ବୋଲେରୋକୁ ପିଟିଲା କଣ୍ଟେନର; ୩୦ ଗୋରୁ ସମେତ ଆଖି ବୁଜିଲେ ୩ ଶ୍ରମିକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 17, 2021

ବୋଲେରୋକୁ ପିଟିଲା କଣ୍ଟେନର; ୩୦ ଗୋରୁ ସମେତ ଆଖି ବୁଜିଲେ ୩ ଶ୍ରମିକ

ଜଳେଶ୍ୱର(ଅଜିତ ଦାସ ):ବୋଲେରୋକୁ ଧକ୍କା ଦେଇ ୧୦ଫୁଟ ତଳକୁ ଖସିଲା ଗୋରୁ ବୋଝେଇ କଣ୍ଟେନର। ଏହି ଦୁର୍ଘଟଣାରେ ୩ ଜଣଙ୍କ ଜୀବନ ହାନୀ ହୋଇଥିବା ବେଳେ ୩୦ ଗୋରୁଙ୍କ ମୃତ୍ୟୁ ହୋଇଛି।  ଏପରି ମର୍ମନ୍ତୁଦ ଦୁର୍ଘଟଣା ଆଜି ସକାଳେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ୬୦ ନମ୍ବର ଜାତୀୟ ରାଜପଥ ଗାନ୍ଧି ଛକ ନିକଟରେ ଘଟିଛି।

ସୂଚନାଯୋଗ୍ୟ, ଗୋରୁ ବୋଝେଇ କଣ୍ଟେନରଟି ଭଦ୍ରକରୁ ଆସିଥିବା ବେଳେ  ଦ୍ରୁତ ଗତିରେ ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିଲା। ଉକ୍ତ କଣ୍ଟେନରରେ ୧୦୦ରୁ ଊର୍ଦ୍ଧ୍ୱ ଗୋରୁ ଥିଲେ। ମାତ୍ର ଗାନ୍ଧି ଛକ ନିକଟରେ କଣ୍ଟେନରଟି ଏକ ବୋଲେରୋକୁ ପଛ ପଟରୁ  ଧକ୍କା ଦେଇ  ୧୦ ଫୁଟ ତଳକୁ ଖସି ପଡ଼ିଥିଲା।

ଏହି ଦୁର୍ଘଟଣାରେ କଣ୍ଟେନରରେ ଥିବା ୩ ଶ୍ରମିକଙ୍କ ସମେତ ୩୦ ଗୋରୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିଲା। ଏହାବ୍ୟତୀତ ବହୁ ସଂଖ୍ୟାରେ ଗୋରୁ ଦୀର୍ଘ ସମୟ ପର୍ଯ୍ୟନ୍ତ କଣ୍ଟେନର ତଳେ ଚାପି ହୋଇ ଯାଇଥିଲେ। ବୋଲେରୋରେ ଥିବା ୨ ଜଣ ମଧ୍ୟ ଗୁରୁତର ହୋଇପଡ଼ିଥିବା ବେଳେ ସେମାନଙ୍କୁ ବସ୍ତା ମେଡିକାଲରେ ଭର୍ତ୍ତି କରାଯାଇଛି।

ଦୁର୍ଘଟଣା ସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି।

ଖବର ପାଇ ବସ୍ତା ଥାନା ପୁଲିସ୍‌,  ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପ୍ରାୟ ଘଣ୍ଟେରୁ ଊର୍ଦ୍ଧ୍ୱ ସମୟ ପରେ ଅବଶିଷ୍ଟ ଗୋରୁମାନଙ୍କୁ ଉଦ୍ଧାର କରାଯାଇଛି। ଘଟଣାସ୍ଥଳରୁ କଣ୍ଟେନର ଡ୍ରାଇଭର, ହେଲପର ଫେରାର ଥିବା ଜଣାଯାଇଛି।

ପ୍ରତିଦିନ ଭଦ୍ରକ, ବାଲେଶ୍ୱରରୁ ପ୍ରାୟ ୩୦ରୁ ଊର୍ଦ୍ଧ୍ୱ ଗୋରୁ ଗାଡ଼ି ଓଡ଼ିଶା ସୀମା ଅତିକ୍ରମ କରି ପଶ୍ଚିମବଙ୍ଗ ଅଭିମୁଖେ ଯାଉଥିବା ଜଣାଇଛି। ହେଲେ ଭଦ୍ରକରୁ ଶେରଗଡ଼, ସେଠାରୁ ଜଳେଶ୍ୱର ଚେକଗେଟ ଦେଇ ଗାଡ଼ିଗୁଡ଼ିକ ଅତିକ୍ରମ କରୁଥିବା ବେଳେ ପୁଲିସ୍‌ କିପରି ଘଟଣା ସମ୍ପର୍କରେ ଜାଣିପାରୁନି, ନା ଜାଣିଶୁଣି ଚୁପ୍‌ ରହୁଛି ତାହା ସନ୍ଦେହ ସୃଷ୍ଟି କରୁଛି। ଅପରପକ୍ଷେ ବାଲେଶ୍ୱରୁ ଯାଉଥିବା ଗୋରୁ ବୋଝେଇ ଗାଡ଼ିଗୁଡ଼ିକ ହଳଦିଆପଦା, ରୁପସା ଓ ବସ୍ତା ଥାନା ଅତିକ୍ରମ କରୁଥିବା ବେଳେ ବି ଏ ସମ୍ପର୍କରେ ପୁଲିସ୍‌ ଟେର ପାଇ ନ ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି।

The post ବୋଲେରୋକୁ ପିଟିଲା କଣ୍ଟେନର; ୩୦ ଗୋରୁ ସମେତ ଆଖି ବୁଜିଲେ ୩ ଶ୍ରମିକ appeared first on Odisha Reporter.



from Odisha Reporter https://ift.tt/2NzcdOO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages