ବିଦ୍ୟୁତ୍‌ କର୍ମଚାରୀ ସାଜି ଗାଁରେ ପଶିଲେ, ଲାଇନ୍‌ କାଟିବାର ଭୟ ଦେଖାଇ ଟଙ୍କା ଲୁଟିଲେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 22, 2021

ବିଦ୍ୟୁତ୍‌ କର୍ମଚାରୀ ସାଜି ଗାଁରେ ପଶିଲେ, ଲାଇନ୍‌ କାଟିବାର ଭୟ ଦେଖାଇ ଟଙ୍କା ଲୁଟିଲେ

ସମ୍ବଲପୁର(ଓଡ଼ିଶା ରିପୋର୍ଟର):ନିଜକୁ ବିଦ୍ୟୁତ୍‌ ବିଭାଗ କର୍ମଚାରୀର ପରିଚୟ ଦେଇ ଗାଁରେ ପଶିଲେ। ଏହାପରେ ବିଲ୍‌ ପଇଠ ନ କଲେ ବିଦ୍ୟୁତ୍‌ ସଂଯୋଗ କାଟି ଦେବାର ଧମକ ଦେଲେ। ଏପରି କହି ନିରୀହ ଆଦିବାସୀଙ୍କଠାରୁ ୨ ହଜାର ଟଙ୍କା ଲେଖାଏ ଆଦାୟ କରି ଚମ୍ପଟ ମାରିଲେ। ଶେଷରେ ସତସତିକା ବିଦ୍ୟୁତ୍‌ ବିଭାଗ କର୍ମଚାରୀ ଗାଁକୁ ଯିବା ପରେ ଫିଟିଛି ଗୁମର। ଏଭଳି ଘଟଣା ସମ୍ବଲପୁର ଜିଲ୍ଲା ରେଢାଖୋଲ ଉପଖଣ୍ଡ କିସିଣ୍ଡା ଥାନା ଅଞ୍ଚଳର ବଲାଟ ଗାଁରେ ଘଟିଛି।

ଗତ ଜାନୁଆରୀ ୨୪ରେ ୨ ଜଣ ଯୁବକ ଆସି ଗାଁ ଲୋକଙ୍କୁ ବିଜୁଳି ସଂଯୋଗ କାଟିଦେବାର ଭୟ ଦେଖାଇଥିଲେ। ଏହାପରେ ନକଲି ବିଲ୍ ଦେଇ ଘର ପ୍ରତି ୨ ହଜାର ଟଙ୍କା ଲେଖାଏଁ ନେଇ ପଳାଇଥିଲେ । ସମାନ ଢଙ୍ଗରେ ଚଳିତମାସ ପ୍ରଥମ ସପ୍ତାହରେ ରେଢେଖୋଲ ଥାନା ଅଞ୍ଚଳର ଚାରବାଟୀ, କାଣ୍ଡତଇଲା ଅଞ୍ଚଳରୁ ମଧ୍ୟ ସମାନ ଢଙ୍ଗରେ ଠକେଇ ହୋଇଛି ।

ବିଦ୍ୟୁତ୍‌ ବିଭାଗ କର୍ମଚାରୀ ବିଲ୍ ସଂଗ୍ରହ ପାଇଁ ଗାଁକୁ ଯିବା ବେଳେ ପୂର୍ବରୁ ଲୋକେ ଠକେଇର ସମ୍ମୁଖିନ ହୋଇଥିବା ଜଣାପଡ଼ିଥିଲା ।  ଗାଁ ଲୋକ ମୋବାଇଲରେ ଠକଙ୍କ ଫଟୋ ଉଠାଇ ଦେଇଥିବା ବେଳେ ଏହାକୁ ନେଇ ତଦନ୍ତ କରାଯାଉଛି ବୋଲି କହିଛନ୍ତି ବିଦ୍ୟୁତ୍‌ ବିଭାଗ ଏସ୍‌ଡିଓ ।

The post ବିଦ୍ୟୁତ୍‌ କର୍ମଚାରୀ ସାଜି ଗାଁରେ ପଶିଲେ, ଲାଇନ୍‌ କାଟିବାର ଭୟ ଦେଖାଇ ଟଙ୍କା ଲୁଟିଲେ appeared first on Odisha Reporter.



from Odisha Reporter https://ift.tt/3qOXuOc

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages