ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି, ଏକ ସଙ୍ଗେ ଉଠିଲା କୋକେଇ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, February 11, 2021

ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି, ଏକ ସଙ୍ଗେ ଉଠିଲା କୋକେଇ

ଅନୁଗୋଳ(ବିରଜା ଦାସ)- ପ୍ରାୟ ୬୦ ବର୍ଷରୁ ଅଧିକ ହେବ ପରସ୍ପରର ହାତ ଧରାଧରି ହୋଇଥିଲେ। ଦୀର୍ଘ ବର୍ଷ ଧରି ସଂସାରର ବହୁ ଝଡ଼ଝଞ୍ଜାର ସମ୍ମୁଖୀନ ବି ହୋଇଥିଲେ।ହେଲେ ଶେଷରେ ସାଥୀ ହୋଇ ଚାଲି ବି ଗଲେ। ଏକ ସଙ୍ଗେ ଘରୁ ଉଠିଲା କୋକେଇ।  ବୃଦ୍ଧ ଦମ୍ପତିଙ୍କ ଶେଷକୃତ ବି ଏକ ସଙ୍ଗେ ସମ୍ପନ୍ନ ହୋଇଛି । ଏପରି ଏକ ହୃଦୟ ବିଦାରକ ଘଟଣା ଅନୁଗୋଳ ଜିଲ୍ଲା ବିକ୍ରମପୁର ଥାନା ଅନ୍ତର୍ଗତ କର୍ଣ୍ଣପୁର ପଞ୍ଚାୟତ ସାନଜୋରଡ଼ା ଗାଁରେ ଘଟିଯାଇଛି ।

ଶୋଇଥିବା ଅବସ୍ଥାରେ ଶ୍ଵାସରୁଦ୍ଧ ହୋଇ ସ୍ୱାମୀସ୍ତ୍ରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ମୃତକ ହେଲେ ଦୁଃଖବନ୍ଧୁ ସାହୁ  ଓ ତାଙ୍କ ସ୍ତ୍ରୀ ପାଞ୍ଚାଳି ସାହୁ । ଉଭୟ ଗତ ରାତିରେ ଖାଇ ସାରି ନିଜ ରୁମ୍‌ରେ ଶୋଇଥିଲେ। ସେହି ରୁମ୍‌ରେ ଏକ ଟେବୁଲ ଫ୍ୟାନ ଚାଲୁଥିଲା। ସଟ ସର୍କିଟ ହୋଇ ଫ୍ୟାନରେ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଫଳରେ ବୃଦ୍ଧ ଦମ୍ପତି ଶୋଇଥିବା ଅବସ୍ଥାରେ ଶ୍ଵାସରୁଦ୍ଧ ହୋଇ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି ।

ଆଜି ସକାଳେ ପରିବାରର ଅନ୍ୟ ସଦସ୍ୟ  ବୃଦ୍ଧ ଦମ୍ପତି ଶୋଇଥିବା ଘରୁ ଧୂଆଁ ବାହାରୁଥିବା ଦେଖିବାକୁ ପାଇଥିଲେ । ଏହାପରେ ଘର କବାଟ ଖୋଲି ଉଭୟ ନିଶ୍ଚଳ ହୋଇ ପଡ଼ିଥିବା ଦେଖିବାକୁ ପାଇଥିଲେ। ଏହାପରେ ଉଭୟଙ୍କୁ ଉଦ୍ଧାର କରି ବାହାରକୁ ଆଣିବା ପରେ  ସେମାନଙ୍କ ମୃତ୍ୟୁ ହୋଇଯାଇଥିବା ଜାଣିବାକୁ ପାଇଥିଲେ।

ଏହି ଅଭାବନୀୟ ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ବାତାବରଣ ଖେଳାଇ ଦେଇଛି। ପରିବାରବର୍ଗ ବୃଦ୍ଧ ଦମ୍ପତିଙ୍କ ସଂସ୍କାର କରଥିବାବେଳେ ସେଠାରେ ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ ପହଞ୍ଚି  ଶୋକ ସନ୍ତପ୍ତ ପରିବାରବର୍ଗକୁ ଆଶ୍ୱାସନା  କରିଥିଲେ । ଘଟଣା ବିଷୟରେ ବିକ୍ରମପୁର ପୁଲିସ୍‌ ଅବଗତ ନଥିବା ଜଣାପଡିଛି ।

The post ହାତ ଧରାଧରି ହୋଇ ଚାଲିଗଲେ ଦମ୍ପତି, ଏକ ସଙ୍ଗେ ଉଠିଲା କୋକେଇ appeared first on Odisha Reporter.



from Odisha Reporter https://ift.tt/2ZcRYbW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages