ଆଜି କେବଳ ଭୁବନେଶ୍ୱରରେ, କାଲିଠୁ ପୁଣି ଅନ୍ୟ ଜିଲ୍ଲାରେ ଟିକାକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 26, 2021

ଆଜି କେବଳ ଭୁବନେଶ୍ୱରରେ, କାଲିଠୁ ପୁଣି ଅନ୍ୟ ଜିଲ୍ଲାରେ ଟିକାକରଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜିଠାରୁ ରାଜ୍ୟରେ ପୁଣି ଆରମ୍ଭ ହେଉଛି କୋଭିଡ୍ ଟିକାକରଣ ।  ଆଜି କେବଳ ଭୁବନେଶ୍ୱରରେ ଟିକାକରଣ କରାଯିବ । ଆସନ୍ତାକାଲିଠାରୁ ଅନ୍ୟ ଜିଲ୍ଲାରେ ଭ୍ୟାକସିନେସନ୍ ହେବ । ରାଜ୍ୟରେ ୩ ଲକ୍ଷ ୫୦ ହଜାର ୭୨୬  ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖାଯାଇଛି।

ଏପର୍ଯ୍ୟନ୍ତ ରାଜ୍ୟରେ ୧ ଲକ୍ଷ ୭୭ ହଜାର ୯୦ ଜଣ କରୋନା ଟିକା ନେଇଛନ୍ତି।  ବାକି ୧ ଲକ୍ଷ ୭୩ ହଜାର ୬୩୬ ଜଣଙ୍କୁ ଟିକା ଦିଆଯିବ । ଫେବୃୟାରୀ ୧୦ ଯାଏ ଟିକାକରଣ ହେବ। କେବେ କେଉଁଠାରେ ଟିକାକରଣ କରାଯିବ ସେନେଇ ଜିଲ୍ଲାସ୍ତରରୁ ମାଇକ୍ରୋ ପ୍ଲାନ୍ ଆସିବା ପରେ ସେହି ଅନୁସାରେ ଟିକାକରଣ ହେବ ବୋଲି ଜଣାପଡ଼ିଛି । ଅର୍ଥାତ୍ କେବେ କେଉଁଠି ଓ କେତେଜଣ ଲୋକଙ୍କୁ ଟିକା ଦିଆଯିବ ସେ ନେଇ ଜିଲ୍ଲାଗୁଡ଼ିକ ରିପୋର୍ଟ ଦେବେ।

ଯେଉଁମାନେ ପଞ୍ଜିକୃତ ହୋଇ ଟୀକା ନେଇ ନାହାନ୍ତି, ସେମାନଙ୍କୁ ପର୍ଯ୍ୟାୟକ୍ରମେ ପୁଣି ଡକାଯିବ ବୋଲି ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୁହାଯାଇଛି। ସେହିପରି ରାଜସ୍ୱ, ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ ଯୋଦ୍ଧାଙ୍କ ପଞ୍ଜୀକରଣକୁ ଜାନୁଆରି ୩୧ ଯାଏ ବୃଦ୍ଧି କରାଯାଇଛି।

ସୂଚନାଯୋଗ୍ୟ,  ଗତବର୍ଷ ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ସବୁଠି  ଦେଖାଦେଇଥିଲା ଭୟର ବାତାବରଣ । ସେବେଠୁ ସମସ୍ତଙ୍କ ଅପେକ୍ଷା ଥିଲା କରୋନା ରକ୍ଷା କବଚକୁ । ଏହାର ପ୍ରାୟ ୧୦ ମାସ ପରେ ପ୍ରତୀକ୍ଷାର ଅନ୍ତ ଘଟିଛି । କରୋନା ଯୁଦ୍ଧର ସମ୍ମୁଖ ଯୋଦ୍ଧାଙ୍କୁ ଗତ ୧୬ ତାରିଖରୁ ଦିଆଯାଉଛି କରୋନା ଟିକା।

ଭୁବନେଶ୍ୱରରେ ସଫେଇ କର୍ମଚାରୀ ବିରଞ୍ଚି ନାୟକ ଓ କଟକରେ ବର୍ଷା ଦେଈ ପ୍ରଥମେ ନେଇଥିଲେ କୋଭିଡ୍ ଟିକା । ସେହିପରି ଲୋକଙ୍କ ଭିତରୁ ଭୟ ଦୂର କରି ଟିକା ପ୍ରତି ବିଶ୍ୱାସ ସୃଷ୍ଟି କରିବାକୁ କ୍ୟାପିଟାଲ୍ ହସପିଟାଲ ନିର୍ଦ୍ଦେଶକ ଲକ୍ଷ୍ମୀଧର ସାହୁ, ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଡାକ୍ତର ଅଶୋକ ମହାପାତ୍ର, ଭୁବନେଶ୍ୱର ଏମ୍ସର ନିର୍ଦ୍ଦେଶିକା ଗୀତାଞ୍ଜଳି ବି. ପ୍ରମୁଖ ମଧ୍ୟ ଟିକା ନେଇଥିଲେ ।

ଭୁବନେଶ୍ୱରରେ କୋଭାକ୍ସିନ୍ ଟିକା ବ୍ୟବହାର ହୋଇଥିବା ବେଳେ ରାଜ୍ୟର ଅନ୍ୟ ସବୁ ସ୍ଥାନରେ ଦିଆଯାଇଛି କୋଭାସିଲ୍ଡ ଭାକ୍ସିନ୍ ।  ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଟିକାକରଣ ସୁରୁଖୁରୁରେ ଚାଲିଥିବା ବେଳେ ସେପରି ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦେଇ ନାହିଁ।

 

The post ଆଜି କେବଳ ଭୁବନେଶ୍ୱରରେ, କାଲିଠୁ ପୁଣି ଅନ୍ୟ ଜିଲ୍ଲାରେ ଟିକାକରଣ appeared first on Odisha Reporter.



from Odisha Reporter https://ift.tt/3onIdBU

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages