ଗିରଫ ହେବେ ‘ତାଣ୍ଡବ’ ମେକର୍ସ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

ଗିରଫ ହେବେ ‘ତାଣ୍ଡବ’ ମେକର୍ସ!

ମୁମ୍ବାଇ: ଥମୁନି ୱେବସିରିଜ ‘ତାଣ୍ଡବ’କୁ ନେଇ ବିବାଦ। ଦିନକୁ ଦିନ ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ହିନ୍ଦୁ ଧାର୍ମିକ ଭାବନାକୁ ଆଘାତ ପହଞ୍ଚାଇଥିବା ଅଭିଯୋଗରେ ଏହି ୱେବସିରିଜ ନାଁରେ ୬ଟି ସହରରେ ଏଫଆଇଆର୍ ରୁଜୁ ହୋଇଛି। ଆଜି ଉତ୍ତର ପ୍ରଦେଶ ପୁଲିସ ମୁମ୍ବାଇରେ ପହଞ୍ଚିଛି। ୱେବସିରିଜ ମେକର୍ସ ତଥା ନିର୍ଦ୍ଦେଶକଙ୍କୁ ପଚରାଉଚରା କରିବା ପାଇଁ ଲକ୍ଷ୍ନୌର ହଜରତଗଞ୍ଜରୁ ୪ଜଣ ପୁଲିସ ଅଧିକାରୀ ମୁମ୍ବାଇରେ ଆଜି ଆସି ଡେରା ପକାଇଛନ୍ତି। ଏମାନେ ଅଲ୍ଲି ଅବାସ ଜାଫର, ଆମାଜନ ମୁଖ୍ୟ ଅପର୍ଣ୍ଣା ପୁରୋହିତ, ପ୍ରଯୋଜକ ହିମାଂଶୁ କିଶନ ମେହେରା ଏବଂ ଲେଖକ ଗୌରବ ସୋଲଙ୍କିଙ୍କୁ ପଚରାଉଚରା କରିବେ । ଏଭଳି ସ୍ଥିତିରେ ୱେବସିରିଜ ନାଁରେ ଯେଉଁ ସବୁ ସଙ୍ଗୀନ ମାମଲା ରୁଜୁ ହୋଇଛି ତାକୁ ଦେଖିଲେ ‘ତଣ୍ଡବ’ର ମେକର୍ସ ଗିରଫ ହେବା ନେଇ ସମ୍ଭାବନା ବଢ଼ି ଯାଇଛି।

ସେପଟେ ୱେବସିରିଜରେ ଥିବା ବିବାଦୀୟ ଦୃଶ୍ୟ ଏବଂ ଡାଏଲଗରେ ପରିବର୍ତ୍ତନ କରାଯିବ । ଏନେଇ ପ୍ରଯୋଜକ ସଂସ୍ଥା ଗତକାଲି ସୂଚନା ଦେଇଛନ୍ତି। ପ୍ରଯୋଜକ ସଂସ୍ଥା କହିଛି ଯେ, ଖୁବଶୀଘ୍ର ୱେବ୍‌ ସିରିଜ୍‌ରେ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏନେଇ ସିରିଜ୍‌ର ନିର୍ଦ୍ଦେଶକ ଅଲ୍ଲି ଆବାସ ଜାଫର ଟୁଇଟ୍‌ କରି ସୂଚନା ଦେଇଛନ୍ତି।

ଅଲ୍ଲୀ ଅବାସ ଜାଫର କହିଛନ୍ତି, ‘ଆମ ମନରେ ଦେଶବାସୀଙ୍କ ଭାବନା ପ୍ରତି ଯଥେଷ୍ଟ ସମ୍ମାନ ରହିଛି। ଆମର ଲକ୍ଷ୍ୟ କୌଣସି ଜାତି, ସମୁଦାୟ, ଧର୍ମ, ଧାର୍ମିକ ସମୁଦାୟ, ରାଜନୈତିକ ଦଳ, ଜୀବିତ ବା ମୃତ ବ୍ୟକ୍ତିଙ୍କ ଭାବନାକୁ ଆଘାତ କରିବା ନୁହେଁ। ଏହି ମାମଲାରେ ସୂଚନା ଓ ପ୍ରସାରଣ ମନ୍ତ୍ରାଳୟରୁ ମିଳିଥିବା ସମର୍ଥନ ପାଇଁ ଧନ୍ୟବାଦ ଜଣାଉଛୁ। ଯଦି ୱେବ ସିରିଜ୍‌ କୌଣସି ବ୍ୟକ୍ତିଙ୍କୁ ଆଘାତ ଦେଇଛି ତେବେ ଆମେ ପୁଣି ଥରେ କ୍ଷମା ମାଗୁଛୁ।’


୯ ଏପିସୋଡ ବିଶିଷ୍ଟ ଏହି ୱେବସିରିଜ ରିଲିଜ ହେବା ପରେ ବିବାଦ ଘେରରେ ରହିଛି । ଚାରିଆଡୁ ଏହାକୁ ବିରୋଧ କରାଯାଉଛି। ୱେବସିରିଜକୁ ବ୍ୟାନ୍ କରିବାକୁ ମଧ୍ୟ ଅନେକ ଲୋକେ ଦାବି ଉଠାଇଛନ୍ତି। ୱେବସିରିଜରେ ହିନ୍ଦୁ ଦେବାଦେବୀଙ୍କୁ ଅପମାନ କରାଯାଉଥିବା ଅଭିଯୋଗରେ ମହାରାଷ୍ଟ୍ର, ଉତ୍ତର ପ୍ରଦେଶ ଭଳି ୬ଟି ସହରରେ ମାମଲା ରୁଜୁ ହୋଇଛି ।

The post ଗିରଫ ହେବେ ‘ତାଣ୍ଡବ’ ମେକର୍ସ! appeared first on Odisha Reporter.



from Odisha Reporter https://ift.tt/3p4GWRx

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages