ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର):ଗତ ୧୬ତାରିଖରେ ରାଜ୍ୟକୁ ୪.୦୮ଲକ୍ଷ ଡୋଜ୍ କୋଭିସିଲ୍ଡ  ଟିକା ଆସିଥିବାବେଳେ ଆଜି ଭୁବନେଶ୍ୱରରେ ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କରୋନା ଟିକା । ଆଜି  ପ୍ରାୟ ୧୦ ଡୋଜ୍ ବିଶିଷ୍ଟ ୩୩ ହଜାର ୪୫୦ ଭାଏଲ୍  ଅର୍ଥାତ ୩ଲକ୍ଷ ୩୪ହଜାର ୫୦୦ ଡୋଜ୍ ଆସିବାର ଅଛି ବୋଲି ସୂଚନା ମିଳୁଛି ।  ଆଜି ଅପରାହ୍ନ ପ୍ରାୟ ୪ଟା ୨୫ ମିନିଟରେ ଏହି ଟିକା ଧରି ଆସୁଥିବା ବିମାନ ଭୁବନେଶ୍ୱର ଏୟାରପୋର୍ଟରେ ପହଞ୍ଚିବ।  

 ଏହି ସମସ୍ତ ଟିକା ସ୍ୱାସ୍ଥ୍ୟସେବା ହିତାଧିକାରୀମାନଙ୍କ ପାଇଁ ଉଦ୍ଦିଷ୍ଟ। ତେବେ ଯେଉଁ ହିତାଧିକାରୀମାନେ ସ୍ୱେଚ୍ଛାକୃତ ଟିକାକରଣକୁ ପ୍ରତ୍ୟାଖ୍ୟାନ କରିବେ ସେମାନଙ୍କୁ ପରବର୍ତ୍ତୀ ସମୟରେ ସରକାରଙ୍କ ପକ୍ଷରୁ ମାଗଣା କୋଭିଡ୍ ଟିକାକରଣର ସୁଯୋଗ ଦିଆଯିବ ନାହିଁ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ପ୍ରଥମ ଦିନରେ ୧୬୧ଟି ସେସନରେ ମୋଟ ୧୩,୯୮୦ଜଣ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କୁ ଟିକା ଦିଆଯାଇଥିଲା। ଗତକାଲି ମୋଟ ୩୮୦ଟି ସେସନରେ ସନ୍ଧ୍ୟା ୬ଟା ସୁଦ୍ଧା ୩୦,୧୬୧ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଟିକା ପ୍ରଦାନ କରାଯାଇଛି ।  ଗତକାଲି ଗୋଟିଏ ସାମାନ୍ୟ ଧରଣର ପାର୍ଶ୍ୱ ପ୍ରତିକ୍ରିୟା ମାମଲା ରିପୋର୍ଟ ହୋଇଥିଲେ ମଧ୍ୟ ସମ୍ପୃକ୍ତ ବ୍ୟକ୍ତି ଭଲ ଥିବା ଜଣାଯାଇଛି।

ଆଜି ଆସି ଟିକା ପହଞ୍ଚିବା ପରେ ରାଜ୍ୟର ସମସ୍ତ ସ୍ୱାସ୍ଥ୍ୟସେବା କର୍ମଚାରୀଙ୍କ ପୂର୍ଣ୍ଣ ଟିକାକରଣ ପାଇଁ  ପର୍ଯ୍ୟାପ୍ତ ପରିମାଣର ଟିକା ଓଡ଼ିଶାରେ ଉପଲବ୍ଧ ହେବ। ସେଥିପାଇଁ ହିତାଧିକାରୀମାନଙ୍କୁ ଟିକାକରଣ ପାଇଁ ଆସିବାକୁ ସରକାର ପୁଣିଥରେ ଅନୁରୋଧ କରିଛନ୍ତି।

ଗତକାଲି ରାଜସ୍ୱ ବିଭାଗ ଅଧୀନରେ ଥିବା ଆଗଧାଡ଼ିର କର୍ମଚାରୀମାନେ ତାଲିକାଭୁକ୍ତ ହେବା ନେଇ ସମସ୍ତ ଜିଲ୍ଲା ସହିତ ଏକ ଭିଡିଓ କନଫରେନ୍ସ ହୋଇଥିଲା। ଆସନ୍ତା ୨୫ତାରିଖ ସୁଦ୍ଧା ପଞ୍ଜିକରଣ ପ୍ରକ୍ରିୟା ଶେଷ କରିବାକୁ ସମସ୍ତ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି।

 

ସୂଚନାଯୋଗ୍ୟ,   ୨୦୦ ଟଙ୍କା ପ୍ରତି ଡୋଜ ଦରରେ ପ୍ରାୟ ୧ କୋଟି ୧୦ ଲକ୍ଷ କୋଭିସିଲ୍ଡ  ଟିକା କିଣିଛନ୍ତି ଭାରତ ସରକାର । ସିରମ୍ ଇନଷ୍ଟିଚ୍ୟୁଟରୁ ସ୍ୱତନ୍ତ୍ର ଟ୍ରକ ଯୋଗେ ବିମାନ ବନ୍ଦରକୁ ଟିକା ପଠାଯାଇଥିଲା ଏବଂ ସ୍ୱତନ୍ତ୍ର ବ୍ୟବସ୍ଥା ମଧ୍ୟରେ ବିମାନରେ ଏହାକୁ ଭାରତର ବିଭିନ୍ନ ସହରକୁ ପଠାଯାଇଥିଲା । ଗତ ୧୧ ତାରିଖରେ ପୁଣେର ସେରମ ଇନଷ୍ଟିଚ୍ୟୁଟରୁ ଆସିଥିବା କୋଭିସିଲ୍ଡ ଟିକା ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିଥିଲା । ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ୮ଶହ ଭାୟାଲ୍ ଟିକା ଅର୍ଥାତ୍ ୪ ଲକ୍ଷ ୮ ହଜାର ଡୋଜ୍ କୋଭିସିଲ୍ଡ ଟିକା ପହଞ୍ଚିଥିବା ବେଳେ  ବିମାନ ବନ୍ଦରରୁ ପୂର୍ବ ପ୍ରସ୍ତୁତି ଅନୁସାରେ ତାପମାତ୍ରା ନିୟନ୍ତ୍ରକ ଭ୍ୟାନରେ ତାହାକୁ ରାଜ୍ୟ ଟିକାକରଣ କେନ୍ଦ୍ରକୁ ନିଆଯାଇଥିଲା। ଏହାପରେ ଗତ ଶନିବାରଠୁ ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ତଥା କୋଭିଡ଼ ଯୋଦ୍ଧାଙ୍କୁ ଟିକା ଦିଆଯାଉଛି ।

The post ଆଜି ପହଞ୍ଚିବ ଦ୍ୱିତୀୟ ପର୍ଯ୍ୟାୟ କୋଭିସିଲ୍ଡ ଟିକା appeared first on Odisha Reporter.



from Odisha Reporter https://ift.tt/3qyHNug

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages