ୱାଶିଂଟନ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ନୂଆ କଟକଣା ଜାରି କରିଛି ଆମେରିକା। ଏଣିକି ବିମାନରେ ଆମେରିକା ଆସୁଥିବା ଲୋକଙ୍କ କରୋନା ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ନେଗେଟିଭ ରିପୋର୍ଟ ଦେଖାଇବା ପରେ ହିଁ ଜଣେ ବ୍ୟକ୍ତିଙ୍କୁ ଆମେରିକାରେ ପ୍ରବେଶ କରିବାକୁ ଅନୁମତି ମିଳିବ। ସେହିପରି ଏହି ନେଗେଟିଭ ରିପୋର୍ଟ ୩ ଦିନରୁ ଅଧିକ ପୁରୁଣା ହୋଇ ନଥିବ ବୋଲି ସିଡିସି ପକ୍ଷରୁ କୁହାଯାଇଛି।
ସିଡିସି ନିର୍ଦ୍ଦେଶକ ରବର୍ଟ ରେଡଫିଲ୍ଡ କହିଛନ୍ତି, ଟେଷ୍ଟିଂ ସବୁ ରିସ୍କ ଦୂର କରିପାରିବ ନାହିଁ। ତେବେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଅବଲମ୍ବନ କଲେ, ଏହା ଯାତ୍ରାକୁ ଅଧିକ ସୁରକ୍ଷିତ କରିବ। ଆମେରିକା ଆସୁଥିବା ଲୋକଙ୍କର କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି।
ସେହିପରି ଆମେରିକା ପହଞ୍ଚିବାରୁ ୩ରୁ ୫ ଦିନ ମଧ୍ୟରେ ମଧ୍ୟ ସଂପୃକ୍ତ ବ୍ୟକ୍ତିଙ୍କର ଆଉ ଥରେ କରୋନା ଟେଷ୍ଟ ହେବ। ସେମାନେ ଅତିକମରେ ୭ ଦିନ ଘରେ ମଧ୍ୟ ରହିବ। ବିମାନରେ ବସିବା ପୂର୍ବରୁ ହିଁ ବିମାନ କର୍ତ୍ତୃପକ୍ଷଙ୍କୁ ଟେଷ୍ଟ ରିପୋର୍ଟ ଦେବେ ବୋଲି ସେ କହିଛନ୍ତି।
The post ଏହି ଦେଶରେ ପ୍ରବେଶ ପାଇଁ ଦରକାର କରୋନା ନେଗେଟିଭ ରିପୋର୍ଟ appeared first on Odisha Reporter.
from Odisha Reporter https://ift.tt/39oRMLH
No comments:
Post a Comment