୧୫ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, January 18, 2021

୧୫ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍

ସୁରାଟ: ୧୫ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍‌ । ଗୁଜୁରାଟର ସୁରାଟରେ ଘଟିଛି ଏଭଳି ମର୍ମନ୍ତୁଦ ସଡକ ଦୁର୍ଘଟଣା। ଜାତୀୟ ସମାଚାର ଏଜେନ୍ସି ଏଏନ୍‌ଆଇ ଦେଇଥିବା ସୂଚନା ମୁତାବକ ସୁରାଟର କୋଶାମ୍ବାରେ ଆଜି ସକାଳୁ ଫୁଟପାଥରେ ଶୋଇଥିବା ବେଳେ ଏକ ଟ୍ରକ୍‌ ୧୫ ଜଣଙ୍କୁ ଧକ୍କା ଦେଇ ସେମାନଙ୍କ ଉପରେ ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ସେମାନଙ୍କ ମୃତ୍ୟୁ ହୋଇଛି। ସମସ୍ତ ମୃତକ  ଶ୍ରମିକ ଏବଂ ସେମାନେ ରାଜସ୍ଥାନର ବୋଲି ପୁଲିସ ସୂଚନା ଦେଇଛି। ତେବେ  ମୃତକଙ୍କ ମଧ୍ୟରେ ଗୋଟିଏ ଶିଶୁ ଥିବା ମଧ୍ୟ ଜଣାପଡିଛି । ସେପଟେ ଏହି ଦୁର୍ଘଟଣା ଅନ୍ୟ କେତେକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ କିଛି ଶ୍ରମିକଙ୍କ ଅବସ୍ଥା ଗୁରୁତର ଥିବା ସୂଚନା ମିଳିଛି ।

ସୂଚନା ମୁତାବକ ଗତ ବିଳମ୍ବିତ ରାତିରେ ସୁରାଟର କିମ୍‌-ମାଣ୍ଡବ ରୋଡ୍‌ରେ ଏକ ଟ୍ରକ ଓଭର ଟେକ୍‌ କରିବାକୁ ଯାଇ ଆଖୁ ବୋଝେଇ ଟ୍ରାକ୍ଟରକୁ ଧକ୍କା ଦେଇଥିଲା। ପରେ ଧକ୍କା ଯୋଗୁଁ  ଭାରସାମ୍ୟ ହରାଇ ଫୁଟପାଥ୍‌ରେ ଶୋଇଥିବା ୧୮ ଜଣ ଶ୍ରମିକଙ୍କ ଉପରେ ଚଢ଼ିଯାଇଥିଲା । ଫଳରେ ସେମାନଙ୍କ ମଧ୍ୟରେ ୧୫ଜଣ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଛି । ସେହିପରି ଅନ୍ୟ କିଛି ଜଣ ଆହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି । ଗୁଜୁରାଟ ସୁରତର ପିପଲୋଦ ଗାଁରେ ଏହି ଦୁର୍ଘଟଣା ଘଟିଛି ।

ମିଳିଥିବା ସୂଚନାନୁସାରେ ମେଡିକାଲରେ ଚିକିତ୍ସାଧୀନ ରହିଥିବା ଶ୍ରମିକଙ୍କ ଅବସ୍ଥା ଗୁରୁତର  ରହିଛି । ଲଗାତର ଭାବେ ସେମାନଙ୍କ ଉପରେ ଡାକ୍ତରୀ ଟିମ୍ ନଜର ରଖିଛନ୍ତି । ମୃତାହତ ଶ୍ରମିକମାନେ ରାଜସ୍ଥାନର ବାସଓ୍ୱାଡା ଜିଲ୍ଲାର କୁଶଲଗଡ଼ର ବାସିନ୍ଦା ବୋଲି ପୁଲିସ ସୂଚନା ଦେଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଟ୍ରକ୍‌କୁ ଜବତ କରିବା ସହ ତଦନ୍ତ ଜାରି ରଖିଛି ।

The post ୧୫ ଜଣଙ୍କ ଉପରେ ଚଢ଼ିଗଲା ଟ୍ରକ୍ appeared first on Odisha Reporter.



from Odisha Reporter https://ift.tt/2LO073z

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages