ବ୍ରହ୍ମପୁର (ଓଡ଼ିଶା ରିପୋର୍ଟର): ଗଞ୍ଜାମ ଜିଲ୍ଲାର ଜଣେ ୫ ବର୍ଷର ନାବାଳିକାଙ୍କୁ ତଣ୍ଟି କାଟି ହତ୍ୟା ଉଦ୍ୟମ କରାଯାଇଥିବା ବେଳେ ଏହି ଘଟଣାର ପର୍ଦ୍ଦାଫାସ୍ କରିଛି ପୁଲିସ୍। ଝିଅଟିକୁ ଗଣଦୁଷ୍କର୍ମ କରାଯାଇଥିବା କହିଛନ୍ତି ବ୍ରହ୍ମପୁର ଅତିରିକ୍ତ ଏସ୍ପି।
ସେ କହିଛନ୍ତି, ବଳପୂର୍ବକ ଉଠାଇ ନେଇ ନାବାଳିକା ସହ ଗଣଦୁଷ୍କର୍ମ କରାଯାଇଥିଲା। ପ୍ରତିବାଦ କରିବାରୁ ଝିଅଟିକୁ ନିର୍ମମ ଭାବେ ମାଡ଼ ମରାଯାଇଥିଲା। ତାଙ୍କ ମୁଣ୍ଡ, ମୁହଁ ଓ କାନକୁ ଭଙ୍ଗା ଇଟାରେ ମାଡ଼ ମରାଯାଇଥିଲା। ଆକ୍ରମଣରେ ବ୍ୟବହୃତ ରକ୍ତଲଗା ଭଙ୍ଗା ଇଟାକୁ ଜବତ କରାଯାଇଛି।
ଅତିରିକ୍ତ ଏସ୍ପି ଆହୁରି କହିଛନ୍ତି, ଏହି ଘଟଣାରେ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ପୋକ୍ସୋ ଆକ୍ଟରେ ସେମାନଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ତା’ ସହିତ ୩୬୫, ୩୬୬, ୩୭୬ DB, ୩୦୭, ୩୪ IPCରେ ବି ମାମଲା ରୁଜୁ ହୋଇଛି।
ଗୁରୁତର ନାବାଳିକାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଆଇସିୟୁରେ ରଖାଯାଇଥିବା ଜଣାପଡ଼ିଛି। ଜାନୁଆରୀ ୨୮ ତାରିଖରେ ଗୋଳନ୍ଥରା ଥାନା ଅଞ୍ଚଳରେ ଏହି ଘଟଣା ଘଟିଥିଲା। ଦିନ ପ୍ରାୟ ୧୧ଟା ବେଳେ ଏହି ଘଟଣା ଘଟିଥିଲା। ଝିଅଟିକୁ ଗୁରୁତର ଅବସ୍ଥାରେ ପ୍ରଥମେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ଏସ୍ସିବିକୁ ସ୍ଥାନାନ୍ତର କରାଯାଇଥିଲା।
ଅନ୍ୟପକ୍ଷରେ ଦୁଇ ଅଭିଯୁକ୍ତକୁ ଗ୍ରାମବାସୀ ଧରି ନିସ୍ତୁକ ମାଡ଼ ମାରିଥିଲେ ଓ ପୁଲିସ୍ ଜିମାରେ ଦେଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ଡାକ୍ତରଖାନାରେ ମଧ୍ୟ ଭର୍ତ୍ତି କରାଯାଇଥିଲା। ତେବେ ଉଭୟଙ୍କୁ ଗିରଫ କରାଯାଇଥିବା ନେଇ ଆଜି ପୁଲିସ୍ ସୂଚନା ଦେଇଛି।
The post ନାବାଳିକାଙ୍କ ତଣ୍ଟି କାଟିବା ଘଟଣାର ପର୍ଦ୍ଦାଫାସ୍: ହୋଇଥିଲା ଗଣଦୁଷ୍କର୍ମ appeared first on Odisha Reporter.
from Odisha Reporter https://ift.tt/3oDwOy6
No comments:
Post a Comment