ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ

ନୂଆଦିଲ୍ଲୀ: କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ କୃନାଲ ପାଣ୍ଡ୍ୟାଙ୍କ ବାପା ହିମାଂଶୁ ପାଣ୍ଡ୍ୟାଙ୍କର ପରଲୋକ ହୋଇଯାଇଛି। ଆଜି ସକାଳେ ହିମାଂଶୁ ହୃଦଘାତର ଶିକାର ହୋଇଥିଲେ ଓ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।

ଅନେକ ସାକ୍ଷାତକାରରେ ଏହି ଦୁଇ କ୍ରିକେଟର ଭାଇ ସେମାନଙ୍କ ସଫଳତା ପଛରେ ତାଙ୍କ ବାପା ଓ ମା’ଙ୍କ ହାତ ଥିବା କହିଥିଲେ। ହାର୍ଦ୍ଦିକ ଓ କୃନାଲଙ୍କ ବାପାଙ୍କର ଏକ ଛୋଟ କାର୍ ଫାଇନାନ୍ସ ବ୍ୟବସାୟ ଥିଲା। ତେବେ ଖାସ୍ ସେମାନଙ୍କ ପାଇଁ ସେ ଏହି ବ୍ୟବସାୟ ବନ୍ଦ କରି ବଡ଼ଦୋରା ଚାଲିଆସିଥିଲେ। ହାର୍ଦ୍ଦିକ ଓ କୃନାଲଙ୍କୁ ଭଲ ପ୍ରଶିକ୍ଷଣର ସୁଯୋଗ ଦେବାକୁ ସେ ଏଠାକୁ ଚାଲି ଆସିଥିଲେ।

ବଡ଼ଦୋରାରେ ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ୱିକେଟ୍ କିପର କିରଣ ମୋରେଙ୍କ କ୍ରିକେଟ୍ ଏକାଡେମୀରେ ହିମାଂଶୁ ତାଙ୍କ ଦୁଇ ପୁଅଙ୍କ ନାମ ଲେଖାଇଥିଲେ। ଏଠାକୁ ଆସିବା ପରେ ଉଭୟ ହାର୍ଦ୍ଦିକ ଓ କୃନାଲଙ୍କ ଦକ୍ଷତା ଉପରେ ସମସ୍ତଙ୍କ ନଜର ପଡ଼ିଥିଲା।

The post ହାର୍ଦ୍ଦିକ ଓ କୃନାଲ ପାଣ୍ଡ୍ୟାଙ୍କ ବାପାଙ୍କ ପରଲୋକ appeared first on Odisha Reporter.



from Odisha Reporter https://ift.tt/3oPcWcj

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages