ମୟୂରଭଞ୍ଜରେ ହାଇଡ୍ରାମା; ବିଜେଡି-ବିଜେପି ମୁହାଁମୁହିଁ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, January 12, 2021

ମୟୂରଭଞ୍ଜରେ ହାଇଡ୍ରାମା; ବିଜେଡି-ବିଜେପି ମୁହାଁମୁହିଁ

ବାରିପଦା(ମାଣିକଲାଲ ପାଣି):  ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଷ୍ଟିକର ମରାଯିବା ଘଟଣାକୁ ନେଇ  ରାଜ୍ୟ  ରାଜନୀତି ଏବେ ସରଗରମ ରହିଛି। ଏପରି ଏକ ଘଟଣାକୁ ନେଇ ଗତକାଲି ଦିନ ସାରା ମୟୂରଭଞ୍ଜ ଜିଲ୍ଲାରେ ଦେଖିବାକୁ ମିଳିଥିଲା ହାଇଡ୍ରାମା। ଏଥିଯୋଗୁ ଉଭୟ ରାଜନୈତିକ ଦଳର  ନେତା ଓ କର୍ମୀଙ୍କ ମଧ୍ୟରେ କଥା କଟାକଟି ହୋଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ସାଂସଦ ଓ ୪ ବିଧାୟକଙ୍କୁ ୩ ଘଣ୍ଟା ଅଟକ ରହିବାକୁ ପଡ଼ିଥିଲା।

ସୂଚନାଯୋଗ୍ୟ, ଜିଲ୍ଲା ପ୍ରୟାସ ସମ୍ମିଳନୀ କକ୍ଷରେ ଗତକାଲି ଲୋକସଭା ସାଂସଦ  ତଥା ବିଜେପି ରାଷ୍ଟ୍ରୀୟ ସମ୍ପାଦକ ବିଶେଶ୍ୱର ଟୁଡ଼ୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା ଦିଶା ବୈଠକ। ଏଥିରେ ରାଜ୍ୟସଭା ସାଂସଦ ମମତା ମହାନ୍ତ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ,  ଜିଲ୍ଲାର ବହୁ ବିଧାୟକ, ଜିଲ୍ଲାପାଳ, ପିଡି ଡିଆରଡିଏ ତଥା ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।

ପ୍ରଧାନମନ୍ତ୍ରୀ ଆବାସ ହିତାଧିକାରୀଙ୍କ ଘରେ ବିଜୁ ପକ୍କା ଘର ଷ୍ଟିକର ଲାଗିବାକୁ ନେଇ ବୈଠକରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ନିଜ ମତ ରଖିଥିଲେ। ପୋଷ୍ଟରରେ ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକଙ୍କ ଫଟୋ ବଡ ଆକାରରେ ରହୁଥିବାବେଳେ ପ୍ରଧାନମନ୍ତ୍ରୀ ଯୋଜନା ଲେଖା ଛୋଟ ଆକାରରେ  ଲେଖା ଯାଇଥିବା ଅଧ୍ୟକ୍ଷା ଦର୍ଶାଇଥିଲେ ।  ଏହାକୁ ନେଇ ଆରମ୍ଭ ହୋଇଥିଲା କଥା କଟାକଟି। ଏହାପରେ ସୁଜାତା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କୁ ଅପମାନିତ କରିଥିବା ଅଭିଯୋଗ କରି ସାଂସଦ ବୈଠକକୁ ବର୍ଜନ କରି ବାହାରକୁ ପଳାଇଥିଲେ।

ଏହାପରେ ସେ ନିଜ ସମର୍ଥକଙ୍କ ସହ ଜିଲ୍ଲା ପରିଷଦ ଅଧ୍ୟକ୍ଷାଙ୍କ ଗାଡି ସାମ୍ନାରେ ପ୍ରତିବାଦ କରିଥିଲେ। ଏଥିଯୋଗୁଁ ସାଂସଦ ବିଶେଶ୍ୱର ଟୁଡୁଙ୍କ ସମେତ ବାରିପଦା, ରାଇରଂଗପୁର, ଉଦଳା, ଯଶିପୁର ବିଧାୟକ ପ୍ରାୟ ୩ଘଣ୍ଟା ଅଟକି ରହିଥିଲେ  । ପୁଲିସ୍‌ ପହଞ୍ଚି ବୁଝାଶୁଝା କରିଥିଲେ ମଧ୍ୟ କୌଣସି ସମାଧାନର ସୂତ୍ର ନ ବାହାରିବାରୁ ପୁଲିସ୍‌ ବିକ୍ଷୋଭକାରୀଙ୍କୁ  ନେଇଯାଇଥିଲା ।

The post ମୟୂରଭଞ୍ଜରେ ହାଇଡ୍ରାମା; ବିଜେଡି-ବିଜେପି ମୁହାଁମୁହିଁ appeared first on Odisha Reporter.



from Odisha Reporter https://ift.tt/35AEF90

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages