ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଗ୍‌ବସ୍‌‌-୧୪ ଫେମ୍‌ ଅଭିନେତା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଗ୍‌ବସ୍‌‌-୧୪ ଫେମ୍‌ ଅଭିନେତା

ମୁମ୍ବାଇ: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଗ୍‌ବସ୍‌-୧୪ ଫେମ ଅଭିନେତା ନିଶାନ୍ତ ସିଂହ ମଲଖାନୀ । ନୂଆବର୍ଷ ଅବସରରେ ସେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଛନ୍ତି । ମୁମ୍ବାଇରୁ ଜୈସଲମେର ଯାଉଥିବା ବେଳେ ତାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି । ତେବେ ଏଥିରୁ ନିଶାନ୍ତ ସୁରକ୍ଷିତ ଭାବେ ବର୍ତ୍ତି ଯାଇଥିବା ବେଳେ ତାଙ୍କ କାର କିନ୍ତୁ ପୁରା ଭାଙ୍ଗି ଚୁରମାର ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, ନୂଆବର୍ଷ ଦିନ ନିଜେ ଗାଡି ଚଳାଇ ସେ ମୁମ୍ବାଇରୁ ଜୈସଲମେର ରୋଡ ଟ୍ରିପ୍‌ରେ ଯାଉଥିଲେ । ଏହି ସମୟରେ ବିପରିତ ଦିଗରୁ ଏକ ଗାଡି ଗାସି ତାଙ୍କ ଗାଡିକୁ ଧକ୍କା ଦେଇଥିଲା । ଫଳରେ ତାଙ୍କ କାର୍‌ଟି ଏକ ବଡ ଖାଲ ଭିତରକୁ ଖସିପଡିଥିଲା ଏବଂ ଅଭିନେତା ଜଣକ ଗାଡିରୁ ଛିଟିକି ପଡିଥିଲେ । ଏହି ଦୁର୍ଘଟଣାରେ ନିଶାନ୍ତଙ୍କୁ ସାମାନ୍ୟ ଆଘାତ ଲାଗିଥିବା ବେଳେ ଘଟଣାସ୍ଥଳରୁ ଅଭିନେତାଙ୍କ ଗାଡିକୁ ଧକ୍କା ଦେଇଥିବା ଡ୍ରାଇଭର ଜଣକ ଫେରାର ହୋଇଯାଇଥିବା ଜଣାପଡିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଛି ।

ସେପଟେ ଦୁର୍ଘଟଣା ନେଇ ଅଭିନେତା ନିଶାନ୍ତ କହିଛନ୍ତି, ଚିନ୍ତା କରିବାର କୌଣସି କଥା ନାହିଁ। ସେ ପୁରାପୁରି ସୁସ୍ଥ ଅଛନ୍ତି । ମା’ଙ୍କ ଆଶୀର୍ବାଦ ଏବଂ ଭଗବାନଙ୍କ ଯୋଗୁଁ ବଡ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବା ସେ କହିଛନ୍ତି ।  ନିଶାନ୍ତ ଦିଲ୍ଲୀରେ ରୁହନ୍ତି । ତାଙ୍କ ଦୁର୍ଘଟଣା ଖବର ସମସ୍ତଙ୍କୁ ଚିନ୍ତିତ କରିଥିଲା । ତାଙ୍କ ପରିବାର ଲୋକେ ମଧ୍ୟ ଅଧିକ ଚିନ୍ତିତ ହୋଇପଡିଥିଲେ।

ସୂଚନା ଯୋଗ୍ୟ ଯେ, ଲୋକପ୍ରିୟ ଟିଭି ସିରିଏଲ `ଗୁଡ୍ଡନ ତୁମସେ ନା ହୋପାଏଗା’ରେ ନିଶାନ୍ତ ସିଂହ ମଲଖାନୀ କାମ କରିଛନ୍ତି । ଏହା ବ୍ୟତୀତ ସେ ଅନେକ ଟିଭି ସିରିଏଲ୍‌ କାମ କରିବା ସହ ରିଆଲିଟି ଶୋ’ ବିଗ୍‌ବସ୍‌-୧୪ରେ ମଧ୍ୟ ଭାଗ ନେଇସାରିଛନ୍ତି ।

The post ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ବିଗ୍‌ବସ୍‌‌-୧୪ ଫେମ୍‌ ଅଭିନେତା appeared first on Odisha Reporter.



from Odisha Reporter https://ift.tt/38UkTq0

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages