ବିକ୍ରି ହେଉଛି ରାତାରାତି କୋଟିପତି ହେବାର ସ୍ୱପ୍ନ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 8, 2021

ବିକ୍ରି ହେଉଛି ରାତାରାତି କୋଟିପତି ହେବାର ସ୍ୱପ୍ନ

ବାରିପଦା(ମାଣିକ ଲାଲ ପାଣି): ବିକ୍ରି ହେଉଛି ରାତାରାତି କୋଟିପତି ହେବାର ସ୍ୱପ୍ନ । ମାତ୍ର ୬ ଟଙ୍କାର ଟିକେଟ କିଣିଲେ ହୋଇପାରିବେ କୋଟିପତି। ଏପରି ଲୋଭନୀୟ ସ୍କିମ ଦେଖାଇ ଆଦାୟ ହେଉଛି ପୁଳା ପୁଳା ଟଙ୍କା।  ଆଉ ଏହାର ଟାର୍ଗେଟ ହେଉଛନ୍ତି ଶ୍ରମିକ ଶ୍ରେଣୀର ଲୋକ ଓ ଅଳ୍ପ ପରିଶ୍ରମରେ ଅଧିକ ଆୟ କରିବାକୁ ଚେଷ୍ଟା କରୁଥିବା ଯୁବଗୋଷ୍ଠୀ । ଏପରି କୋଟିପତି ହେବାର ଅଫର ଏବେ ବାରିପଦା ସହରର ଗଳିକନ୍ଦିରେ ବିକ୍ରି ହେଉଛି।

ବାରିପଦା ସହରରେ ବେଧଡ଼କ ଚାଲିଛି ଏଭଳି ଲୋଭନୀୟ ସ୍କିମ ଥିବା ଲଟେରୀ ଟିକେଟ କାରବାର । ସହରର ଗଳି କନ୍ଦିରେ ଲୋକଙ୍କୁ ରାତାରାତି ଧନୀ ହେବାର ସ୍ୱପ୍ନ ବିକୁଛନ୍ତି ଲଟେରୀ ଏଜେଣ୍ଡ । ଏସବୁ ଟିକେଟ କେବଳ ପଶ୍ଚିମବଙ୍ଗରେ ବିକ୍ରି ଲାଗି ବୈଧ ହୋଇଥିଲେ ମଧ୍ୟ ବାରିପଦାରେ ଖୁଲମଖୁଲା ବିକ୍ରି ହେଉଛି ।

ଭୁଟାନ, ଶ୍ରୀଲଙ୍କା ଓ ପଡୋଶୀ ପଶ୍ଚିମବଙ୍ଗର ବିଭିନ୍ନ ଲଟେରୀ ଟିକେଟ ଆଣି ଏଠାରେ ବିକୁଛନ୍ତି ଏଜେଣ୍ଟ। ଆଗରୁ ଷ୍ଟଲ ଖୋଲି ଖୁଲମଖୁଲା ବିକ୍ରି କରୁଥିଲେ । ଏବେ କିନ୍ତୁ କାର୍ଯ୍ୟାନୁଷ୍ଠାନ ଭୟରେ ଲୁଚାଚୋରାରେ ବିକ୍ରି କରୁଛନ୍ତି ।  ଅନ୍ୟପକ୍ଷରେ କିଛି ଅସାଧୁ ଏଜେଣ୍ଟ ଲୋକଙ୍କ ଦୁର୍ବଳତାର ସୁଯୋଗ ନେଇ ନକଲି ଟିକେଟ ବି ବିକ୍ରି କରୁଥିବା ଅଭିଯୋଗ ହେଉଛି।

ଏହି ଏଜେଣ୍ଟମାନଙ୍କ ଟାର୍ଗେଟ ହେଉଛନ୍ତି ପଶ୍ଚିମବଙ୍ଗରୁ ଆସି ଏଠାରେ କାମ କରୁଥିବା ଶ୍ରମିକ ଶ୍ରେଣୀର ଲୋକ ଓ ଅଳ୍ପ ପରିଶ୍ରମରେ ଅଧିକ ଆୟ କରିବାକୁ ଚେଷ୍ଟା କରୁଥିବା ଯୁବଗୋଷ୍ଠୀ । ଟିକେଟଗୁଡିକ ଦିନ ୧୧ଟାଯାଏଁ ବିକ୍ରି ହେଉଥିବା ବେଳେ ଦୈନିକ ସନ୍ଧ୍ୟା ୬ଟାରେ ଅନଲାଇନ ଉଠାଣ ହେଉଛି । ତେବେ ଓଡ଼ିଶାରେ ଏଭଳି ଲଟେରୀ ଟିକେଟ ବିକ୍ରି ବେଆଇନ ହୋଇଥିଲେ ମଧ୍ୟ ଏହା ଉପରେ ପ୍ରଶାସନ କି ପୁଲିସ୍‌ କାହାରି ନଜର ନାହିଁ।

ଧନୀ ହେବା ଲୋଭରେ ଲୋକ ନିଜ ଭାଗ୍ୟ ପରୀକ୍ଷା କରିବାକୁ ପଛାଉ ନାହାନ୍ତି । ଅନ୍ୟପକ୍ଷରେ ଅଳ୍ପ କିଛି ଲୋକ ଟିକଟ କିଣି ସ୍ୱଳ୍ପ ପରିମାଣର ଅର୍ଥ ବି ଜିତିଥିବା ଖବର ପ୍ରଚାର କରାଯାଉଛି । ଯାହାକି ଅନ୍ୟମାନଙ୍କୁ ଟିକଟ କିଣିବା ଲାଗି ପ୍ରଲୋଭିତ କରୁଛି । ତେବେ ଲୋକଙ୍କ ଏଭଳି ଦୁର୍ବଳତାର ସୁଯୋଗ ନେଉଛନ୍ତି କିଛି ଅସାଧୁ ଏଜେଣ୍ଟ । ସେମାନେ ଜାଲ ଟିକଟ ଛପାଇ ବିକ୍ରି କରୁଥିବା ଅଭିଯୋଗ ହେଉଛି । ଫଳରେ ଧନୀ ହେବା ଲୋଭରେ ନିଜ କଷ୍ଟ ଉପାର୍ଜିତ ଟଙ୍କା ଖଟାଉଥିବା ଲୋକ ରୀତିମତ ଠକେଇର ଶିକାର ହେଉଛନ୍ତି  ।

ଏ ସମ୍ପର୍କରେ ରାକେଶ ସିଂହ ନାମକ ବାରିପଦା ବାସିନ୍ଦା  କହିଛନ୍ତି,  ଏହି ଟିକେଟ କାରବାର ବାରିପଦାରେ ମାସ ମାସ ଧରି ଚାଲି ଆସିଛି। ଓଡ଼ିଶାରେ ଏପରି କିଛି ନିୟମ ନ ଥିବା ବେଳେ ବେନିୟମ ଭାବେ ବିକ୍ରି ହେଉଛି। ଏଥିରେ ସମ୍ପୃକ୍ତ ଲୋକଙ୍କୁ ଗିରଫ କରାଯାଉ। ଲୋକଙ୍କ ଆଶାକୁ ନେଇ ସେମାନେ ଖେଳ ଖେଳୁଛନ୍ତି। ବେଳେବେଳେ ଜଣେ ଲୋକ ଏକାଥରେ ବହୁ ଲଟେରି କିଣି ନେଉଛନ୍ତି। ହେଲେ ଟଙ୍କା ଯିବା ସହ ଶେଷରେ ନିରାଶ ହେଉଛନ୍ତି।

ଏ ସମ୍ପର୍କରେ ବାରିପଦା ଟାଉନ ଥାନା ଅଧିକାରୀ ବୀରେନ୍ଦ୍ର କୁମାର ସେନାପତି  କହିଛନ୍ତି, ଏହି ଖବର ଏବେ ଜାଣିବାକୁ ପାଇଲି। ନିହାତି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବୁ।

ସୂଚନାଯୋଗ୍ୟ, ଅଧିକ ସୁଧର ଲୋଭ ଦେଖାଇ ଶାରଦା ସମେତ ପଶ୍ଚିମବଙ୍ଗର ଅନେକ ଚିଟଫଣ୍ଡ କଂପାନୀ ଦ୍ୱାରା ବାରିପଦାର ହଜାର ହଜାର ଲୋକ ଠକେଇର ଶିକାର ହୋଇଥିଲେ । ଏବେ ନକଲି ଲଟେରୀ ଟିକଟ ମାଧ୍ୟମରେ ଲୋକଙ୍କୁ ଠକିବା ଲାଗି ନୂଆ ବାଟ ବାହାରିଛି।

The post ବିକ୍ରି ହେଉଛି ରାତାରାତି କୋଟିପତି ହେବାର ସ୍ୱପ୍ନ appeared first on Odisha Reporter.



from Odisha Reporter https://ift.tt/3pWsE5s

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages