ପଟ୍ଟାମୁଣ୍ଡାଇ(ପ୍ରବୀର କୁମାର ନାୟକ) : କଥା ହେଲେ ଦେବାକୁ ପଡିବ ୧୫୦ ଟଙ୍କା ଫାଇନ । ଏଭଳି ଏକ ଦଣ୍ଡ ଶୁଣାଇଛି କଙ୍ଗାରୁ କୋର୍ଟ । ଆଉ ଏହାକୁ ଅମାନ୍ୟ କଲେ ଗାଁ ର ନିଷ୍ପତି ଅନୁଯାୟୀ ଆପଣଙ୍କୁ ହେବାକୁ ପଡିବ ବାସନ୍ଦ । ନାଁ ଗାଁ ର କୌଣସି ଆନୁଷ୍ଠାନିକ ବା ମାଙ୍ଗଳିକ କାର୍ଯ୍ୟରେ ଆପଣ ଯୋଗଦେଇପାରିବେ । ପୂର୍ବରୁ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ କଙ୍ଗାରୁ କୋର୍ଟ ହେଉଥିବା ଶୁଣିବାକୁ ମିଳୁଥିବା ବେଳେ ଏବେ ଉପକୂଳ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଶିଳପୋଖରୀ ଗାଁରୁ ଏପରି ଆଶ୍ଚର୍ଯ୍ୟଜନକ ଖବର ଆସିଛି ।
ଶିଳପୋଖରୀ ଗାଁର ଖଗେଶ୍ୱର ଦାସଙ୍କ ଘର ସମ୍ମୁଖରେ ଏକ କମ୍ୟୁନିଟି ସେଣ୍ଟର ଘର ତିଆରି କରିବାକୁ ପ୍ରସ୍ତାବ ଦିଆଯାଇଥିଲା । ତେବେ ଏହାଦ୍ୱାରା ଘରୁ ବାହାରିବାରେ ଅସୁବିଧା ହେବା ଦର୍ଶାଇ ପ୍ରଥମେ ଖଗେଶ୍ୱରଙ୍କ ପରିବାର ଏହାକୁ ବିରୋଧ କରିଥିଲେ।
ତେବେ ଗାଁ ଲୋକେ ଏହାକୁ ଖାତିର ନ କରିବାର ଖଗେଶ୍ୱର ଆଇନର ଆଶ୍ରୟ ନେଇଥିଲେ । ସେବେଠାରୁ ଆରମ୍ଭ ହୋଇଥିଲା ବିବାଦ । ଆଉ ଗାଁରେ ବସିଥିଲା କଙ୍ଗାରୁ କୋର୍ଟ । ଆଉ କାହିଁକି ଖଗେଶ୍ୱର ଗାଁ ବିପକ୍ଷରେ ଗଲେ ବୋଲି କାରଣ ଦେଖାଇ ଖଗେଶ୍ୱରଙ୍କ ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି।
ଅନ୍ୟପଟେ ଗାଁର ବୈଠକ ରେ ଖଗେଶ୍ୱରଙ୍କ ସପକ୍ଷରେ କିଛି ପରିବାର ସ୍ୱର ଉଠାଇଥିଲେ । ତେବେ ସବୁଠାରୁ ବଡକଥା ହେଲା ଯେଉଁମାନେ ସ୍ୱର ଉଠାଇଥିଲେ ସେମାନଙ୍କ ପରିବାରକୁ ମଧ୍ୟ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ସମୁଦାୟ ୮ଟି ପରିବାରକୁ ବାସନ୍ଦ କରିଥିବା କୁହାଯାଉଛି ।
କେବଳ ଯେ ବାସନ୍ଦ ତାହା ନୁହେଂ ବରଂ ସବୁଠାରୁ ବଡ କଥା ହେଲା ବାସନ୍ଦ ହୋଇଥିବା ପରିବାର ଙ୍କ ସହ ଯେଉଁ ପରିବାର କଥା ହେବ ସେମାନେ ୧୫୦ ଟଙ୍କା ଜୋରିମାନା ଦେବେ ବୋଲି କୁଆଡେ ଦଣ୍ଡ ଶୁଣାଇଛି କଙ୍ଗାରୁକୋର୍ଟ । ଏଭଳ ଏକ ଦଣ୍ଡ ଶୁଣାଇଦେଇ କମ୍ୟୁନିଟି ସେଣ୍ଟର ଘର ଛାତ ମଧ୍ୟ ପକାଇଦେଲେ । ହେଲେ ବାସନ୍ଦ ହୋଇଥରବା ପରିବାର ଙ୍କୁ ଏ ପର୍ଯ୍ୟନ୍ତ ଗାଁ ର ଆନୁଷ୍ଠାନିକ କିମ୍ୱା ମାଙ୍ଗଳିକ କାର୍ଯ୍ୟରେ ସାମିଲ କରାଯାଉନାହିଁ ।
ଏନେଇ ଖଗେଶ୍ୱର କହିଛନ୍ତି, “ଲକ୍ଡାଉନ୍ ସମୟରେ ଆମ ଘରେ ନଥିବା ବେଳେ ଗାଁ ଲୋକ ଘର ସମ୍ମୁଖରେ କମ୍ୟୁନିଟି କେନ୍ଦ୍ର କରିଛନ୍ତି। ଘର ଆଗରେ କମ୍ୟୁନିଟି କେନ୍ଦ୍ର ନ କରିବା ପାଇଁ ଗାଁ ଲୋକଙ୍କୁ ନିବେଦନ କରିବାରୁ ସେମାନେ କିଛି ଶୁଣିଲେ ନାହିଁ । ଏଇଠି ହିଁ ଘର ହେବ। ଯାହା କରିବା କଥା କର ବୋଲି ଧମକ ବି ଦେଲେ। ଶେଷରେ ସେମାନେ ଜୋରଜବରଦସ୍ତି ଘର କଲେ। ଘର ବାହାରକୁ ଯିବା ପାଇଁ ବାଟ ବି ନାହିଁ। ଗାଁରେ ଯାହା ସହ କଥା ହେବି, ସେହି ଲୋକ ୧୫୧ ଟଙ୍କା ଜୋରିମାନା ଦେବ। ତହସିଲଦାରଙ୍କୁ ଲିଖିତ ଭାବେ ଜଣାଇବାରୁ ସେ ଜୋର ଯା’ର ମୁଲକ ତା’ର ବୋଲି କହିଲେ।”
ଅନ୍ୟପଟେ ଏ ବିଷୟରେ ରାଜନଗର ଥାନା ଅଧିକାରୀ ଙ୍କୁ ପଚାରିବାରୁ ତାଙ୍କ ପାଖକୁ ଏ ନେଇ ଅଭିଯୋଗ ଆସିନାହିଁ ଅଭିଯୋଗ ଆସିଲେ ସେ ପଦକ୍ଷପ ନେବେ ବୋଲି କହିଛନ୍ତି।
The post କେନ୍ଦ୍ରାପଡ଼ାରେ କଙ୍ଗାରୁ କୋର୍ଟ; କଥା ହେଲେ ଫାଇନ୍ ୧୫୦ ଟଙ୍କା appeared first on Odisha Reporter.
from Odisha Reporter https://ift.tt/2MoojJU
No comments:
Post a Comment