କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା ମଧ୍ୟରେ ପାର୍ଥକ୍ୟ କ’ଣ? - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, January 3, 2021

କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା ମଧ୍ୟରେ ପାର୍ଥକ୍ୟ କ’ଣ?

ନୂଆଦିଲ୍ଲୀ: କରୋନା ଟିକା କୋଭିଶିଲ୍ଡ ଏବଂ କୋଭାକ୍ସିନକୁ ଅନୁମତି ମିଳିଛି। ବିଶେଷଜ୍ଞଙ୍କ ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଟିକାକୁ ବିଜେପି ଟିକା ବୋଲି କହିବାକୁ ପଛାଇ ନାହାନ୍ତି ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବ। ସେ ଏହି ଟିକା ଲଗାଇବେ ନାହିଁ ବୋଲି କହିଛନ୍ତି। ସେହିପରି କଂଗ୍ରେସ ନେତା ଜୟରାମ ରମେଶ ଏବଂ ଶଶି ଥରୁର ମଧ୍ୟ ଭାରତ ବାୟୋଟେକ ଏବଂ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନ ଅନୁମୋଦନକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ଯାହାର ଜବାବ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ।

ସେ କହିଛନ୍ତି, କୋଭାକ୍ସିନ୍ ଇୟୁଏ (Emergency Use Authorization) କୋଭିଶିଲ୍ଡ ଠାରୁ ଅଲଗା। କାରଣ ଏହା କ୍ଲିନିକାଲ୍ ଟ୍ରାଏଲ୍ ମୋଡ୍ ରେ ବ୍ୟବହୃତ ହେବ। ଯେଉଁମାନେ କୋଭାକ୍ସିନ୍ ଟିକା ନେବେ ସେମାନଙ୍କୁ ଏକ ଡାକ୍ତରୀ ଟିମ୍ ଟ୍ରାକ କରିବେ ଏବଂ ତଦାରଖ କରାଯିବ।

Emergency Use Authorization କ’ଣ?

ଦିଲ୍ଲୀ ମ୍ୟାକ୍ସ ହସ୍ପିଟାଲର ବରିଷ୍ଠ ଡାକ୍ତର ମନୋଜ କୁମାର କହିଛନ୍ତି ଯେ କୋଭାକ୍ସିନ (ଇୟୁଏ) ଶ୍ରେଣୀରେ ରହିଛି। ଏହାର ଅର୍ଥ ରୋଗୀଙ୍କୁ ପଚରାଯାଇ ଏହି ଟିକା ବ୍ୟବହାର କରାଯିବ। ଅର୍ଥାତ୍ ରୋଗୀଙ୍କ ସହମତି କ୍ରମେ ଏହି ଟିକା ପରୀକ୍ଷା ହେବ। ସେଥିପାଇଁ ଏହାକୁ ଇୟଏ ଶ୍ରେଣୀରେ ରଖାଯାଇଛି। କୋଭିଶିଲ୍ଡ ଆଗ ଧାଡ଼ିର ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ଯଥାକ୍ରମେ ମେଡିକାଲ କର୍ମଚାରୀଙ୍କ ପାଇଁ ବ୍ୟବହୃତ ହେବ।

କୋଭାକ୍ସିନର ପରୀକ୍ଷା ଫଳାଫଳ କ’ଣ?

ହାଇଦ୍ରାବାଦର ଭାରତ ବାୟୋଟେକ୍‍ ଏକ ପୂର୍ଣ୍ଣାଙ୍ଗ ଭାଇରିୟନ ଇନ୍‍ଆକ୍ଟିଭେଟେଡ କରୋନା ଭାଇରସ୍‍ ଭେକ୍ସିନ ବା କୋଭାକ୍ସିନ ପ୍ରସ୍ତୁତ କରିଛି। ଆଇସିଏମ୍‍ଆର ଓ ଏନ୍‍ଆଇଭି (ପୁଣେ)ର ସହଯୋଗରେ ଏହି ଟିକା ପ୍ରସ୍ତୁତ ହୋଇଛି। ଏନ୍‍ଆଇଭି ପୁଣେରୁ ଏହି ଟିକା ପାଇଁ ଭୂତାଣୁର ମଞ୍ଜି (ସିଡ୍‍ସ ଷ୍ଟ୍ରେନ) ସଂଗୃହୀତ ହୋଇଛି। ଭେରୋସେଲ୍‍ ପ୍ଲାଟଫର୍ମରେ ଏହି ଟିକା ତିଆରି କରାଯାଇଛି ; ଯାହାର ନିରାପଦ ଦିଗ, ଦକ୍ଷତା ଓ ସଫଳତା ରେକର୍ଡ ବେଶ୍‍ ଭଲ। ଉଭୟ ଦେଶ ଓ ବିଦେଶରେ ଏହାର ସୁନାମ ରହିଛି ।

ଭାରତ ବାୟୋଟେକ୍‍ ଏହି ଟିକାକୁ ମୂଷା, ବିଭିନ୍ନ ପ୍ରକାର ମୂଷିକଜାତୀୟ ଜୀବ, ଠେକୁଆ, କେତେକ ବାନର ଜୀତୀୟ ପ୍ରାଣୀଙ୍କ ଉପରେ ପରୀକ୍ଷା କରିଛି । ସେହି ପରୀକ୍ଷାର ଫଳାଫଳ ଓ ତଥ୍ୟକୁ ସଂସ୍ଥା ଦ୍ୱାରା ଉପସ୍ଥାପନ କରାଯାଇଥିଲା । କଂପାନୀ ପକ୍ଷରୁ ଏହିସବୁ ତଥ୍ୟାବଳୀକୁ ସିଡିଏସ୍‍ସିଓକୁ ଅବଗତ କରାଯାଇଛି । ଏହି ଟିକାର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷାମୂଳକ ବା କ୍ଲିନିକାଲ ଟ୍ରାଏଲ କରାଯାଇଥିଲା । ଏଥିରୁ ପ୍ରାୟ ୮୦୦ ପ୍ରକାର ତଥ୍ୟାବଳୀ ଓ ଫଳାଫଳରୁ ଜଣାପଡିଛି ଯେ ଏହି ଟିକା ଅତ୍ୟନ୍ତ ନିରାପଦ ଏବଂ ମଣିଷର ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ଏହା ବେଶ୍‍ ସମର୍ଥ ।

ସେହିଭଳି ଏହାର ତୃତୀୟ ପର୍ଯ୍ୟାୟ ସଫଳତା ଓ ଦକ୍ଷତା ପରୀକ୍ଷା ଭାରତରେ କରାଯାଇଥିଲା । ୨୫,୮୦୦ ସ୍ୱେଚ୍ଛାସେବୀଙ୍କ ଉପରେ ଏହି ପରୀକ୍ଷା କରାଯିବାର ଲକ୍ଷ୍ୟଧାର୍ଯ୍ୟ ହୋଇଥିବାବେଳେ ଏ ପର୍ଯ୍ୟନ୍ତ ପ୍ରାୟ ୨୨,୫୦୦ଙ୍କୁ ଟିକା ପ୍ରଦାନ କରାଯାଇଛି । ସେମାନଙ୍କଠାରୁ ମିଳିଥିବା ତଥ୍ୟାବଳୀ ଅନୁସାରେ ଏହି ଟିକା ନିରାପଦ ବୋଲି ଜଣାପଡିଛି ।

ବିଷୟ ବିଶେଷଜ୍ଞ କମିଟି (ଏସ୍‍ଇସି) ଏହି ଟିକାର ପରୀକ୍ଷାମୂଳକ ବ୍ୟବହାରରୁ ମିଳିଥିବା ତଥ୍ୟରୁ ନିରାପଦ ଦିଗ ଏବଂ ଏହାର ରୋଗ ପ୍ରତିଷେଧକ ଦକ୍ଷତାକୁ ସମୀକ୍ଷା କରିବା ପରେ ଜରୁରୀକାଳୀନ ପରିସ୍ଥିତିରେ ଏହାକୁ ସୀମିତ ବ୍ୟବହାର ପାଇଁ ଅନୁମତି ଦେବାକୁ ସୁପାରିସ କରିଛି । ଜନସ୍ୱାର୍ଥ ଦୃଷ୍ଟିରୁ ଯଥେଷ୍ଟ ସାବଧାନତାର ସହ ପ୍ରତିକାର ବ୍ୟବସ୍ଥା ଗ୍ରହଣ ପୂର୍ବକ ଏହି ଟିକା ପ୍ରଦାନ କରିବାକୁ କୁହାଯାଇଛି । ଟିକାର ପରୀକ୍ଷାମୂଳକ ବ୍ୟବହାର ସମୟରେ ଯେପରି ସାବଧାନତା ଅବଲମ୍ବନ କରାଯାଉଥିଲା ସେହିଭଳି ସତର୍କତା ଅବଲମ୍ବନ କରିବାକୁ କମିଟି କହିଛି ।

ଟିକା ପ୍ରକ୍ରିୟା ସାଧାରଣତଃ ବହୁତ ଲମ୍ବା ଏବଂ ଗୋଟିଏ ଟିକା ଅନୁମୋଦନ ପାଇବା ପୂର୍ବରୁ ଏକ ପରୀକ୍ଷା ଏକ ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ। ଏଥିରେ ଅନେକ ଜିନିଷର ଅନୁସନ୍ଧାନ କରାଯାଏ ଏବଂ କିଛି ବର୍ଷ ଧରି ଏହା ପ୍ରତ୍ୟେକ ଦିଗରୁ ଅନୁସନ୍ଧାନ କରାଯାଏ, ଯାହା ପରେ ଟିକା ଅନୁମୋଦନ ପାଇଁ ନିଷ୍ପତ୍ତି ନିଆଯାଏ। କିନ୍ତୁ ଜରୁରୀକାଳୀନ ଅନୁମୋଦନ ଅର୍ଥ ହେଉଛି ଏହା ଜରୁରୀକାଳୀନ ସ୍ତରରେ ଅର୍ଥାତ୍ ସମୟ ପୂର୍ବରୁ ଅନୁମୋଦିତ। ଏଥିରେ, ଆବଶ୍ୟକ ଅନୁସନ୍ଧାନ ପ୍ରକ୍ରିୟା ସମାପ୍ତ ହୋଇଛି ଏବଂ ଅନ୍ୟାନ୍ୟ ପ୍ରକାରର ଅନୁସନ୍ଧାନ କ୍ରମାଗତ ଭାବରେ ଚାଲିଥାଏ।

ବର୍ତ୍ତମାନ ଏହା ଜରୁରୀକାଳୀନ ବ୍ୟବହାର ପ୍ରାଧିକରଣ ପାଇଛି | ବାସ୍ତବରେ, ଯେତେବେଳେ ଅବସ୍ଥା ଖରାପ ହୁଏ ରୋଗର ସଂଖ୍ୟା ଦେଖି ମୃତ୍ୟୁ ସଂଖ୍ୟା ବଢ଼ୁଥିବା ଦେଖି ଜରୁରୀକାଳୀନ ଅନୁମୋଦନ ଦିଆଯାଏ। ଏହି ଅନୁମୋଦନ ଏକ ନିର୍ଦ୍ଦିଷ୍ଟ ସ୍ତର ପର୍ଯ୍ୟନ୍ତ ପରୀକ୍ଷା କିମ୍ବା ପରୀକ୍ଷଣ ପରେ ଦିଆଯାଏ।

ସାଧାରଣ ଅନୁମୋଦନ ଏବଂ ଜରୁରୀକାଳୀନ ଅନୁମୋଦନ କ’ଣ?

ବାସ୍ତବରେ, ସାଧାରଣ ଅନୁମୋଦନ ଏବଂ ଜରୁରୀକାଳୀନ ଅନୁମୋଦନ ମଧ୍ୟରେ କୌଣସି ବିଶେଷ ପାର୍ଥକ୍ୟ ନାହିଁ। କେବଳ ପାର୍ଥକ୍ୟ ହେଉଛି କିଛି ସର୍ତ୍ତ ସହିତ ଶୀଘ୍ର ଅନୁମୋଦନ ପ୍ରାପ୍ତ ହୁଏ । ଏଥିରେ କୌଣସି ଅସୁବିଧା ନାହିଁ। ଏହା ଆଦୌ କ୍ଷତିକାରକ ନୁହେଁ ଏବଂ ଲୋକମାନେ ଏହାକୁ ସାଧାରଣ ଅନୁମୋଦନ ଭାବରେ ଗ୍ରହଣ କରିପାରିବେ। ଉଭୟ କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା ୧୧୦ ପ୍ରତିଶତ ସୁରକ୍ଷିତ ବୋଲି ଡିସିଜିଏ କହିଛି।

ଟିକାର ଦାମ କ’ଣ ରହିଛି?

କୋଭିଶିଲ୍ଡ ଟିକାର ଦାମ ୪୦୦ ଟଙ୍କା ହେଲେ ବଜାରରେ ଏହା ପାଖାପାଖି ୮୦୦ ଟଙ୍କାର ଉପଲବ୍ଧ ହେବ ବୋଲି ଜଣାପଡ଼ିଛି। ସେହିପରି କୋଭାକ୍ସିନ ଟିକାର ଦାମ ଜଣାପଡ଼ିନି। ହେଲେ ଏହାର ଦାମ ୩୫୦ ଟଙ୍କା ପାଖାପାଖି ରହିବ ବୋଲି କୁହାଯାଉଛି। କୋଭାକ୍ସିନ୍ ଟିକାକୁ ବିକ୍ରି ପାଇଁ ମଧ୍ୟ ଅନୁମତି ମିଳିଛି।

The post କୋଭିଶିଲ୍ଡ ଏବଂ କୋଭାକ୍ସିନ୍ ଟିକା ମଧ୍ୟରେ ପାର୍ଥକ୍ୟ କ’ଣ? appeared first on Odisha Reporter.



from Odisha Reporter https://ift.tt/3ncc0NF

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages