ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ

ନୂଆଦିଲ୍ଲୀ: ବଦଳିଲା ଲର୍ଣ୍ଣର ଓ ଡ୍ରାଇଭିଂ ଲାଇସେନ୍ସ ନିୟମ। ସଡକ ପରିବହନ ସହ ଜଡିତ କିଛି ନିୟମରେ ପରିବର୍ତ୍ତନ କରିଛନ୍ତି କେନ୍ଦ୍ର ସରକାର। ଡ୍ରାଇଭିଂ ଲାଇସେନ୍ସ ରିନ୍ୟୁଆଲ ଏବଂ ଆବେଦନକୁ ନେଇ କିଛିଟା ନୂଆ ନିୟମ ଲାଗୁ କରାଯାଇଛି।

ନୂଆ ବର୍ଷରେ ନୂଆ ନିୟମ ସହ ଡ୍ରାଇଭଂ ଲାଇସେନ୍ସ ଆବେଦନ ଆହୁରି ସହଜ ହୋଇପଡିଛି। ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଏବଂ ରିନ୍ୟୁଆଲ ପାଇଁ ଆଉ ଆବେଦନକାରୀଙ୍କୁ ଆରଟିଓ ଅଫିସ ଯିବାକୁ ପଡିବ ନାହିଁ। ଘରେ ବସି କେବଳ ଅନଲାଇନରେ ଆବେଦନକାରୀ ନିଜର ସମସ୍ତ ଗାଡି ସମ୍ବନ୍ଧୀୟ ଜରୁରୀ କାଗଜପତ୍ର ପାଇପାରିବେ। ସେହିପରି ଦେଶର ପ୍ରାୟ ସବୁ ରାଜ୍ୟରେ ପରିବହନ ବିଭଗ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବା ବ୍ୟବସ୍ଥାରେ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ନୂଆ ନିୟମ ଅନୁଯାୟୀ ସ୍ଲଟ ବୁକ୍ ହେବା କ୍ଷଣି ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଫି’ ଜମା କରିବାକୁ ପଡୁଛି। ଟଙ୍କା ଜମା କରିବା ପରେ ଡ୍ରାଇଭିଂ ଟେଷ୍ଟ ପାଇଁ ଗାଡି ଚାଲକଙ୍କ ସୁବିଧା ମୁତାବକ ତାରିଖ ଉପଲବ୍ଧ ହୋଇପାରୁଛି।

କେଉଁ କେଉଁ ରାଜ୍ୟରେ ବଦଳିଛି ନିୟମ?

ଉତ୍ତରପ୍ରଦେଶ, ବିହାର, ମଧ୍ୟ ପ୍ରଦେଶ, ରାଜସ୍ଥାନ, ଉତ୍ତରାଖଣ୍ଡ ଏବଂ ଝାଡଖଣ୍ଡ ଭଳି ରାଜ୍ୟ ଲର୍ଣ୍ଣିଂ ଲାଇସେନ୍ସ ଏବଂ ଗାଡି ପଞ୍ଜିକରଣ ପାଇଁ ଏହି ନୂଆ ନିୟମ ଲାଗୁ କରିଛନ୍ତି। ସେହିପରି ଅନ୍ୟ କିଛି ରାଜ୍ୟରେ ଡ୍ରାଇଭିଂ ଲାଇସେନ୍ସ ପାଇଁ କେବଳ ଅନଲାଇନ ଆବେଦନକୁ ହିଁ ସ୍ୱୀକୃତି ମିଳିଛି। ବିହାର, ୟୁପି ଏବଂ ରାଜଧାନୀ ଦିଲ୍ଲୀ-ଏନସିଆରରେ ଏହି ସୁବିଧା ଆରମ୍ଭ ହୋଇଛି । ଦୁର୍ଘଟଣା ରୋକିବା ପାଇଁ ମଧ୍ୟପ୍ରଦେଶର ପ୍ରତିଟି ଜିଲ୍ଲରେ ଡ୍ରାଇଭିଂ ସେଣ୍ଟର ଖୋଲିବା ପାଇଁ ନିଷ୍ପତ୍ତି ହୋଇଛି। ସେହିପରି ବିହାରରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନକାରୀ ପରୀକ୍ଷା ଦେବା ପରେ ଅନଲାଇନ ଜରିଆରେ ନିଜ ଲାଇସେନ୍ସ ପାଇ ପାରୁଛନ୍ତି।

କିଭଳି କରିବେ ଆବେଦନ?

ଲାଇସେନ୍ସ ସମ୍ବନ୍ଧୀୟ ସେବାଗୁଡିକ ପାଇଁ ଆପଣଙ୍କୁ ପରିବହନ ବିଭାଗର ୱେବସାଇଟକୁ ଯାଇ ଡ୍ରାଇଭିଂ ଲାଇସେନ୍ସ ସେବା ଉପରେ କ୍ଲିକ୍ କରିବାକୁ ପଡିବ। ଫର୍ମ ପୂରଣ କରିବା ସମୟରେ DL ନମ୍ବର ସହିତ ଆପଣଙ୍କୁ ଅଧିକ ବ୍ୟକ୍ତିଗତ ସୂଚନା ଦେବାକୁ ପଡିବ। ଡ୍ରାଇଭିଂ ଲାଇସେନ୍ସ ସହିତ ଜଡିତ ଅଧିକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟଗୁଡ଼ିକୁ ୱେବସାଇଟରେ ଅପଲୋଡ୍ କରିବାକୁ ପଡିବ। ଆରଟିଓ କାର୍ଯ୍ୟାଳୟରେ ବାୟୋମେଟ୍ରିକ୍ ବିବରଣୀ ଯାଞ୍ଚ କରିବା ପରେ, ଆପଣଙ୍କର ସମସ୍ତ କାଗଜପତ୍ର ଯାଞ୍ଚ ହେବ। ଏହା ପରେ ଆପଣଙ୍କ ଲାଇସେନ୍ସ ନବୀକରଣ ହେବ।

କରୋନା ମହାମାରୀ ଯୁଗ ଡ୍ରାଇଭିଂ ଲାଇସେନ୍ସରେ ଅନେକ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଆବେଦନକାରୀଙ୍କୁ କେବଳ ଅନଲାଇନ୍ ପରୀକ୍ଷାରେ ଭାଗ ନେବାକୁ ଆରଟିଓ କାର୍ଯ୍ୟାଳୟକୁ ଯିବାକୁ ପଡିବ। ଏଥିରେ ୧୦ମିନିଟର ପରୀକ୍ଷାରେ ଟ୍ରାଫିକ ନିୟମ ବିଷୟରେ ୧୦ଟି ପ୍ରଶ୍ନ ପଚରାଯିବ। ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବା ପାଇଁ ଆପଣଙ୍କୁ ଅତି କମରେ ୬ଟି ପ୍ରଶ୍ନର ଉତ୍ତର ଦେବାକୁ ପଡିବ। ଏହା ପରେ, ଆପଣ ନିଜେ ଘରେ ବସି ଲାଇସେନ୍ସକୁ ପ୍ରିଣ୍ଟ କରିପାରିବେ।

The post ବଦଳିଲା ଡ୍ରାଇଭିଂ ଲାଇସେନ୍ସର ନିୟମ appeared first on Odisha Reporter.



from Odisha Reporter https://ift.tt/3iFt7Xq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages