ରାଜ୍ୟରେ ୧୩୦ ପଜିଟିଭ ଚିହ୍ନଟ; ଆଜି ବି ଆଗରେ ସୁନ୍ଦରଗଡ଼ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 24, 2021

ରାଜ୍ୟରେ ୧୩୦ ପଜିଟିଭ ଚିହ୍ନଟ; ଆଜି ବି ଆଗରେ ସୁନ୍ଦରଗଡ଼

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାଜ୍ୟରେ  କରୋନା ଗ୍ରାଫ୍‌ ଦିନକୁ ଦିନ ତଳମୁହାଁ ହେବାରେ ଲାଗିଛି। ଗତକାଲି ରାଜ୍ୟରୁ ୧୫୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ୧୩୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜି କ୍ୱାରେଣ୍ଟାଇନ୍‌ରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍‌ ହେଉଛି ୫୪। ଏହାବ୍ୟତୀତ ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ  ଏହି ସଂଖ୍ୟା ୧,୯୦୬ରେ ପହଞ୍ଚିଛି।

ଗତକାଲି ପରି ଆଜି ବି ଆଗରେ ରହିଛି ସୁନ୍ଦରଗଡ଼ ଜିଲ୍ଲା। ଗତକାଲି ଏହି ଜିଲ୍ଲାରୁ ୨୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି ଏହି ସଂଖ୍ୟା   ୩୨ ଛୁଇଁଛି।

ଅନୁଗୋଳ ଜିଲ୍ଲାରୁ  ୩ ଜଣ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୬ , ବରଗଡ଼ରୁ ୩ , ଭଦ୍ରକରୁ ୧ , ବଲାଙ୍ଗିରରୁ ୩ , କଟକରୁ ୭,  ଦେବଗଡ଼ରୁ ୩ , ଗଜପତିରୁ ୩, ଜଗତସିଂହପୁରରୁ ୪, ଯାଜପୁରରୁ ୩, ଝାରସୁଗୁଡ଼ାରୁ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ କଳାହାଣ୍ଡିରୁ ୫ , କନ୍ଧମାଳରୁ ୧ , କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝରରୁ ୨ , ଖୋର୍ଦ୍ଧାରୁ ୪ , ମୟୂରଭଞ୍ଜରୁ ୬ , ନବରଙ୍ଗପୁରରୁ ୩ , ରାୟଗଡ଼ାରୁ ୧, ନୂଆପଡ଼ାରୁ  , ପୁରୀରୁ ୭ ,  ସମ୍ବଲପୁରରୁ ୧୪  ଓ ସୋନପୁରରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାବ୍ୟତୀତ  ଷ୍ଟେଟ ପୁଲ୍‌ରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ ସମୁଦାୟ ପଜିଟିଭ ସଂଖ୍ୟା ୩,୩୪୪୩୦ରେ ପହଞ୍ଚିଥିବା ବେଳେ ୩,୩୧୧୪୪ ଜଣ ସୁସ୍ଥ ହୋଇ ସାରିଛନ୍ତି। ଏବେ ରାଜ୍ୟରେ ୧୩୨୭ ଆକ୍ଟିଭ କେସ୍‌ ରହିଛି।

ଗତକାଲି ପରି ଆଜି ବି ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଆଖି ବୁଜିଥିବା ଜଣାଯାଇଛି। ଏହା ସହିତ ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୭୩ରେ ପହଞ୍ଚିଛି। ସେହିପରି ସାରା ରାଜ୍ୟରେ କରୋନାରେ ଏହାକୁ ମିଶାଇ ଏଯାବତ ୧,୯୦୬ ଜଣଙ୍କ ମୃତ୍ୟୁ ଘଟିଛି। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୩୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ କଟକରୁ ୧୪୧, ଗଞ୍ଜାମରୁ ୨୪୮ ଓ ପୁରୀରୁ ୧୧୭ ଜଣଙ୍କ ମୃତ୍ୟୁ ଘଟିଛି।

The post ରାଜ୍ୟରେ ୧୩୦ ପଜିଟିଭ ଚିହ୍ନଟ; ଆଜି ବି ଆଗରେ ସୁନ୍ଦରଗଡ଼ appeared first on Odisha Reporter.



from Odisha Reporter https://ift.tt/2Y8RPFZ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages