ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 22, 2021

ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ତାଙ୍କ ୧୨୫ତମ ଜନ୍ମ ଜୟନ୍ତୀ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ମୋଦି ଟୁଇଟ କରି କହିଛନ୍ତି, ଦେଶ ସ୍ୱାଧିନତା ପାଇଁ ନେତାଜୀଙ୍କ ତ୍ୟାଗ ଓ ବଳିଦାନ ଅମର ରହିବ।

ବୀର ସୁରେନ୍ଦ୍ର ସାଏ ଓ ନେତାଜୀଙ୍କ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ବୀର ସୁରେନ୍ଦ୍ର ସାଏଙ୍କ ପରାକ୍ରମ ଓ ବଳିଦାନ ସର୍ବଦା ସ୍ମରଣୀୟ ରହିବ। ଆଦିବାସୀ ତଥା ସାଧାରଣ ଜନତାଙ୍କ ସ୍ୱାର୍ଥ ଏବଂ ସମ୍ବଲପୁରରେ ବ୍ରିଟିଶ ବିରୋଧୀ ସଶସ୍ତ୍ର ସଂଗ୍ରାମରେ ତାଙ୍କ ପରାକ୍ରମ ଚିର ସ୍ମରଣୀୟ। ସେହିପରି ଓଡ଼ିଶାର ବରପୁତ୍ର, ମହାନ ସଂଗ୍ରାମୀ ନେତାଜୀଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି ଜଣାଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ତାଙ୍କର ଦୃଢ଼ ଆତ୍ମବିଶ୍ୱାସ, ଅନନ୍ୟ ବିଚାରଧାରା ଓ ସମର୍ପଣ ଭାବ ଆମ ପାଇଁ ପ୍ରେରଣାଦାୟୀ।

ରାଷ୍ଟ୍ରପତି ରାମନଥ କୋବିନ୍ଦ ମଧ୍ୟ ନେତାଜୀଙ୍କ ଜନ୍ମ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ସେ ଟୁଇଟ କରି କହିଛନ୍ତି, ନେତାଜୀଙ୍କ ଅଦମ୍ୟ ସାହସ ଏବଂ ବିରତ୍ୱର ସମ୍ମାନରେ ପୁରା ଦେଶ ତାଙ୍କ ଜୟନ୍ତୀକୁ ‘ପରାକ୍ରମ ଦିବସ’ ରୂପେ ପାଳନ କରୁଛି। ନେତାଜୀ ତାଙ୍କ ଅଗଣିତ ଅନୁଗାମୀଙ୍କ ମନରେ ରାଷ୍ଟ୍ରବାଦର ଭାବନା ଓ ସଂଚାର କରିଛନ୍ତି। ଭାରତର ସ୍ୱତନ୍ତ୍ରତା ସଂଗ୍ରାମ ଏବଂ ଅସାଧାରଣ ଯୋଗଦାନ ଦେଇଥିବା ନେତାଜୀ ସବୁଠୁ ପ୍ରିୟ ରାଷ୍ଟ୍ର ନାୟକଙ୍କ ମଧ୍ୟରୁ ଜଣେ। ତାଙ୍କ ଦେଶଭକ୍ତି ଏବଂ ବଳିଦାନରୁ ସର୍ବଦା ଆମକୁ ପ୍ରେରଣା ମିଳିବ ବୋଲି ରାଷ୍ଟ୍ରପତି କହିଛନ୍ତି।


ସେହିପରି ଗୃହମନ୍ତ୍ରୀ ଅମିତ ଶାହା, ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ ଅବସରରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି।


ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ଜନ୍ମ ଜାନୁଆରୀ ୨୩ ତାରିଖରେ ଓଡ଼ିଶାର କଟକରେ ହୋଇଥିଲ। ଭାରତ ସରକାର ତାଙ୍କ ଜୟନ୍ତୀକୁ ପରାକ୍ରମ ଦିବସ ରୂପ ପାଳନ କରିବା ପାଇଁ ନିକଟରେ ଘୋଷଣା କରିଛନ୍ତି।

The post ନେତାଜୀଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ appeared first on Odisha Reporter.



from Odisha Reporter https://ift.tt/2KDy6eu

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages