ନୂଆଦିଲ୍ଲୀ: ଦିଲ୍ଲୀ ରାଜପଥରେ ସାଧାରଣତନ୍ତ୍ର ଦିବସ ପରେଡରେ ଭାଗ ନେଇଥିବା କଳାକହାଣ୍ଡିର ବଜାଶାଲ କଳାକାରଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଗତକାଲି ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗ ନେଇ ଗନ୍ତବ୍ୟସ୍ଥଳକୁ ଫେରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଶତାଧିକ ଚାଷୀଙ୍କ ଟ୍ରାକ୍ଟର ରାଲି ଯୋଗୁଁ ଏମାନେ ଦିଲ୍ଲୀରେ ଫଶି ରହିଥିଲେ। କଳାହାଣ୍ଡିର ବଜାଶାଲ କଳାକାରଙ୍କ ସହ ଅନ୍ୟ କଳାକାରମାନେ ମଧ୍ୟ ଥିଲେ।
ଆନ୍ଦୋଳନକାରୀଙ୍କ ହଙ୍ଗାମା ଯୋଗୁଁ ସମ୍ପୃକ୍ତ କଳାକାରମାନେ ଲାଲକିଲ୍ଲା ନିକଟରେ ମଧ୍ୟାହ୍ଣ ୧୨ଟାରୁ ଦୀର୍ଘ ୫ ଘଣ୍ଟା ଧରି ଫସି ରହିଥିଲେ। ପରିସ୍ଥିତି ଅଳ୍ପ ଶାନ୍ତ ପଡିବା ପରେ ସେମାନଙ୍କୁ ସନ୍ଧ୍ୟାରେ ସୁରକ୍ଷିତ ଭାବ ଉଦ୍ଧାର କରାଯାଇ ଦରିଆଗଞ୍ଜ ମେସରେ ରଖାଯାଇଥିବା ଜଣାପଡିଛି। ଏହି କଳାକାରଙ୍କ ସହ କିଛି ଛାତ୍ରଛାତ୍ରୀ ବି ଫସିଥିଲେ । ସମସ୍ତଙ୍କୁ ମିଶାଇ ପ୍ରାୟ ୩ଶହ ଅଂଶଗ୍ରହଣକାରୀ ଚାଷୀଙ୍କ ଏହି ଅରାଜକତା ସମୟରେ ଫସି ରହିଥିଲେ ବୋଲି କହିଛି ଦିଲ୍ଲୀ ପୁଲିସ।
The post ଦିଲ୍ଲୀରେ ଫସି ରହିଥିବା କଳାହାଣ୍ଡିର କଳାକାର ଉଦ୍ଧାର appeared first on Odisha Reporter.
from Odisha Reporter https://ift.tt/39j9tx9
No comments:
Post a Comment