ଝରାଫୁଲଙ୍କ ସିମ୍ ଭାଙ୍ଗିଥିଲେ ବାପା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ଝରାଫୁଲଙ୍କ ସିମ୍ ଭାଙ୍ଗିଥିଲେ ବାପା

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦିନକୁ ଦିନ ଅଧିକ ରୋଚକ ହେବାରେ ଲାଗିଛି ଝରାଫୁଲ ମୃତ୍ୟୁ ରହସ୍ୟ। ଯାଞ୍ଚ ପରେ ପ୍ରତିଦିନ ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି। ଆଜି ପୁଣି ଆଉ ଏକ ତଥ୍ୟ ସାମ୍ନାକୁ ଆସିଛି। ଯେଉଁଥିରେ କି ଝରାଫୁଲଙ୍କ ମୋବାଇଲ ସିମକୁ ତାଙ୍କ ବାପା ଭାଙ୍ଗି ଦେଇଥିବା କଥା ଜଣାପଡିଛି।

ଝରାଫୁଲ ଓ ରାକେଶଙ୍କ ସମ୍ପର୍କ ବିଷୟରେ ଜାଣିଥିଲେ ବାପା ରମାକାନ୍ତ ନାୟକ। ରାକେଶଠୁ ଦୂରେଇ ରହିବାକୁ ଝିଅକୁ କହିଥିଲେ। ଏପରିକି ଝରାଫୁଲର ମୋବାଇଲକୁ ନେଇ ସିମ୍ ବାହାର କରିଦେଇଥିଲେ ବାପା। ଏନେଇ ଝରାଫୁଲଙ୍କ ବାପା ରମାକାନ୍ତ ଝିଅ ସହ ରାକେଶ ସ୍ୱାଇଁଙ୍କ ସମ୍ପର୍କକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି।

ଝରାଫୁଲ ବ୍ୟବହାର କରୁଥିବା ସିମକୁ ସେ ନଷ୍ଟ କରିବା ପରେ ରାକେଶ ସହ ଦେଖା ନ କରିବାକୁ ତାଗିଦ୍ ବି କରିଥିଲେ। ତଥାପି ଏହାକୁ ମାନିନଥିଲେ ଝରାଫୁଲ। ମୟୁରଭଞ୍ଜ ଯଶୀପୁରରେ ଝରାଫୁଲଙ୍କ ଘର ପାଖରେ ରାକେଶ କାମ କରୁଥିଲେ। ଏହି ସମୟରେ ଝରାଫୁଲଙ୍କ ସହ ସମ୍ପର୍କ ଗଢ଼ି ଉଠିଥିଲା ବୋଲି ତାଙ୍କ ବାପା କହିଛନ୍ତି ।

ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲଙ୍କ ମୃତ୍ୟୁ ମାମଲାରେ ପୁଲିସ ତନାଘନା ଜାରି ରଖିଛି। ଜାନୁଆରୀ ୨୬ ତାରିଖ ଦିନ ଭୁବନେଶ୍ୱର ଧର୍ମବିହାର ଗେଷ୍ଟ ହାଉସରେ ଝରାଫୁଲ ଓ ବୟଫ୍ରେଣ୍ଡ ରାକେଶ ଥିବା ହୋଟେଲ୍ ରୁମକୁ ଯାଇ ପୁଲିସ ତଦନ୍ତ କରିଛି। ସେପଟେ ଗତକାଲି ଆଉ ଏକ ସିସିଟିଭି ଭିଡିଓରୁ ଜଣାପଡିଥିଲା ଯେ,  ମୃତ୍ୟୁ ପୂର୍ବରୁ ଝରାଫୁଲ ଓ ରକେଶ ଏକ ରେଷ୍ଟୁରାଣ୍ଟକୁ ଯାଇଥିଲେ। ସେଠାରେ ଝରାଫୁଲ ବାନ୍ତି କରିଥିଲେ, ରାକେଶ ବିରିଆନି ଖାଇଥିଲେ।

ସେପଟେ ଝରାଫୁଲଙ୍କ ମୃତ୍ୟୁ ମାମଲାରେ ଗିରଫ ଅଭିଯୁକ୍ତ ରାକେଶଙ୍କୁ ୫ ଦିନିଆ ରିମାଣ୍ଡରେ ନେବାକୁ ଯାଜପୁର ପୁଲିସ ଆବେଦନ କରିଛି। ଆସନ୍ତାକାଲି ଏହାର ଶୁଣାଣି ହେବ।

The post ଝରାଫୁଲଙ୍କ ସିମ୍ ଭାଙ୍ଗିଥିଲେ ବାପା appeared first on Odisha Reporter.



from Odisha Reporter https://ift.tt/3r28Iyw

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages