ମେଷ: ସ୍ୱାସ୍ଥ୍ୟ ଉତ୍ତମ ରହିବା ସହ ଆର୍ଥିକ ଦିଗରୁ ଉନ୍ନତି ହେବ। ବ୍ୟବସାୟ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ଯୋଜନା କରିପାରନ୍ତି। ବାସଗୃହ ଓ ଯନାବାହନ ସମ୍ବନ୍ଧୀୟ କେତେକ ସମସ୍ୟାର ସମାଧାନ ହୋଇପାରେ। ପ୍ରତିକାର- ଲାଲ୍ ଚନ୍ଦନ ମସ୍ତକରେ ଲଗାନ୍ତୁ।
ବୃଷ: ଆକସ୍ମିକ ଅର୍ଥଲାଭ, ସୁନାମ ପ୍ରାପ୍ତି ଓ ସମ୍ମାନ ବୃଦ୍ଧି ହେବ। ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ସତ୍ତ୍ୱେ ଲାଭ ସୁନିଶ୍ଚିତ ମିଳିପାରେ। କର୍ମରେ ଉନ୍ନତି ସହ ପ୍ରିୟ ଲୋକମାନଙ୍କ ସହିତ ସମ୍ପର୍କରେ ମଧୁରତା ଆସିବ। ପ୍ରତିକାର- ମାଆ, ବାପା ଓ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।
ମିଥୁନ: ସହକର୍ମୀମାନଙ୍କଠାରୁ ସାହାଯ୍ୟ ସହଯୋଗ ପାଇବେ। ଛାତ୍ରାଛାତ୍ରୀମାନେ ପାଠପଢାରେ ମନ ଦେବେ। ଶତ୍ରୁ ଓ ବିରୋଧୀମାନଙ୍କଠାରୁ ସାବଧାନ ରୁହନ୍ତୁ। ପ୍ରତିକାର- କୁକୁରକୁ କିଛି ଖାଇବାକୁ ଦିଅନ୍ତୁ।
କର୍କଟ: ଶତ୍ରୁମାନେ ପରାଜିତ ହେବାସହ କର୍ମକ୍ଷେତ୍ରରେ ସୁଧାର ଆସିବ। ନିଜର ବୁଦ୍ଧିମତା କାରଣରୁ ଜଟିଳ କାମ ସହଜରେ ହାସଲ କରିପାରିବେ। ଅନାବଶ୍ୟକ ଖର୍ଚ୍ଚ ଅଧିକରୁ ଅଧିକ ହେବା ଫଳରେ ମାନସିକ ଦୁଃଶ୍ଚିନ୍ତା ବଢିପାରେ। ପ୍ରତିକାର- ଅଶ୍ୱସ୍ଥ ବୃକ୍ଷମୂଳରେ ଗୁଡ଼ ରଖନ୍ତୁ।
ସିଂହ: ଶାରୀରିକ ଅସୁସ୍ଥତା ଦୂର ହେବା ସହ ହରାଇଥିବା ଧନ ପ୍ରାପ୍ତି ହୋଇପାରେ। ବ୍ୟବସାୟରେ ଉନ୍ନତି ଫଳରେ ଆଶାତୀତ ଲାଭବାନ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଋଣ ପରିଶୋଧ କରିବାର ସୁଯୋଗ ପାଇବେ। ପ୍ରତିକାର- ମାଆ, ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।
କନ୍ୟା: ବ୍ୟବସାୟରେ ଉନ୍ନତି ହେବାସହ ଲାଭବାନ ହେବେ। ଧନ ସମ୍ବନ୍ଧୀୟ ମାମଲାରେ ସାବଧାନତା ପୂର୍ବକ ଆଗକୁ ବଢ଼ନ୍ତୁ। ନୂତନ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ହାତେ ମାପି ଚାଖଣ୍ଡେ ଚାଲିବା ଉଚିତ୍। ପ୍ରତିକାର- ଗାଈକୁ କିଛି ଖାଇବାକୁ ଦିଅନ୍ତୁ।
ତୁଳା: ସ୍ୱାସ୍ଥ୍ୟ ଠିକ୍ ରହିବା ସହ ଆକସ୍ମିକ ଧନ ପ୍ରାପ୍ତି ସହ ଓ ସୁଖ ସମ୍ପଦ ପ୍ରାପ୍ତି ହୋଇପାରେ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବା ସହ ଯେକୌଣସି କାର୍ଯ୍ୟରେ ହାତ ଦେଲେ ସଫଳତା ମିଳିବ। ପାରିବାରିକ ସମସ୍ୟାକୁ ସୁଧାରି ନେବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ। ପ୍ରତିକାର- ମାଆ, ବାପା ଓ ଗୁରୁଜନଙ୍କୁ ପ୍ରଣାମ କରନ୍ତୁ।
ବିଛା: ବ୍ୟବସାୟୀମାନେ ସାଧୁ ଓ ସଚ୍ଚୋଟ ଭାବେ କର୍ମକୁ ଶ୍ରେଷ୍ଠତା କରି ସମ୍ମାନ ପାଇବେ। ପାରିବାରିକ କ୍ଷେତ୍ରରେ ଧୈର୍ଯ୍ୟ ଓ ସହନଶୀଳତା କାଏମ ରହିବ। ଆୟକୁ ଚାହିଁ ବ୍ୟୟ ଅଟକଳ ନକଲେ ଲୋକହସା ହୋଇପାରନ୍ତି। ପ୍ରତିକାର- ଇଷ୍ଟଦେବୀଙ୍କୁ ଭୋଗ ଲଗାଇ ପିଲାଙ୍କୁ ବାଣ୍ଟନ୍ତୁ।
ଧନୁ: ପାରିବାରିକ ସମସ୍ୟା ବୁଝାମଣା ମଧ୍ୟରେ ସମାଧାନ ହେବ। ଘନିଷ୍ଠ ବ୍ୟକ୍ତିଙ୍କ ସହିତ ଭେଟ ହୋଇ ବିଗିଡ଼ି ଯାଇଥିବା କାର୍ଯ୍ୟ ସଜାଡ଼ି ଦେବେ। ନୂତନ ସମ୍ପତ୍ତି ବା ଘର ଗାଡ଼ି ଇତ୍ୟାଦି କ୍ରୟ କରି ଲାଭବାନ ହେବେ। ପ୍ରତିକାର- ହଳଦୀ ରଙ୍ଗର ବସ୍ତ୍ର ପରିଧାନ କରନ୍ତୁ।
ମକର: ଶତ୍ରୁମାନେ ପରାଜିତ ହେବା ଫଳରେ ମାନସିକ ଅଶାନ୍ତି ଦୂର ହୋଇ ସାମାଜିକ ପ୍ରତିଷ୍ଠା ମାନ ସମ୍ମାନ ବୃଦ୍ଧି ହେବ। ଉଚ୍ଚପଦସ୍ଥ ବ୍ୟକ୍ତିଙ୍କଠାରୁ ସମ୍ମାନ ମିଳିବା ସହ ଶୁଭ ସମାଚାର ପାଇ ଖୁସି ହେବେ। ଗଚ୍ଛିତ ଅର୍ଥ ବୃଦ୍ଧି କରିବା ପାଇଁ ଚେଷ୍ଟା କରିବେ। ପ୍ରତିକାର- ମାଆ ବାପା ଓ ଗୁରୁଙ୍କୁ ପ୍ରଣାମ କରନ୍ତୁ।
କୁମ୍ଭ: କର୍ମକ୍ଷତ୍ରରେ ଠିକ୍ ପରାମର୍ଶ ଦେଇ ଆଦର, ସମ୍ମାନ ଓ ପ୍ରଶଂସା ମିଳିବ। ପାରିବାରିକ ସମସ୍ୟା ସତ୍ତ୍ୱେ ଘରେ ଶାନ୍ତି ବଜାୟ ରହିବ। ବନ୍ଧୁ ବା ମିତ୍ରଙ୍କ ସହିତ ଲାଗିଥିବା ବିବାଦ ଦୂର ହେବ। ଅଟକିଥିବା କାର୍ଯ୍ୟ ସଫଳତା ପୂର୍ବକୁ ସମ୍ପନ୍ନ ହେବ। ପ୍ରତିକାର- ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।
ମୀନ: ବନ୍ଧୁ, ମିତ୍ର ଓ ସହକର୍ମୀମାନଙ୍କ ଦ୍ୱାରା ବିଶେଷ ଲାଭବାନ ହେବେ। ପ୍ରିୟଜନ ଓ ପରିବାର ସଦସ୍ୟମାନେ ଆପଣଙ୍କ ନିକଟତର ହେବେ। ବ୍ୟବସାୟୀମାନେ ନଗଦ କାରବାରରେ ଅଧିକ ଲାଭପ୍ରଦ ହେବେ। ପ୍ରତିକାର- ଶିବ ମନ୍ଦିରରେ କଞ୍ଚାକ୍ଷୀର ଢାଳି ପାଦୁକ ପାନ କରନ୍ତୁ।
The post ୨୨ ଫେବ୍ରୁଆରୀ, ସୋମବାର: ଧନ ପ୍ରାପ୍ତି ହୋଇପାରେ appeared first on Odisha Reporter.
from Odisha Reporter https://ift.tt/3by0ybo
No comments:
Post a Comment