ପୁରୀ(ଓଡ଼ିଶା ରିପୋର୍ଟର): ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୭ ପର୍ଯ୍ୟଟକ ଭାସି ଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣଙ୍କୁ ପତ୍ତା ମିଳି ନ ଥିଲା। ଆଜି ଚକ୍ରତୀର୍ଥ ନିକଟରୁ ନିଖୋଜ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଝାଡ଼ଖଣ୍ଡର ଦୀପକ କୁମାର ବୋଲି ଜଣାଯାଇଛି।
ସୂଚନାଯୋଗ୍ୟ, ବୋକାରୋରୁ ପ୍ରାୟ ୨୫ ଜଣ ପର୍ଯ୍ୟଟକ ପୁରୀ ବୁଲିବାକୁ ଆସିଥିଲେ। ସେମାନେ ଚକ୍ରତୀର୍ଥ ବେଳାଭୂମି ଅଞ୍ଚଳର ଏକ ହୋଟେଲରେ ରହୁଥିଲେ। ଗତକାଲି ପୁରୀ ସମୁଦ୍ରରେ ଗାଧୋଉଥିବା ବେଳେ ୭ ପର୍ଯ୍ୟଟକ ଭାସି ଯାଇଥିଲେ। ତେବେ ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ସ୍ଥାନୀୟ ନୋଳିଆମାନେ ଉଦ୍ଧାର କରିଥିବା ବେଳେ ଦୀପକ ନିଖୋଜ ହୋଇଯାଇଥିଲେ।
ଏହାପରେ ଦୀପକଙ୍କୁ ଉଦ୍ଧାର ନିମନ୍ତେ ଉଦ୍ୟମ ଚାଲିଥିବା ବେଳେ ଆଜି ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି।
The post କାଲି ଭାସି ଯାଇଥିଲେ, ଆଜି ମିଳିଲା ମୃତଦେହ appeared first on Odisha Reporter.
from Odisha Reporter https://ift.tt/3t32CQm
No comments:
Post a Comment