ମେଷ: ପାରିବାରିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ। ଆୟ ତୁଳନାରେ ବ୍ୟୟ ଅଧିକ ହେବ। ସ୍ୱାସ୍ଥ୍ୟଜନିତ କିଛି ସମସ୍ୟା ବି ଦେଖା ଦେଇପାରେ। ଅଫିସ୍ରେ ଅବା କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ପ୍ରତିକାର– ହନୁମାନଙ୍କୁ ଦର୍ଶନ କରନ୍ତୁ ଓ ହନୁମାନଙ୍କ ସିନ୍ଦୁର ମଥାରେ ଲଗାନ୍ତୁ।
ବୃଷ: ଦାମ୍ପତ୍ୟ ଜୀବନ ଭଲ ରହିବ। ଶୁଭଫଳ ଲାଭ କରିବେ। ଗଣମାଧ୍ୟମ ସହ ସମ୍ପୃକ୍ତ ଥିବା ବ୍ୟକ୍ତିମାନେ ଉନ୍ନତି ଲାଭ କରିବେ। ଯାତ୍ରା କଲା ବେଳେ ସତର୍କତା ଅବଲମ୍ବନ କରନ୍ତୁ। ପ୍ରତିକାର– ମହାଦେବଙ୍କ ପାଖରେ ୫ଟି ତ୍ରିଶାଖା ବେଲପତ୍ର ଓ କିଛି କଞ୍ଚାକ୍ଷୀର ଅର୍ପଣ କରନ୍ତୁ।
ମିଥୁନ: କର୍ମକ୍ଷେତ୍ରରେ ମାନସମ୍ମାନ ବଢ଼ିବ। ବିଭିନ୍ନ ସୂତ୍ରରୁ ଆୟ ବୃଦ୍ଧି ହେବ। ମନ ପ୍ରଫୁଲ୍ଲ ରହିବ। ଶତ୍ରୁମାନେ ପରାଜିତ ହେବେ ଓ ସମସ୍ତ କାର୍ଯ୍ୟରେ ବିଜୟ ଲାଭ କରିବେ। ପ୍ରତିକାର– ଗାଈକୁ କିଛି ଦୁବଘାସ ଖାଇବାକୁ ଦିଅନ୍ତୁ।
କର୍କଟ: ଅଚିହ୍ନା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ। ନଚେତ୍ ବିପଦରେ ପଡ଼ିପାରନ୍ତି। ସ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ। ସାମାନ୍ୟ କଥାକୁ ନେଇ ସହକର୍ମୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ତେଣୁ କଥାବାର୍ତ୍ତା ବେଳେ ସଂଯମତା ରକ୍ଷା କରନ୍ତୁ। ପ୍ରତିକାର– ୩ ମୁଠା ଅରୁଆ ଭାତରେ ଗୋଟିଏ ସିଝା ଆଳୁ ଚକଟି ଧଳାଗାଈକୁ ଖାଇବାକୁ ଦିଅନ୍ତୁ।
ସିଂହ: ଆଧ୍ୟାତ୍ମକ ଦିଗରେ ମନ ନିବେଶ କରିବେ ଓ ମାନସିକ ଶାନ୍ତି ଲାଭ କରିବେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ନଚେତ୍ ଶାରୀରିକ ପୀଡ଼ା ଅନୁଭବ କରିପାରନ୍ତି। ନିର୍ମାଣାଧୀନ କାର୍ଯ୍ୟକୁ ଶେଷ ପର୍ଯ୍ୟାୟରେ ପହଞ୍ଚାଇବେ। ପ୍ରତିକାର– ସାତ ଆଞ୍ଜୁଳା ଜଳରେ ସୂର୍ଯ୍ୟଙ୍କୁ ଅର୍ଘ୍ୟ ପ୍ରଦାନ କରନ୍ତୁ।
କନ୍ୟା: ଦେହ ଓ ମନ ସୁସ୍ଥ ରହିବ। ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। କୋର୍ଟ କଚେରୀରେ ଥିବା ମାଲିମକଦ୍ଦମାରେ ଜୟଯୁକ୍ତ ହେବେ। ଛାତ୍ରଛାତ୍ରୀମାନେ ଉଚ୍ଚଶିକ୍ଷା ପାଇଁ ଯୋଜନା କରିବେ। ପ୍ରତିକାର– ସାତଟି ପାନପତ୍ର ଶ୍ରୀଗଣେଶଙ୍କୁ ଚଢ଼ାନ୍ତୁ।
