କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଛି। ଏବେ ପୁଣି ଜଣେ ଟିଏମସି ବିଧାୟକ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ଡାଇମଣ୍ଡ ହାର୍ବରରୁ ଦୁଇଥର ଟିଏମସି ଟିକେଟରୁ ବିଧାନସଭାକୁ ଯାଇଥିବା ଦୀପକ ହାଲଦାର ଆଜି ଦଳ ଛାଡ଼ିବାର ମାତ୍ର କିଛି ମିନିଟ୍ ମଧ୍ୟରେ ପଦ୍ମ ଧରିଛନ୍ତି।
ବିଜେପି ପକ୍ଷରୁ ଆଜି ଦକ୍ଷିଣ ୨୪ ପ୍ରଗଣାର ବାରୁଇପୁର ଠାରେ ଏକ ସାଧାରଣ ସଭା କରାଯାଇଥିଲା। ଏହି ସଭାରେ ଦୀପକ ବିଧିବଦ୍ଧ ଭାବେ ବିଜେପିରେ ମିଶିଛନ୍ତି। ଅନ୍ୟପକ୍ଷରେ ଟିଏମସି କହିଛି ଯେ ଦୀପକ ହାଲଦାର ବିଧାୟକ ହୋଇଥିଲେ ହେଁ ଠିକ୍ ଭାବେ କାମ କରି ନଥିଲେ। ତେଣୁ ଆଗାମୀ ବିଧାନସଭା ନିର୍ବାନରେ ତାଙ୍କୁ ଦଳ ଟିକେଇ ଦେଇ ନଥଆନ୍ତା।
ଏହି କାରଣରୁ ସେ ଦଳ ଛାଡ଼ିଛନ୍ତି। ଏକଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ପୂର୍ବରୁ କହି ସାରିଥିଲେ। କାମ କରି ନଥିବା ବିଧାୟକଙ୍କୁ ଟିଏମସି କେବେ ହେଲେ ବି ଟିକେଟ ଦେବନି। ଏହି ଭୟରେ ଦୀପକ ହାଲଦାର ବିଜେପିରେ ମିଶିଥିବା ଟିଏମସି କହିଛି।
ବିଗତ କିଛି ମାସ ମାଧ୍ୟରେ ପ୍ରାୟ ୧୮ ଜଣ ବିଧାୟକ ଓ ପୂର୍ବତନ ବିଧାୟକ ଟିଏମସି ଛାଡ଼ି ସାରିଲେଣି। ସେହିପରି ମମତାଙ୍କ କ୍ୟାବିନେଟ୍ରେ ଥିବା କିଛି ବରିଷ୍ଠ ନେତା ଟିଏମସିକୁ ବାଏବାଏ କହିଛନ୍ତି। ଏମାନଙ୍କୁ ମଧ୍ୟରୁ ଅଧିକାଂଶ ନେତା ବିଜେପିରେ ମିଶିଥିବାରୁ ଟିଏମସିର ଚିନ୍ତା ବଢ଼ିବାରେ ଲାଗିଛି। ଗତ ଶନିବାର ଟିଏମସିର ୫ ବରିଷ୍ଠ ନେତା ଦିଲ୍ଲୀ ଯାଇ ଅମିତ ଶାହଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିଲେ।
The post ମମତାଙ୍କ ହାତ ଛାଡ଼ି ବିଜେପିରେ ମିଶିଲେ ଆଉ ଜଣେ ଟିଏମସି ବିଧାୟକ appeared first on Odisha Reporter.
from Odisha Reporter https://ift.tt/3ap8oDr
No comments:
Post a Comment