କେନ୍ଦ୍ରାପଡା(ଓଡ଼ିଶା ରିପୋର୍ଟର): ବ୍ୟାଙ୍କରେ ଜମା କରିବା ପାଇଁ ଟଙ୍କା ଆଣିଥିଲେ। ବ୍ୟାଙ୍କରେ ପହଞ୍ଚିବା ପରେ ବାଇକରେ ଟଙ୍କା ରଖି ଅନ୍ୟ ଜଣଙ୍କ ସହ କଥା ହେବା ପାଇଁ ରାସ୍ତା ଅନ୍ୟ ପାର୍ଶ୍ୱକୁ ଯାଇଥିଲେ। ଏତିକି ବେଳେ ବାଇକରେ ରଖା ହୋଇଥିବା ଟଙ୍କା ବ୍ୟାଗ୍ ଧରି ଛୁ ହୋଇଗଲା ଚୋର । ସିସିଟିଭିରେ ଲୁଟ୍ ଘଟଣାର ପୁରା ଦୃଶ୍ୟ କଏଦ ହୋଇଛି। କେନ୍ଦ୍ରାପଡା ବଣିଆମାଳରୁ ଏଭଳି ଲୁଟ୍ ହୋଇଥିବା ଅଭିଯୋଗ ଆସିଛି।
ଅଭିଯୋଗ ଅନୁଯାୟୀ, ବଳଭଦ୍ର ପଣ୍ଡା ବ୍ୟାଙ୍କରୁ ଟଙ୍କା ଉଠାଇ ସମବାୟ ବ୍ୟାଙ୍କରେ ଜମା କରିବାକୁ ଯାଉଥିଲେ। ରାସ୍ତାରେ ବାଇକ୍ ରଖି କଥା ହେଉଥିବା ବେଳେ ଦୁର୍ବୃତ୍ତ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ବ୍ୟାଗରେ ଏକ ଲକ୍ଷ ଟଙ୍କା ଥିଲା। ଗତ ୧୫ ତାରିଖରେ ଏହି ଲୁଟ୍ ହୋଇଥିଲା। ଏନେଇ ଥାନାରେ ଅଭିଯୋଗ ହେବାପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି। ସିସିଟିଭି ଆଧାରରେ ଚୋରକୁ ଧରିବା ପାଇଁ ପୁଲିସ ଖୋଲତାଡ କରୁଛି।
The post ବାଇକ୍ ଉପରେ ଟଙ୍କା ରଖି କଥା ହେବାକୁ ଯାଇଥିଲେ, ଚୋର ନେଇଗଲା appeared first on Odisha Reporter.
from Odisha Reporter https://ift.tt/2XTX1gN
No comments:
Post a Comment