ଝିଅର ପ୍ରଥମ ଫଟୋ ଶେଆର କରି ନାଁ ଜଣାଇଲେ ଅନୁଷ୍କା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 31, 2021

ଝିଅର ପ୍ରଥମ ଫଟୋ ଶେଆର କରି ନାଁ ଜଣାଇଲେ ଅନୁଷ୍କା

ମୁମ୍ବାଇ: କିଛି ଦିନ ପୂର୍ବେ ମା’ ହୋଇଥିବା ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ଝିଅର ପ୍ରଥମ ଫଟୋ ସୋଶାଲ ମିଡ଼ିଆରେ ଶେଆର କରିଛନ୍ତି। ଫଟୋରେ ବିରାଟ ଓ ଅନୁଷ୍କା ଝିଅକୁ କୋଳରେ ଧରିଥିବା ବେଳେ ବେଶ୍‌ ଖୁସି ନଜର ଆସିଛନ୍ତି। ଫଟୋ ଶେଆର କରି  ଅନୁଷ୍କା ଝିଅର ନାଁ ‘ଭମିକା’  ରଖିଥିବା ଫ୍ୟାନ୍ସଙ୍କୁ ଜଣାଇଛନ୍ତି। ଫଟୋ ଶେଆର କରୁ କରୁ ମାତ୍ର ୫ ମିନିଟରେ ଲକ୍ଷେରୁ ଅଧିକ ଲାଇକ୍‌ ମିଳିଛି। ପ୍ରଶଂସକ ବିରାଟ ଅନୁଷ୍କାଙ୍କୁ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ଜାନୁଆରୀ ୧୧ ତାରିଖରେ ଅନୁଷ୍କା ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଥିଲେ। ବିରାଟ ନିଜେ ସୋସିଆଲ ମିଡ଼ିଆରେ ଖୁସି ଖବର ଜଣାଇଥିଲେ। ବିରାଟ ଲେଖିଥିଲେ, “ଆଜି ଅପରାହ୍ନରେ ଆମର ଝିଅ ହେଇଛି, ଏ ଖୁସି ଖବର ସେୟାର କରି ଆମକୁ ବହୁତ ଖୁସି ଅନୁଭୂତ ହେଉଛି। ଆପଣମାନଙ୍କ ସ୍ନେହ ଓ ଶୁଭକାମନା ପାଇଁ ହୃଦୟରୁ ଧନ୍ୟବାଦ। ଅନୁଷ୍କା ଓ ଝିଅ ଉଭୟ ସୁସ୍ଥ ଅଛନ୍ତି।” ଏଥିସହ  ଝିଅ ଜନ୍ମ ପରେ ବିରାଟ ଓ ଅନୁଷ୍କା ସମସ୍ତ ଫଟୋଗ୍ରାଫରଙ୍କୁ ଫଟୋ ନ ଉଠେଇବାକୁ ଅପିଲ କରିଥିଲେ।  ଆପଣମାନେ ଆମ ପ୍ରାଇଭେସିକୁ ସମ୍ମାନ ଦେବେ ବୋଲି ଆଶା କରୁଛୁ ବୋଲି ସେ ଲେଖିଥିଲେ।

ବିରାଟ କୋହଲିଙ୍କ ଭାଇ ବିକାଶ କୋହଲି ନିଜ ଇନଷ୍ଟାଗ୍ରାମରେ ବିରୁଷ୍କାଙ୍କ ଝିଅର ପ୍ରଥମ ଫଟୋକୁ ଶେଆର କରିଥିଲେ। ଏହି ଫଟୋରେ କେବଳ କୁନି ଝିଅର ଗୋଡ ଦୁଇଟି ହିଁ ଦେଖିବାକୁ ମିଳିଥିଲା। ଏହି ଫଟୋକୁ ଶେଆର କରି ବିକାଶ କହିଥିଲେ, ଘରକୁ ଆଞ୍ଜେଲ ତଥା ନହ୍ନି ପରୀ ଆସିଛନ୍ତି । ଆମ ଘରକୁ ଆଞ୍ଜେଲ ଆସିଥିବାରୁ ଆମ ଖୁସି ଏବେ ଦ୍ୱିଗୁଣିତ ହୋଇଯାଇଛି।

ସେହିପରି କୋହଲିଙ୍କ ଭଉଣୀ ଭାୱନା କୋହଲି ମଧ୍ୟ ଝିଅର ପାଦ ଫଟୋକୁ ଶେଆର କରି ପିଉସୀ ବନିଯାଇଥିବାରୁ ନିଜକୁ ଗର୍ବିତ ମନେ କରୁଥିବା କହିଥିଲେ । ଶେଆର କରିଥିବା ଫଟୋରେ ୱେଲକମ୍‌ ଆଞ୍ଜେଲ ବୋଲି ମଧ୍ୟ ଲେଖିଥିଲେ।

ବିରାଟ ଓ ଅନୁଷ୍କା ୨୦୧୭ ଡିସେମ୍ବର ୧୧ରେ ବିବାହ କରିଥିଲେ। ଏହାପରେ ୨୦୨୦ ଜାନୁଆରୀ ୧୧ରେ ତାଙ୍କ ଘରକୁ କନ୍ୟା ସନ୍ତାନ ଆସିଥିଲା।

The post ଝିଅର ପ୍ରଥମ ଫଟୋ ଶେଆର କରି ନାଁ ଜଣାଇଲେ ଅନୁଷ୍କା appeared first on Odisha Reporter.



from Odisha Reporter https://ift.tt/36sb95W

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages