିତ ସେଟ୍ଟି

ଶ୍ରେଷ୍ଠ ଅଭିନେତ୍ରୀ- ତାନ୍ୟା ହୋପ

ଶ୍ରେଷ୍ଠ ଫିଲ୍ମ-ମୁକାଜ୍ଜିୟା କନାସୁଗାଲୁ

ଶ୍ରେଷ୍ଠ ନିର୍ଦ୍ଦେଶକ- ରମେଶ ଇନ୍ଦିରା

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ବି.ହରିକୃଷ୍ଣ

ମଲାୟଲମ ଫିଲ୍ମ ଇଣ୍ଡଷ୍ଟ୍ରି

ମୋଷ୍ଟ ଭର୍ସାଟାଇଲ୍ ଅଭିନେତା- ମୋହନଲାଲ

ଶ୍ରେଷ୍ଠ ଅଭିନେତା – ସୁରଜ ବେଞ୍ଜାରାମୁଡୁ

ଶ୍ରେଷ୍ଠ ଅଭିନେତ୍ରୀ- ପାର୍ବତୀ ଥିରୁଭୋଥୁ

ଶ୍ରେଷ୍ଠ ଫିଲ୍ମ-ଉୟାରେ

ଶ୍ରେଷ୍ଠ ନିର୍ଦ୍ଦେଶକ- ମଧୁ ସି ନାରାୟଣ

ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ- ଦୀପିକା ଦେବ

The post ସାଉଥ ଷ୍ଟାର୍ ପାଇବେ ଦାଦାସାହେବ ଫାଲକେ ଆୱାର୍ଡ appeared first on Odisha Reporter.



from Odisha Reporter https://ift.tt/3rMPrm0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages