ଆକ୍ରମଣର ଶିକାର ହେବା ପରେ ୭ ଜଣଙ୍କୁ ରାତାରାତି ଉଠାଇ ନେଲା ପୁଲିସ୍‌ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ଆକ୍ରମଣର ଶିକାର ହେବା ପରେ ୭ ଜଣଙ୍କୁ ରାତାରାତି ଉଠାଇ ନେଲା ପୁଲିସ୍‌

ପାରାଦୀପ(ରମାକାନ୍ତ ନାୟକ): ପୁଲିସ୍‌- ଗାଁ ଲୋକଙ୍କ ମଧ୍ୟରେ ଚାଲିଛି ଛକାପଞ୍ଝା। ଅଭିଯୁକ୍ତକୁ ଧରିବାକୁ ଯାଇଥିବା  ବହେ ଛେଚା ଖାଇବା ପରେ ଆକ୍ସନ ମୁଡକୁ ଆସିଯାଇଛି ପୁଲିସ୍‌। ପୁଲିସ୍‌କୁ ବାଡ଼େଇ ଉତ୍ତ୍ୟକ୍ତ ଲୋକେ ଅଭିଯୁକ୍ତକୁ ଛଡ଼ାଇନେଇଥିବା ବେଳେ ପୁଲିସ୍‌ ବି ୭ ଜଣଙ୍କୁ ଉଠାଇ ନେଇଛି।   ଏପରି ଅଭାବନୀୟ ଘଟଣା ଜଗତସିଂହପୁର ଜିଲ୍ଲାରେ ପାରାଦୀପଗଡ଼ ଗାଁରେ ଘଟିଯାଇଛି।

ସୂଚନା ଅନୁସାରେ, ପାରାଦୀପ ଗଡ଼ ଗାଁର ତ୍ରିନାଥ ଦଳେଇଙ୍କ ନାଁରେ ଦାଦାବଟି ଆଦାୟ ଅଭିଯୋଗର ମାମଲା ରହିଛି। ସେଥିପାଇଁ ତାଙ୍କୁ ଗିରଫ କରିବା ପାଇଁ ଅଭୟଚାନ୍ଦପୁର ଥାନା ପୁଲିସ ସାଦା ପୋଷାକରେ ଗତକାଲି ସନ୍ଧ୍ୟାରେ ପାରାଦୀପ ଗଡ଼ ଗାଁକୁ ଯାଇଥିଲା। ପୁଲିସ ତାକୁ ଧରି ଆଣୁଥିବା ବେଳେ ପରିବାର ଓ ଗାଁ ଲୋକେ ବିରୋଧ କରିଥିଲେ। ପରେ ପୁଲିସକୁ ମାଡ଼ ମାରି ମାରି ଅଭିଯୁକ୍ତକୁ ଛଡ଼ାଇ ନେଇଥିବା ଅଭିଯୋଗ ହୋଇଛି। ଫଳରେ ୪ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି। ଆହତ ପୁଲିସ କର୍ମଚାରୀଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ଏହି ଘଟଣା ପରେ ଗାଁରେ ଉତ୍ତେଜନା ଲାଗି ରହିଛି।  ଏହାପରେ ପୁଲିସ୍‌ ବିଳମ୍ବିତ ରାତିରେ ଯାଇ  ୭ ଜଣଙ୍କୁ ଉଠାଇ ନେଇଛି ।  ପୁଲିସକୁ ଆକ୍ରମଣ କରିଥିବା ଲୋକମାନେ ଫେରାର ହୋଇଯାଇଛନ୍ତି। ସୁରକ୍ଷା ଦୃଷ୍ଟିରୁ ଗାଁରେ ଗୋଟିଏ ପ୍ଲାଟୁନ୍‌  ଫୋର୍ସ ମୁତୟନ କରାଯାଇଛି।

ଏ ସମ୍ପର୍କରେ ଅଭିଯୁକ୍ତର ମା’  ଟୁକୁନି ଦଳେଇ କହିଛନ୍ତି, “ମୁଁ ଘରେ ଥିବା ବେଳେ ହଠାତ୍‌ ଜୋର୍‌ରେ ଏକ ଶବ୍ଦ ଶୁଣୁଲି। ଏହା ଦୌଡ଼ି କରି ଗାଁ ମଠକୁ ଯିବା ପରେ ୨ଟି ଲୋକ ମୋ ପୁଅକୁ ଧରି ଗୁଳି କରୁଛନ୍ତି।  ଏହାପରେ ପୁଅ କୁଆଡ଼େ ଗଲା ମୁଁ ପାଉନି। ମୋ ପୁଅ ଯଦି କିଛି ଦୋଷ କରିଛି ତାକୁ ନେଇ ଦଣ୍ଡ ଦେଇଥାନ୍ତେ। ଏହାପରେ ମୁଁ ଶୁଣିନି ସେ ପୁଲିସ୍‌। ମୋ ପୁଅକୁ ମାରିଦେଲେ। ମୋତେ ନ୍ୟାୟ ଦରକାର।”

ଏ ସମ୍ପର୍କରେ ଆଡିସନାଲ ଏସ୍‌ପି ନିମାଇଁ ଚରଣ ସେଠୀ କହିଛନ୍ତି ତ୍ରୀନାଥ ନାଁରେ ଗତ ଅଗଷ୍ଟରେ ଦାଦା ବଟି ନାଁରେ ଅଭିଯୋଗ ହୋଇଥିଲା। ଆମେ ଖବର ପାଇଲୁ ସେ ଗାଁରେ ଅଛି। ଏହାପରେ ୨ ସବ୍‌ଇନ୍ସପେକ୍ଟର, ୨ କନଷ୍ଟେବଳ, ଷ୍ଟାଫ ସହ ଯାଇ ତାକୁ ଆଣି ଗାଡ଼ିରେ ବସାଇଲେ। ଏହାପରେ ତା’ ମା’ର ଚିତ୍କାର ଶୁଣି ଗାଁ ଲୋକେ ଆସି ତାକୁ ଛଡ଼ାଇ ନେଲେ। ଏହାପରେ ଲୋକେ ୨ ସବ୍‌ଇନ୍ସପେକ୍ଟରଙ୍କୁ ଆକ୍ରମଣ କରି ତାକୁ ନେଇଥିଲେ।”

ତା’ ମା ଫାୟାରି କରୁଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଛ । ଯେଉଁମାନେ ଆଇନକୁ ହାତକୁ ନେଇଛନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଆଡିସନାଲ ଏସ୍‌ପି କହିଛନ୍ତି।

The post ଆକ୍ରମଣର ଶିକାର ହେବା ପରେ ୭ ଜଣଙ୍କୁ ରାତାରାତି ଉଠାଇ ନେଲା ପୁଲିସ୍‌ appeared first on Odisha Reporter.



from Odisha Reporter https://ift.tt/2YIThzi

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages