ତାମିଲନାଡୁରେ ବିହାର ଫର୍ମୁଲା ଆପଣାଇବ ବିଜେପି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 2, 2021

ତାମିଲନାଡୁରେ ବିହାର ଫର୍ମୁଲା ଆପଣାଇବ ବିଜେପି

ଚେନ୍ନାଇ: ବିହାର ବିଧାନସଭା ଭଳି ତାମିଲନାଡୁରେ ମଧ୍ୟ ସମାନ ଫର୍ମୁଲାରେ କାର୍ଯ୍ୟ କରିବ ବିଜେପି। ବିହାରରେ ଜେଡିୟୁ ସୁପ୍ରିମୋ ନୀତୀଶ କୁମାରଙ୍କ ନେତୃତ୍ୱରେ ବିଜେପି ନିର୍ବାଚନ ଲଢ଼ିଥିଲା। ଜେଡିୟୁ ତୁଳନାରେ ବିଜେପି ଅଧିକ ଆସନ ଜିତିଥିଲେ ହେଁ ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି।

ଏବେ ତାମିଲନାଡୁରେ ଦଳ କ୍ଷମତାସୀନ ଏଆଇଏଡିଏମକେ ସହ ମେଣ୍ଟ କରି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ଏଠାରେ ମଧ୍ୟ ବିଜେପି ସହଯୋଗୀ ଏଆଇଏଡିଏମକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ସମର୍ଥନ କରିବ ଓ ତାଙ୍କରି ନେତୃତ୍ୱରେ ନିର୍ବାଚନ ଲଢ଼ିବ। ଆଜି ଖୋଦ୍‌ ତାମିଲନାଡୁ ବିଜେପି ମୁଖ୍ୟ ଏଲ ମୁରଗାନ ଏକ କଥା କହିଛନ୍ତି।

ସେ କହିଛନ୍ତି, ରାଜ୍ୟରେ ଏଆଇଏଡିଏମକେ ଗୋଟିଏ ବଡ଼ ପାର୍ଟି। ସେମାନେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଇଡାପାଡ୍ଡି କେ ପଲାନିସ୍ୱାମୀଙ୍କ ନାଁ ଘୋଷଣା କରିଛନ୍ତି। ଆମେ ମଧ୍ୟ ଏଆଇଏଡିଏମକେର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ସମର୍ଥନ ଓ ଗ୍ରହଣ କରିଛୁ। ବିଜେପି ଓ ଏଆଇଏଡିଏମକେ ରାଜ୍ୟରେ ବେଶ ଶକ୍ତିଶାଳୀ।

କଂଗ୍ରେସ-ଡିଏମକେ ଆଦୌ ଶକ୍ତିଶାଳୀ ନୁହନ୍ତି। ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସ-ଡିଏମକେ ମେଣ୍ଟ କୌଣସି ବି ମୁହୂର୍ତ୍ତରେ ଭାଙ୍ଗି ଯାଇପାରେ। ତେଣୁ ସେମାନଙ୍କ ମେଣ୍ଟକୁ ନେଇ ବ୍ୟସ୍ତ ହେବାର କିଛି ବି କାରଣ ନାହିଁ ବୋଲି ସେ କହିଛନ୍ତି।

ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନ ସୋମବାର ସଂସଦରେ ଉପସ୍ଥାପିତ ହୋଇଥିବା ବଜେଟ୍‌ ଲୋକଙ୍କ ପାଇଁ ଲଲିପପ୍‌ ବୋଲି କହିଥିଲେ। ଏହା ଉପରେ ପ୍ରତିକ୍ରିୟା ଦେଇ ମୁରୁଗାନ କହିଛନ୍ତି, “ଲଲିପପ୍‌ ହେଉଛି ମିଠା। ଏହାର ଅର୍ଥ ୨୦୨୧-୨୦୨୨ ପାଇଁ ଉପସ୍ଥାପିତ ବଜେଟ୍‌ ମଧ୍ୟ ସମସ୍ତଙ୍କ ପାଇଁ ମିଠା ସଦୃଶ।”

The post ତାମିଲନାଡୁରେ ବିହାର ଫର୍ମୁଲା ଆପଣାଇବ ବିଜେପି appeared first on Odisha Reporter.



from Odisha Reporter https://ift.tt/3reTK8u

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages