ଜଳଖିଆ ଦୋକାନକୁ ଯାଇ ପୁଅ ନିଖୋଜ, ୫ ଦିନ ହେଲା ପତ୍ତା ମିଳୁନି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ଜଳଖିଆ ଦୋକାନକୁ ଯାଇ ପୁଅ ନିଖୋଜ, ୫ ଦିନ ହେଲା ପତ୍ତା ମିଳୁନି

ଭଦ୍ରକ(ପାର୍ଥ ସାରଥୀ ନାୟକ): “ଗତ ରବିବାରଠୁ ପୁଅର ପତ୍ତା ପାଉନୁ। ବାପାଙ୍କ ଜଳଖିଆ ଦୋକାନକୁ ଯାଉଛି କହି ଘରୁ ଯାଇଛି ଯେ ଆଉ ଘରକୁ ଫେରିନି। କିଏ ମୋ ପୁଅକୁ ଖୋଜି ଆଣ।”  ୫ ଦିନ ହେଲେ ପୁଅର ପତ୍ତା ନ ପାଇ ଏପରି ବିଳାପ କରୁଛନ୍ତି  ଭଦ୍ରକ ଜଗନ୍ନାଥପୁର ଅଞ୍ଚଳର ଆରତୀ ସାହୁ।

ରବୀନ୍ଦ୍ର ସାହୁ ଓ ଆରତୀ ସାହୁଙ୍କ ପୁଅ ଜିତେନ୍ଦ୍ର ଅଷ୍ଟମ ଶ୍ରେଣୀରେ ପଢ଼େ। ରବୀନ୍ଦ୍ର ଘର ନିକଟରୁ ଅଳ୍ପ କିଛି ଦୂରରେ ଏକ ଜଳଖିଆ ଦୋକାନ କରି ଗୁଜରାଣ ମେଣ୍ଟାନ୍ତି। ଗତ ରବିବାର ଜିତେନ୍ଦ୍ର ବାପାଙ୍କ ଦୋକାନକୁ ଯାଉଛି କହି ସାଇକେଲ ଧରି ଯାଇଥିଲା। ମାତ୍ର ବହୁ ସମୟ ପର୍ଯ୍ୟନ୍ତ ଦୋକାନରେ ପହଞ୍ଚି ନ ଥିଲା। ଏହାପରେ ପରିବାର ଲୋକ ଖୋଜାଖୋଜି କରି ବାଟ ମଝିରୁ ପୁଅର ସାଇକେଲ ପାଇଥିଲେ। ହେଲେ ପୁଅର ପତ୍ତା ମିଳୁନି।

ପୁଅର ଫେରିବା ବାଟକୁ ଚାହିଁ ଚାହିଁ ବାପାମା’ଙ୍କ ଆଖିରୁ ଲୁହ ଶୁଖୁନି । ପିଲାଚୋର ଗୁଜବ ଉଠିବା ପରେ ପରିବାର ଲୋକେ ଆହୁରି ଭୟଭୀତ ହୋଇପଡ଼ିଛନ୍ତି।  ପୁଅକୁ ଫେରି ପାଇବା ପାଇଁ ବାପାମା’ ଦୁହେଁ ଭଦ୍ରକ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ପୁଲିସ୍‌ ପୁଅକୁ ଖୋଜି ଆଣିବାର ପ୍ରତିଶ୍ରୁତି ଦେବା ପରେ ଉଭୟ ଧାରଣାରୁ ହଟିଛନ୍ତି ।

ଏ ନେଇ ରବୀନ୍ଦ୍ର କହିଛନ୍ତି,  “ପୁଲିସ୍‌କୁ କହିଲେ ସିସିଟିଭି ଯାଞ୍ଚ କରୁନି। ଯାଞ୍ଚ କଲେ ଜଣାପଡ଼ନ୍ତା ମୋ’ ଛୁଆ କୁଆଡ଼େ ଯାଇଛି।”

ଏନେଇ  ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଭଦ୍ରକ ଯତିନ ପଣ୍ଡା କହିଛନ୍ତି, “ସେ ପିଲାକୁ ଖୋଜିବାକୁ ଉଦ୍ୟମ ଜାରି ରଖିଛୁ। ସେ ପିଲା ପୂର୍ବରୁ ଥରେ ଘରୁ ପଳାଇଥିବା ବେଳେ ପୁଲିସ୍‌ ଖୋଜି ଆଣିଥିଲା। ଏଥର ବି ଆମେ ତାକୁ ଖୋଜିବାକୁ ଚେଷ୍ଟା ଜାରି ରଖିଛୁ।”

The post ଜଳଖିଆ ଦୋକାନକୁ ଯାଇ ପୁଅ ନିଖୋଜ, ୫ ଦିନ ହେଲା ପତ୍ତା ମିଳୁନି appeared first on Odisha Reporter.



from Odisha Reporter https://ift.tt/3dncIWN

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages