ନୂଆଦିଲ୍ଲୀ: କିଛି ରାଜ୍ୟରେ ହଠାତ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇବାରୁ ସମସ୍ତଙ୍କ ଚିନ୍ତା ବଢ଼ିଯାଇଛି। ସ୍ଥିତିକୁ ଦେଖି ମହାରାଷ୍ଟ୍ର ସରକାର କିଛି ସହରରେ ସପ୍ତାହକ ପାଇଁ ପୁଣିଥରେ ଲକଡାଉନ ଲାଗୁ କରିଛନ୍ତି। ଆଉ କିଛି ରାଜ୍ୟ ଲୋକଙ୍କୁ ସତର୍କ ଓ ସଚେତନ ହେବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି।
ଏସବୁ ଭିତରେ କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକ ପାଇଁ ସ୍ୱତନ୍ତ୍ର ନିର୍ଦ୍ଦେଶନାମା ଜାରି କରିଛନ୍ତି। ରାଜ୍ୟଗୁଡ଼ିକ ତୁରନ୍ତ ଆରଟି-ପିସିଆର ଟେଷ୍ଟର ସଂଖ୍ୟା ବୃଦ୍ଧି କରନ୍ତୁ। ସେହିପରି କରୋନାର ମ୍ୟୁଟାଣ୍ଟ ଷ୍ଟ୍ରେନ ବା ନୂଆ ରୂପ ଉପରେ ନଜର ରଖନ୍ତୁ। ଏଥିସହ ପୁଣିଥରେ କଠୋର ସର୍ଭେଲାନ୍ସ ଓ କଣ୍ଟେନମେଣ୍ଟ ନୀତି ଆପଣାନ୍ତୁ ବୋଲି କେନ୍ଦ୍ର ସରକାର କହିଛନ୍ତି। ଯେଉଁ ସ୍ଥାନରେ ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି, ସେଠାରେ ତୁରନ୍ତ କଟକଣା ଲଗାଇବାକୁ ମଧ୍ୟ ନିର୍ଦ୍ଦେଶନାମାରେ ପରାମର୍ଶ ଦିଆଯାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଲେଖାଯାଇଥିବା ଚିଠିରେ କୁହାଯାଇଛି ଯେ ଯେଉଁମାନଙ୍କର ନମୁନା ଆଣ୍ଟିଜେନ୍ରେ ନେଗେଟିଭ ଆସୁଛି, ସେମାନଙ୍କର କରୋନା ଟେଷ୍ଟ ପୁଣିଥରେ ଆରଟି-ପିସିଆର୍ ଜରିଆରେ କରାଯାଉ। ଯେମିତି କେହି ବି ଖସି ନ ଯିବେ, ତା’ ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ସବୁ ଜିଲ୍ଲାରେ ଅଧିକ ସଂଖ୍ୟକ କରୋନା ମୃତ୍ୟୁ ସାମ୍ନାକୁ ଆସୁଛି, ସେଠାରେ ସ୍ୱତନ୍ତ୍ର କ୍ଲିନିକାଲ ମ୍ୟାନେଜମେଣ୍ଟର ବ୍ୟବସ୍ଥା କରିବାକୁ ମଧ୍ୟ ଚିଠିରେ କୁହାଯାଇଛି।
ବର୍ତ୍ତମାନ ଦେଶର ୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ପଜିଟିଭ ରେଟ୍ ଜାତୀୟ ହାର ୧.୮%ରୁ ଅଧିକ ରହିଛି। ଏହି ୫ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡ଼ିକ ହେଉଛି ମହାରାଷ୍ଟ୍ର, କେରଳ, ଆନ୍ଧ୍ର ପ୍ରଦେଶ, ଗୋଆ ଓ ଚଣ୍ଡିଗଡ଼।
The post ଚିନ୍ତା ବଢ଼ାଉଛି କରୋନା: ରାଜ୍ୟମାନଙ୍କୁ ଏମିତି ନିର୍ଦ୍ଦେଶ ଦେଲା କେନ୍ଦ୍ର appeared first on Odisha Reporter.
from Odisha Reporter https://ift.tt/2Nqe3BC
No comments:
Post a Comment