କଳାହାଣ୍ଡିରୁ ସାଇବର ଲୁଟ୍, ୟୁପିରୁ ଗିରଫ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, January 27, 2021

କଳାହାଣ୍ଡିରୁ ସାଇବର ଲୁଟ୍, ୟୁପିରୁ ଗିରଫ

ଭବାନୀପାଟଣା(ରାଜକୁମାର ସିଂହ): ଧରାପଡିଲେ ସାଇବର ଠକ। କଳାହାଣ୍ଡିରୁ ଲୁଟ କରିଥିଲେ ଉତ୍ତରପ୍ରଦେଶରୁ ଗିରଫ ହେଲେ। ଭବାନୀପାଟଣାର ବରିଷ୍ଠ ନାଗରିକଙ୍କଠାରୁ ଅଢ଼େଇ ଲକ୍ଷରୁ ଅଧିକ ଟଙ୍କା ଠକି ନେଇଥିବା ୫ ସାଇବର ଠକକୁ ଆଜି ପୁଲିସ ଉତ୍ତରପ୍ରଦେଶରୁ ଗିରଫ କିରଛି। ସେଠାରୁ ପୁଲିସ ଏମାନଙ୍କୁ ଭବାନୀପାଟଣା ଥାନାକୁ ଆଣିଛି। ସେମାନଙ୍କ ନିକଟରୁ ପୁଲିସ ନଗଦ ୫୨ ହଜାର ଟଙ୍କା, ୭ଟି ମୋବାଇଲ ଓ କିଛି ଜାଲ କାଗଜପତ୍ର ଜବତ କରିଛି।

ଏହି ସାଇବର ଠକଙ୍କୁ ଧରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇଥିଲା। ପରେ ଅଭିଯୁକ୍ତଙ୍କ ଲୋକେସନ ଟ୍ରେସ  କରି ଉତ୍ତରପ୍ରଦେଶରୁ ଏହି ୫ଜଣଙ୍ଗିକୁ ରଫ କରାଯାଇଥିବା ପୁଲିସ ସୂଚନା ଦେଇଛି। ଅନ୍ୟ ଜଣେ ଅଭିଯୁକ୍ତ ସୋହେଲ ଅହମ୍ମଦ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ପୁଲିସ କହିଛି।

ଗତ ୧୮ ତାରିଖରେ ଭବାନୀପାଟଣା ଶର୍ମା କଲୋନୀର ଅବସରପ୍ରାପ୍ତ ବରିଷ୍ଠ ନାଗରିକ ଗଙ୍ଗାଧର ସୁବୁଦ୍ଧିଙ୍କୁ ଏକ ଫୋନ କଲ୍ ଆସିଥିଲା।  ଜିଓ ଫୋନ କଷ୍ଟମର କେୟାରରୁ ଫୋନ୍ କରିଥିବା କହି ଅଜଣା ବ୍ୟକ୍ତି ଜଣକ ବିଭିନ୍ନ ମନଲୋଭା କଥା କହିଥିଲଲା।  ବ୍ୟାଙ୍କ ଆକାଉଣ୍ଟ ନମ୍ବର ଏବଂ ଓଟିପି ପଠାଇବା ପରେ ଗଙ୍ଗାଧରଙ୍କ ଆକାଉଣ୍ଟରୁ ୨ଲକ୍ଷ ୬୫ହଜାର ଟଙ୍କା ଗାଏବ ହୋଇ ଯାଇଥିଲା।

ଅଭିଯୋଗ ପରେ କଳାହାଣ୍ଡି ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ କରିଥିଲା । ଏହି  ଘଟଣାରେ ଆଜି ୫ ଜଣ ଠକଙ୍କୁ ଗିରଫ କରାଯାଇଥିବା ବେଳେ ସମସ୍ତେ ଉତ୍ତର ପ୍ରଦେଶ ହମିରପୁର ଅଞ୍ଚଳର ବୋଲି ପୁଲିସ ସୂଚନା ଦେଇଛି।

The post କଳାହାଣ୍ଡିରୁ ସାଇବର ଲୁଟ୍, ୟୁପିରୁ ଗିରଫ appeared first on Odisha Reporter.



from Odisha Reporter https://ift.tt/3pmKRJF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages