କଂଗ୍ରେସ ବିଧାୟକଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 19, 2021

କଂଗ୍ରେସ ବିଧାୟକଙ୍କ ପରଲୋକ

ଜୟପୁର: ରାଜସ୍ଥାନର କଂଗ୍ରେସ ବିଧାୟକ ଗଜେନ୍ଦ୍ର ସିଂହ ଶକ୍ତାୱତଙ୍କର ଆଜି ପରଲୋକ ହୋଇଯାଇଛି। କରୋନାଭାଇରସ୍ ସଂକ୍ରମଣ ପରେ ଦିଲ୍ଲୀରେ ତାଙ୍କର ଚିକିତ୍ସା ଚାଲିଥିଲା। ଡାକ୍ତର ବହୁ ପ୍ରୟାସ କରିଥିଲେ ହେଁ, ତାଙ୍କୁ ବଞ୍ଚାଇପାରିନଥିଲେ। ଫଳରେ ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ପରଲୋକରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଶୋକ ପ୍ରକାଶ କରିଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି, ଗଜେନ୍ଦ୍ର ସିଂହଙ୍କ ଅକାଳ ବିୟୋଗରେ ମୁଁ ଗଭୀର ସମବେଦନା ଜଣାଉଛି। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଗତ ୧୫ ଦିନ ଧରି ପରିବାରବର୍ଗ ଓ ଡାକ୍ତରଙ୍କ ସଂସ୍ପର୍ଶରେ ଥିଲି। ଏଭଳି ଏକ କଠିନ ସମୟରେ ଭଗବାନ ତାଙ୍କ ପରିବାର ଲୋକଙ୍କୁ ଶକ୍ତି ଏବଂ ଦିବଙ୍ଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ସେହିପରି ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ୍ ପାଇଲଟ୍ ମଧ୍ୟ ଗଜେନ୍ଦ୍ରଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି।

ଗଜେନ୍ଦ୍ର ସିଂହ ଉଦୟପୁରର ବଲ୍ଲଭନଗର ବିଧାନସଭା ଆସନରେ ବିଜୟୀ ହୋଇଥିଲେ। ତାଙ୍କ ପିତା ଗୁଲାବ ସିଂହ ଶକ୍ତାୱତ ରାଜସ୍ଥାନ କଂଗ୍ରେସର ବରିଷ୍ଠ ନେତା ଥିଲେ। ସେ କଂଗ୍ରେସ ସରକାରରେ ଗୃହମନ୍ତ୍ରୀ ଥିଲେ। ଶେଖାୱତଙ୍କ ଦେହାନ୍ତ ପରେ ଉଦୟପୁର ଜିଲ୍ଲାରେ ଶୋକର ଛାୟା ଖେଳିଯାଇଛି।

The post କଂଗ୍ରେସ ବିଧାୟକଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/3ivQoes

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages