କରୋନା ବିରୋଧ ମହାଲଢ଼େଇ, ଆରମ୍ଭ ହେଲା ଟିକାକରଣ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, January 15, 2021

କରୋନା ବିରୋଧ ମହାଲଢ଼େଇ, ଆରମ୍ଭ ହେଲା ଟିକାକରଣ

ନୂଆଦିଲ୍ଲୀ: ସାରା ଦେଶରେ ଆରମ୍ଭ ହେଲା ଟିକାକରଣ। ମହାମାରୀ ବିରୋଧରେ ମହାଲେଢ଼ଇ ପାଇଁ ପ୍ରଥମ ପର୍ଯ୍ୟାୟ ଟିକାକରଣ ଆଜି ଆରମ୍ଭ ହୋଇଛି। ଏଥିପାଇଁ ଚାରିଆଡେ ଉତ୍ସବର ମାହୋଲ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନ୍‌ଫରେନ୍ସି ଜରିଆରେ ଏହାର ଶୁଭାରମ୍ଭ କରିଛନ୍ତି। ସାରା ଦେଶ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ପ୍ରାୟ  ୩ ହଜାରଟି କେନ୍ଦ୍ରରେ କୋଭିଡ ଟିକା ଦିଆଯାଉଛି। ପ୍ରତ୍ୟେକ କେନ୍ଦ୍ରରେ ସର୍ବାଧିକ ୧୦୦ ଜଣଙ୍କୁ କୋଭିଡ-୧୯ ଭାକସିନ୍‌ ଦିଆଯିବ।

ପ୍ରଥମ ପର୍ଯ୍ୟାୟରେ ସାରା ଦେଶରେ ୧ କୋଟି ସ୍ୱାସ୍ଥ୍ୟକର୍ମୀ ଓ ୨କୋଟି କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏହା ପୂର୍ବରୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ କୋଭିସିଲ୍ଡ ଏବଂ କୋଭାକ୍ସିନ୍ ଟିକା ପହଞ୍ଚିସାରିଛି। କେମିତି ଟିକା ଦିଆଯିବ ସେନେଇ ପୂର୍ବରୁ ଦେଶରେ ୩ଟି ପର୍ଯାୟରେ ଡ୍ରାଏ ରନ ସରିଛି । ଟିକାକରଣ କାର୍ଯ୍ୟକ୍ରମର ତଦାରଖ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୪ଘଣ୍ଟିଆ ସହାୟତା କେନ୍ଦ୍ର ଖୋଲାଯାଇଛି।

ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଂଚଳରେ ଏହି ଅଭିଯାନ ଚାଲିବାକୁ ଥିବା ବେଳେ, ପରବର୍ତ୍ତୀ ସମୟରେ ୫ ହଜାରରୁ ଅଧିକ ଟିକାକରଣ କେନ୍ଦ୍ର ଖୋଲିବ। ଏଥିଲାଗି କେନ୍ଦ୍ର ଓ ସମସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।  ଟିକାକରଣ ସକାଳ ୯ଟାରୁ ଆରମ୍ଭ ହୋଇ ଅପରାହ୍ଣ ୫ଟା ଯାଏଁ ଚାଲିବ ଅପରାହ୍ନ ୫ଟା ମଧ୍ୟରେ ଯେଉଁ ହିତାଧିକାରୀ ଟିକାକରଣ କେନ୍ଦ୍ରରେ ପହଞ୍ଚିଥିବେ, ଧାର୍ଯ୍ୟ ସମୟ ପରେ ମଧ୍ୟ ସେମାନଙ୍କୁ ଟିକା ପ୍ରଦାନ ଜାରି ରହିବ। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ ଅଧିକାରୀ ଓ ଅନ୍ୟାନ୍ୟ ସମ୍ମୁଖ ଯୋଦ୍ଧାଙ୍କୁ ଟିକା ଦିଆଯିବ।  ୧୮ ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କୁ ଟିକା ଦିଆଯିବ  ଗର୍ଭବତୀ ଏବଂ ଆଲର୍ଜି ଥିବା ବ୍ୟକ୍ତି, କୋଭିଡ ଟିକା ନ ନେବାକୁ ପରାମର୍ଶ ଦିଆଯାଇଛି।  ସେହିପରି ୧୪ ଦିନ ଭିତରେ ଅନ୍ୟ କୌଣସି ଟିକା ନେଇଥିଲେ, କୋଭିଡ୍ ଟିକା ନେଇପାରିବେ ନାହିଁ।

The post କରୋନା ବିରୋଧ ମହାଲଢ଼େଇ, ଆରମ୍ଭ ହେଲା ଟିକାକରଣ appeared first on Odisha Reporter.



from Odisha Reporter https://ift.tt/38LMhaO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages