ଏହି କାରଣରୁ ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

ଏହି କାରଣରୁ ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଦୁର୍ନୀତି ବିରୋଧରେ ପୁଣି କଠୋର ହେଲେ ରାଜ୍ୟ ସରକାର। ଦୁର୍ନୀତି ଓ ଅପରାଗତା ପାଇଁ ଆଉ ୯ ଜଣ ଅଫିସରଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି। ୯ ଜଣଙ୍କ ମଧ୍ୟରୁ ୭ ଜଣଙ୍କ ବିରୋଧରେ ଦୁର୍ନୀତି ମାମଲା ରହିଛି। ଅନ୍ୟ ୨ ଅଧିକାରୀଙ୍କୁ ଅପାରଗତା ଯୋଗୁ ବାଧ୍ୟତାମୂଳକ ଅବସର ଦିଆଯାଇଛି।

ଦୁର୍ନୀତି ଓ ଅପରାଗତା ପାଇଁ ବାଧ୍ୟତାମୂଳକ ଭାବେ ଅବସର ଦିଆଯାଇଥିବା ଅଧିକାରୀମାନେ ହେଲେ- ଖଣି ବିଭାଗର ଉପନିର୍ଦ୍ଦେଶକ ମଦନ ମୋହନ ବିଶ୍ୱାଳ, ଶ୍ରମ ବିଭାଗର ଯୁଗ୍ମ କମିଶନର ଶରତ ଚୌଧୁରୀ, ଗଜପତିର ଡିଭିଜନାଲ ଶ୍ରମ କମିଶନର ନମିତା ଦାସ, ଖଣି ଅଧିକାରୀ ଗ୍ରୁପ-କ ପାହ୍ୟାର ରମେଶ ଚନ୍ଦ୍ର ମହାଲିକ, ସୁନ୍ଦରଗଡ଼ ଜନସ୍ୱାସ୍ଥ୍ୟ ବିଭାଗର ଆସିଷ୍ଟାଣ୍ଟ ଇଞ୍ଜିନିୟର ସତ୍ୟନାରାୟଣ ପ୍ରଧାନ, ଜଙ୍ଗଲ ବିଭାଗ ସହକାରୀ ବନ ସଂରକ୍ଷକ ଲକ୍ଷ୍ମଣ ପ୍ରଧାନ, ଜଙ୍ଗଲ ବିଭାଗ ରେଞ୍ଜ୍ ଅଧିକାରୀ ଭରତ କୁମାର ଘଡେଇ, ବଲାଙ୍ଗିର ମୁରିବାହାଲ ଫରେଷ୍ଟ ରେଞ୍ଜ ଅଧିକାରୀ ପ୍ରଶାନ୍ତ ନାୟକ, ରାୟଗଡ଼ା ଜିଲ୍ଲା ଶ୍ରମ ଅଧିକାରୀ ପ୍ରଦୀପ କୁମାର ଭୋଇ ଅଛନ୍ତି। ଏପର୍ଯ୍ୟନ୍ତ ୧୧୩ ଅଧିକାରୀଙ୍କୁ ରାଜ୍ୟ ସରକାର ବାଧ୍ୟତାମୂଳକ ଭାବେ ଅବସର ଦେଇଛନ୍ତି।

ଦୁର୍ନୀତି ବିରୋଧରେ ଲଢ଼େଇକୁ ଜୋରଦାର କରିବା ପାଇଁ ରାଜ୍ୟ ସରକାର 5T କାର୍ଯ୍ୟକାରୀ କରିଛନ୍ତି। ଏହା ସତ୍ତ୍ୱେ ରାଜ୍ୟରେ ବଢ଼ି ଚାଲିଛି ଦୁର୍ନୀତି। ପ୍ରତିଦିନ ବଡ଼ବଡ଼ ବାବୁ ଓ ଅଧିକାରୀ ଲାଞ୍ଚ ନେଇ ଧରାପଡ଼ିଛନ୍ତି। ଏହା ଜ୍ୱଳନ୍ତ ଉଦାହରଣ ହେଉଛନ୍ତି ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ। ସରକାରୀ ନିୟମ କାନୁନକୁ ବେଖାତିର କରି ପାଠକ ଗଢ଼ିଥିଲେ ବିଶାଳକାୟ ସାମ୍ରାଜ୍ୟ। ଆଉ ବିତାଉଥିଲେ ବିଳାଶମୟ ଜୀବନ ଶୈଳୀ। ତେବେ ସବୁ ପଦାରେ ପଡ଼ିବା ପରେ ରାଜ୍ୟ ସରକାର ତାଙ୍କୁ ଗିରଫ କରିଥିଲେ। ଏବେ ସେ ଜେଲ୍‌ରେ ଅଛନ୍ତି। ଏହା ପରେ ତାଙ୍କୁ ବାଧ୍ୟତାମୂକ ଭାବେ ଅବସର ଦେଇଛନ୍ତି।

The post ଏହି କାରଣରୁ ୯ ଜଣଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ସରକାର appeared first on Odisha Reporter.



from Odisha Reporter https://ift.tt/3cnoVdQ

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages