ନୂଆଦିଲ୍ଲୀ: ଦିଲ୍ଲୀ ସୀମାରେ ଚାଷୀ ଆନ୍ଦୋଳନ ୮୦ରୁ ଅଧିକ ଦିନ ଧରି ଜାରି ରହିଛି। ଏହାରି ଭିତରେ କିଛି ବଲିଉଡ୍ ଷ୍ଟାର୍ ଏହି ଆନ୍ଦୋଳନକୁ ସମର୍ଥନ କରିଥିବା ବେଳେ କିଛି ବିରୋଧ ମଧ୍ୟ କରିଛନ୍ତି। ଏବେ ହଲିଉଡ୍ ପପ୍ ଷ୍ଟାର୍ ରିହାନା ଚାଷୀ ଆନ୍ଦୋଳନକୁ ନେଇ ଟୁଇଟ୍ କରିଛନ୍ତି, ଯାହା ଖୁବ୍ ଭାଇରାଲ୍ ହେଉଛି। ରିହାନା ଲେଖିଛନ୍ତି, ଆମେ କାହିଁକି ଏ ବିଷୟରେ ଆଲୋଚନା କରୁନାହିଁ? ଏବେ ହଲିଉଡର ଏହି ଷ୍ଟାରଙ୍କୁ ଜବରଦସ୍ତ ଜବାବ ଦେଇଛନ୍ତି ଭାରତର ପୂର୍ବତନ କ୍ରିକେଟର ତଥା ଓଡ଼ିଶାର ପ୍ରଜ୍ଞାନ ଓଝା।
ପପ୍ ଷ୍ଟାର୍ ରିହାନା ଚାଷୀ ଆନ୍ଦୋଳନ ସମ୍ବନ୍ଧିତ ଏକ ରିପୋର୍ଟକୁ ଶେଆର୍ କରିଥିଲେ। ଏହି ରିପୋର୍ଟରେ ଚାଷୀ ଆନ୍ଦୋଳନ ବେଳେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ ଓ ଇଣ୍ଟରନେଟ୍ ସେବା ବନ୍ଦ ହେବା କଥା ପ୍ରକାଶିତ ହୋଇଛି। ଏହା ପରେ ଅନେକ ଭାରତୀୟ ରିହାନାଙ୍କ ଟୁଇଟ୍ ଉପରେ ମନ୍ତବ୍ୟ ଦେଇଛନ୍ତି।
My country is proud of our farmers and knows how important they are, I trust it will be addressed soon. We don’t need an outsider poking her nose in our internal matters!
— Pragyan Ojha (@pragyanojha) February 2, 2021
ଏହି ତାଲିକାରେ ଭାରତ ପକ୍ଷରୁ କ୍ରିକେଟ୍ ଖେଳିଥିବା ପ୍ରଜ୍ଞାନ ଓଝା ରିହାନାଙ୍କୁ ପ୍ରତିକ୍ରିୟା ଦେଇ ଲେଖିଛନ୍ତି, ଆମ ଦେଶ ଚାଷୀଙ୍କ ପାଇଁ ଗର୍ବିତ, କାରଣ ଆମେ ସମସ୍ତେ ଜାଣିଛୁ ଯେ ସେମାନେ ଆମ ପାଇଁ କେତେ ଗୁରୁତ୍ୱ। ମୋର ବିଶ୍ୱାସ ଯେ ଆମେ ଖୁବ୍ ଶୀଘ୍ର ଏହି ମାମଲାକୁ ସମାଧାନ କରିନେବୁ। ଏହାସହ ନିଜର ଘରୋଇ ମାମଲାରେ କେହି ବାହାର ଲୋକ ମୁଣ୍ଡ ପୂରାଇବାର ଆବଶ୍ୟକତା ନାହିଁ ବୋଲି ପ୍ରଜ୍ଞାନ ଟୁଇଟ୍ କରି କହିଛନ୍ତି।
୩୨ ବର୍ଷୀୟ ରିହାନା ଜଣେ ଅନ୍ତର୍ଜାତୀୟ ପପ୍ ଷ୍ଟାର୍ ଏବଂ ସେ ଅନେକ ହିଟ୍ ଗୀତ ଦେଇଛନ୍ତି। ରିହାନାଙ୍କ ଟୁଇଟକୁ ନେଇ ପୂର୍ବରୁ ବଲିଉଡ୍ ଅଭିନେତ୍ରୀ କଙ୍ଗନା ରଣାୱତ ମଧ୍ୟ ଜବାବ ଦେଇସାରିଛନ୍ତି। କିନ୍ତୁ ପ୍ରଜ୍ଞାନ ରିହାନାଙ୍କୁ କଡ଼ା ଜବାବ ଦେଇଛନ୍ତି। ପ୍ରଜ୍ଞାନ ଓଝାଙ୍କ ଏହି ଟୁଇଟ୍ ଖୁବ୍ ଭାଇରାଲ୍ ହେବାରେ ଲାଗିଛି।
The post ହଲିଉଡ୍ ପପ୍ଷ୍ଟାର ରିହାନାଙ୍କୁ ଓଡ଼ିଆ କ୍ରିକେଟର ପ୍ରଜ୍ଞାନ ଓଝାଙ୍କ ମୁହଁତୋଡ଼ ଜବାବ appeared first on Odisha Reporter.
from Odisha Reporter https://ift.tt/3oJBdPW
No comments:
Post a Comment