ତୁଳା: ବିଭିନ୍ନ ପ୍ରକାର ସମସ୍ୟା ଓ ବିବାଦ ଭିତରେ ଛନ୍ଦି ହୋଇପଡ଼ିବେ। କେହି ଜଣେ ବ୍ୟକ୍ତି ଅସୁବିଧାରେ ପକାଇବାକୁ ଚକ୍ରାନ୍ତ କରିପାରନ୍ତି। ତେଣୁ ସାବଧାନରେ ଚଳନ୍ତୁ। ପୂର୍ବ ଘଟଣାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ପ୍ରତିକାର– ‘ଓଁ ନମଃ ଶିବାୟ’ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।
ବିଛା: ଅର୍ଥ, ମାନସମ୍ମାନ ଓ ସ୍ୱାଦିଷ୍ଟ ଭୋଜନ ପ୍ରାପ୍ତିର ସୁଯୋଗ ରହିଛି। କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କର ଅନୁଗ୍ରହ ଲାଭ କରିବେ। ମହିଳାମାନେ ସମସ୍ତ କ୍ଷେତ୍ରରେ ପ୍ରଶଂସନୀୟ ହେବ। ପ୍ରତିକାର– ଲାଲ୍ ରଙ୍ଗର ରୁମାଲଟିଏ ନିଜ ପାଖରେ ରଖନ୍ତୁ।
ଧନୁ: ଅନେକ ଦିନରୁ ଅଟକି ରହିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ ସମର୍ଥ ହେବେ। ଶାରୀରିକ ଓ ମାନସିକ ଶାନ୍ତି ଅନୁଭବ କରିବେ। ବ୍ୟବସାୟରେ ଉନ୍ନତି ଲାଭ କରିବେ। ପ୍ରତିକାର– ମା’ ପାର୍ବତୀଙ୍କ ପାଖରେ ସାତଟି ଲାଲ୍ ମନ୍ଦାର ଫୁଲ ଚଢ଼ାନ୍ତୁ।
ମକର: ଦୁଃସାହସିକ ପଦକ୍ଷେପ ନେଇ କୃତକାର୍ଯ୍ୟ ହେବେ। ବନ୍ଧୁଙ୍କ ସହଯୋଗ ପାଇ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବେ।
ସାମାଦିତା କ୍ଷେତ୍ରରେ ଥିବା ଲୋକେ ଗୌରବ ଲାଭ କରିବେ ଓ ସମାଜରେ ମାନସମ୍ମାନ ବଢ଼ିବ। ପ୍ରତିକାର– ଅଶ୍ୱତ୍ଥ ପତ୍ରଟିଏ ନିଜ ପାଖରେ ରଖି କାର୍ଯ୍ୟ କରନ୍ତୁ।
କୁମ୍ଭ: ଯେଉଁ କାର୍ଯ୍ୟରେ ହାତ ଦେବେ ସେଥିରେ ସଫଳ ହେବେ। ପରିବାରରେ ସ୍ନେହ,ଶ୍ରଦ୍ଧା ବୃଦ୍ଧି ପାଇବ। କୌଣସି ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିପାରନ୍ତି। ପ୍ରତିକାର- ବୁଲା କୁକୁରକୁ କିଛି ଖାଦ୍ୟ ଖାଇବାକୁ ଦିଅନ୍ତୁ।
ମୀନ: ସନ୍ଦେହ ଓ ଭୁଲ ବୁଝାମଣାକୁ ନେଇ ଦାମ୍ପତ୍ୟ ଜୀବନରେ ଝଡ଼ଜଞ୍ଜା ସୃଷ୍ଟି ହୋଇପାରେ। ମାନସିକ ଅସ୍ଥିରତା ଦେଖା ଦେଇପାରେ, ତେଣୁ ଜଗିରଖି ଚଳନ୍ତୁ। ନିଜ ଲୋକମାନେ ଅସୁବିଧାରେ ପକାଇବେ। ପ୍ରତିକାର– ବିଷ୍ଣୁଙ୍କ ଗାୟତ୍ରୀମନ୍ତ୍ରକୁ ୨୭ଥର ଜପ କରନ୍ତୁ।
The post ୯ ଜାନୁଆରୀ, ଶନିବାର: ନିଜ ଲୋକମାନେ ଅସୁବିଧାରେ ପକାଇବେ appeared first on Odisha Reporter.
from Odisha Reporter https://ift.tt/2XopwmJ
No comments:
Post a Comment