ମନ୍ତ୍ରୀ ପଦ ପରେ ଟିଏମସିର ବିଧାୟକ ପଦ ଛାଡ଼ିଲେ ରାଜୀବ ବାନାର୍ଜୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 29, 2021

ମନ୍ତ୍ରୀ ପଦ ପରେ ଟିଏମସିର ବିଧାୟକ ପଦ ଛାଡ଼ିଲେ ରାଜୀବ ବାନାର୍ଜୀ

କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ପୂର୍ବରୁ ରାଜ୍ୟରେ ରାଜନୀତିକ ହଟଚମଟ ଜାରି ରହିଛି। ଗତ ସପ୍ତାହରେ ମମତା ବାନାର୍ଜୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇଥିବା ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ଆଜି ଟିଏମସି ବିଧାୟକ ପଦକୁ ବାଏବାଏ କହିଛନ୍ତି। ସେ ପଶ୍ଚିମବଙ୍ଗର ଡମଜୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ଗୋଟିଏ ଦିନ ପୂର୍ବରୁ ରାଜୀବ ବାନାର୍ଜୀ କହିଥିଲେ ବର୍ତ୍ତମାନ ମୁଁ ପାର୍ଟିର କର୍ମୀ ରହିଛି। ହେଲେ ଆଗାମୀ ଦିନରେ କ’ଣ ହେବ, ସେକଥା କହିବା ମୁସ୍କିଲ। ଏବେ ସେ ବିଧାୟକ ପଦରୁ ଇସ୍ତଫା ଦେଇଥିବାରୁ ବିଜେପିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି। ରବିବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବେଙ୍ଗଲ ଗସ୍ତରେ ଆସିବେ।

ତାଙ୍କ ଉପସ୍ଥିତିରେ ବାନାର୍ଜୀ ପଦ୍ମ ଧରିବେ ବୋଲି କୁହାଯାଉଛି। ଦୁଇ ଧର ବିଧାନସଭାକୁ ନିର୍ବାଚିତ ହୋଇଥିବା ରାଜୀବ ବାନାର୍ଜୀ କହିଛନ୍ତି, ମୁଁ ରାଜ୍ୟ ବିଧାନସଭାରୁ ଇସ୍ତଫା ଦେଇଛି। ବାଚସ୍ପତିଙ୍କୁ ଏ ସଂକ୍ରାନ୍ତରେ ମୁଁ ଚିଠି ଲେଖି ଜଣାଇ ଦେଇଛି। ଲୋକଙ୍କ ସେବା କରିବାକୁ ମୋ ଦଳର ସୁପ୍ରିମୋ ମମତା ବାନାର୍ଜୀ ମୋତେ ସୁଯୋଗ ଦେଇଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି। ଆଗକୁ ମଧ୍ୟ ଲୋକଙ୍କ ସେବା କରିବାକୁ ମୋତେ ନିଶ୍ଚିତ ସୁଯୋଗ ମିଳିବ ବୋଲି ସେ ଆଶାବାଦୀ ରହିଛନ୍ତି।

ଅନ୍ୟପକ୍ଷରେ ଟିଏମସି ଛାଡ଼ି ବିଜେପି ସାଂସଦ ହୋଇଥିବା ଅର୍ଜୁନ ସିଂହ କହିଛନ୍ତି ରାଜୀବ ବାନାର୍ଜୀ ମୋ ସାନ ଭାଇ ଭଳି। ମୁଁ ତାଙ୍କୁ କହିବାକୁ ଚାହେଁ ଯେ ତାଙ୍କ ପାଇଁ ବିଜେପିର ଦ୍ୱାର ଖୋଲା ରହିଛି।

The post ମନ୍ତ୍ରୀ ପଦ ପରେ ଟିଏମସିର ବିଧାୟକ ପଦ ଛାଡ଼ିଲେ ରାଜୀବ ବାନାର୍ଜୀ appeared first on Odisha Reporter.



from Odisha Reporter https://ift.tt/2Ypcx4J

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages