ଦେଖୁ ଦେଖୁ ଜଳିଗଲା ୧୦ ବଖରା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 4, 2021

ଦେଖୁ ଦେଖୁ ଜଳିଗଲା ୧୦ ବଖରା

ଭଦ୍ରକ(ପାର୍ଥ ସାରଥୀ ନାୟକ): ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତ ବଲଜିତପଡାରେ ଗତକାଲି ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁ ଲାଗି ୪ଟି ପରିବାରର ୧୦ରୁ ଅଧିକ ବଖରା ଧ୍ୱଂସ ହୋଇଛି । ଏହାସହ ଘରେ ଥିବା ଆସବାବପତ୍ର, ଧାନ, ଚାଉଳ, ଘର କରଣା ସାମଗ୍ରୀ ପୋଡ଼ି ଯାଇଛି ।

ନିଆଁ ଏତେ ଶୀଘ୍ର ବ୍ୟାପିଲା ଯେ, ଘର ଭିତରୁ କୌଣସି ଜିନିଷ କାଢ଼ିବା ସମ୍ଭବପର ହେଲାନି । ବଲଜିତପଡାର ଲକ୍ଷ୍ମୀ ଧର ସ୍ୱାଇଁ, ସୁରେନ୍ଦ୍ର ସ୍ୱାଇଁ, ଦେବେନ୍ଦ୍ର  ସ୍ୱାଇଁ, ବବିଲତା ସ୍ୱାଇଁ ଓ ଅନିଲ ସ୍ୱାଇଁଙ୍କ ଘରଦ୍ୱାର ପୋଡି ପାଉଁଶ ହୋଇଯାଇଛି। ଖବର ପାଇ ମଧ୍ୟରାତ୍ରୀରେ ଭଦ୍ରକରୁ ଦମକଳ ଗାଡି ଆସି ନିଆଁ ଲିଭାଇଥିଲେ ବି ୪ଟି ପରିବାର ସର୍ବସ୍ୱାନ୍ତ ହୋଇଯାଇଛନ୍ତି । ଅଗ୍ନିକାଣ୍ଡର କାରଣ ଜଣାପଡ଼ି ନାହିଁ।

The post ଦେଖୁ ଦେଖୁ ଜଳିଗଲା ୧୦ ବଖରା appeared first on Odisha Reporter.



from Odisha Reporter https://ift.tt/3pRkX0V

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages