ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ, ଏକା ହୋଇଗଲେ ଭଉଣୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ, ଏକା ହୋଇଗଲେ ଭଉଣୀ

ବାଲିଗୁଡ଼ା(ଅଜିତ ଦାସ): ବାପାମା’ ବହୁ ଆଗରୁ ଛାଡ଼ି ଚାଲି ଯାଇଥିଲେ। ଏତେ ବଡ଼ ଦୁନିଆରେ ଭାଇଭଉଣୀ ପରସ୍ପରର ସାହାଭରସା ଥିଲେ। ହେଲେ ଶେଷରେ ଭାଇ ବି ସଂସାର ଛାଡ଼ି ଚାଲିଗଲା। ଗତ ରାତିରେ ଘରେ କେହି ନ ଥିବା ବେଳେ ନିଜ ଦେହରେ ନିଆଁ ଲଗାଇ ଜୀବନ୍ତ ଦଗ୍ଧ  ହୋଇଯାଇଛନ୍ତି ଯୁବକ।  ଏଭଳି ଅଭାବନୀୟ ଘଟଣା କନ୍ଧମାଳ ଜିଲ୍ଲା ଜି ଉଦୟଗିରି ଥାନା ଲିଙ୍ଗାଗଡ଼ ଗାଁରେ ଦେଖିବାକୁ ମିଳିଛି । ମୃତ ଯୁବକଜଣକ ହେଉଛନ୍ତି ଅଶୋକ ଦଳ ବେହେରା ।

ଗତକାଲି ବିଳମ୍ବିତ ରାତିରେ ଅଶୋକ  ଘର ଭିତରୁ କବାଟ ବନ୍ଦ କରିବା ପରେ ନିଜ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କରିଥିବା ପୁଲିସ୍‌ ଅନୁମାନ କରୁଛି । ଗାଁ ଲୋକେ ପୁଲିସ୍‌କୁ ଖବର ଦେବା ପରେ ଅଗ୍ନିଶମ ବାହିନୀ କବାଟ ଭାଙ୍ଗି ଅଶୋକଙ୍କ ମୃତଦେହକୁ ଉଦ୍ଧାର କରିଛି।

ସୂଚନା ଅନୁଯାୟୀ, ଅଶୋକ ବାପା ମା’ ଛେଉଣ୍ଡ ହୋଇଥିବାବେଳେ ନିଜ ଭଉଣୀ ରଶ୍ମି ଦଳ ବେହେରା ସହ ରହୁଥିଲେ । ଗତକାଲି ଭଉଣୀ ଘରେ ନଥିବାବେଳେ  ଅଶୋକ   ନିଜ ଦେହରେ ନିଆଁ ଜାଳି ଆତ୍ମହତ୍ୟା କରିଥିବା କୁହାଯାଇଛି । ଜି ଉଦୟଗିରି ପୁଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଚଳାଇଛି ।

The post ନିଜ ଦେହରେ ନିଆଁ ଲଗାଇ ଦେଲେ ଯୁବକ, ଏକା ହୋଇଗଲେ ଭଉଣୀ appeared first on Odisha Reporter.



from Odisha Reporter https://ift.tt/3jT9JHb

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages