ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଚିନ୍ତା ବଢାଇଲାଣି କରୋନାର ନୂଆ ଷ୍ଟ୍ରେନ୍। ସରକାରୀ ସ୍ତରରେ ଘନ ଘନ ବୈଠକ ପରେ କଡ଼ାକଡ଼ି ନିୟମ ପାଳନ ପାଇଁ ଜାରି ହୋଇଛି ନିର୍ଦ୍ଦେଶ। ରାଜଧାନୀରେ ପୁଲିସ ଓ ପ୍ରଶାସନ ଲୋକଙ୍କୁ ଚେତାଇବା ସହ ଫାଇନ୍ ବି ଆଦାୟ କରୁଛନ୍ତି। ବିଏମ୍ସି ଓ କମିଶନରେଟ୍ ପୁଲିସର ସ୍ୱତନ୍ତ୍ର ଟିମ୍ ବିଭିନ୍ନ ଅଞ୍ଚଳ ବୁଲି ମାସ୍କ୍, ସାମାଜିକ ଦୂରତା ଓ ସାନିଟାଇଜ୍ ଉପରେ ଗୁରୁତ୍ୱ ଦେବାକୁ ଲୋକଙ୍କୁ ବୁଝାଇଛନ୍ତି।
ଓଡ଼ିଶାରେ ଏଯାଏଁ କରୋନାର କୌଣସି ନୂଆ ଷ୍ଟ୍ରେନ୍ ଠାବ ହୋଇନଥିଲେ ବି ଯେ କୌଣସି ମୁହୂର୍ତ୍ତରେ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି ତେଣୁ କଡ଼ା ସତର୍କତା ଓ ଅତ୍ୟଧିକ ସଚେତନତା ହିଁ ରାଜ୍ୟବାସୀଙ୍କୁ କରୋନାଠୁ ସୁରକ୍ଷିତ ରଖିପାରିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ। ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଲୋକେ ଯଦି ନିୟମକୁ ମାନନ୍ତି, ତେବେ ଲକଡାଉନର ଆବଶ୍ୟକତା ପଡ଼ିବନି। କିନ୍ତୁ ସ୍ଥିତି ବିଗିଡ଼ିଲେ ନିଷ୍ପତ୍ତି ବଦଳିପାରେ।
ଦେଶର କିଛି ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ସେପଟେ ଚିନ୍ତାରେ ପଡ଼ିଲାଣି ଶ୍ରୀମନ୍ଦିର ପ୍ରଶାସନ। ପୁରୀକୁ ରାଜ୍ୟ ବାହାରୁ ବହୁ ସଂଖ୍ୟାରେ ଭକ୍ତଙ୍କ ସୁଅ ଛୁଟୁଥିବାରୁ ଆଗକୁ କି ପଦକ୍ଷେପ ନିଆଯିବ, ସେ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ ଅପେକ୍ଷା କରାଯାଇଥିବା କହିଛନ୍ତି ଶ୍ରୀମନ୍ଦିର ନୀତି ପ୍ରଶାସକ। ସେହିଭଳି ରାଜ୍ୟର ସମସ୍ତ ସ୍କୁଲରେ ଏବେ ମାଟ୍ରିକ୍ ପିଲାଙ୍କ ଶିକ୍ଷାଦାନ ଚାଲିଥିବାରୁ ଏଠାରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଲାଗି ଆବଶ୍ୟକ ପଦକ୍ଷେପ ନେବାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଜିଲ୍ଲା ଓ ବ୍ଲକ୍ ଶିକ୍ଷାଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛି।
The post ଚିନ୍ତା ବଢ଼ାଇଲାଣି ନୂଆ ଷ୍ଟ୍ରେନ, ରାଜଧାନୀରେ ଆଦାୟ ହେଉଛି ଫାଇନ୍ appeared first on Odisha Reporter.
from Odisha Reporter https://ift.tt/3dBXZr8
No comments:
Post a Comment