ପ୍ରିୟଙ୍କାଙ୍କ କାର୍‌କେଡ୍‌ରେ ଦୁର୍ଘଟଣା - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 3, 2021

ପ୍ରିୟଙ୍କାଙ୍କ କାର୍‌କେଡ୍‌ରେ ଦୁର୍ଘଟଣା

ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସଂପାଦକ ପ୍ରିୟଙ୍କା ଗାନ୍ଧୀଙ୍କ କାରକେଡ୍‌ରେ ଘଟିଛି ଦୁର୍ଘଟଣା। ତାଙ୍କ କାର୍‌କେଡ୍‌ର ୪ଟି ଗାଡ଼ି ପରସ୍ପର ସହିତ ପିଟି ହୋଇଥିଲେ। ଏଥିରେ ଗାଡ଼ି ଗୁଡ଼ିକ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଥିବା ବେଳେ କେହି ଆହତ ହୋଇ ନାହାନ୍ତି।

ଜାନୁଆରୀ ୨୬ରେ ଦିଲ୍ଲୀରେ ଟ୍ରାକ୍ଟର ରାଲି ବେଳେ ପ୍ରାଣ ହରାଇଥିବା ଚାଷୀଙ୍କ ପରିବାର ଲୋକଙ୍କୁ ଭେଟିବାକୁ ପ୍ରିୟଙ୍କା ରାମପୁର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ହାପୁଡ଼ ରୋଡ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। କାର୍‌କେଡ୍‌ରେ ଥିବା ଗାଡ଼ି ଗୁଡ଼ିକ ମଧ୍ୟରୁ ଗୋଟିଏର ଡ୍ରାଇଭର ହଠାତ୍ ବ୍ରେକ୍ କଷି ଦେଇଥିଲେ। ଫଳରେ ତା’ପଛରେ ଆସୁଥିବା ତିନୋଟି ଗାଡ଼ି ପଛକୁ ପଛ ପିଟି ହୋଇଯାଇଥିଲେ।

ଉତ୍ତର ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ଅଜୟ କୁମାର ଲଲ୍ଲୁ କହିଛନ୍ତି, ନବରୀତ ସିଂହ କାନାଡାରୁ ଆସି ଚାଷୀଙ୍କ ଆନ୍ଦୋଳନରେ ସାମିଲ ହୋଇଥିଲେ। ଟ୍ରାକ୍ଟର ରାଲି ବେଳେ ପୁଲିସ୍ ଗୁଳିରେ ତାଙ୍କର ମୃତ୍ୟୁ ଘଟିଥିଲା। ତାଙ୍କ ପରିବାର ଲୋକଙ୍କୁ ଆଜି ପ୍ରିୟଙ୍କା ଗାନ୍ଧୀ ଭେଟିବାକୁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

ଅନ୍ୟପକ୍ଷରେ ପୁଲିସ୍ କହିଛି, ଟ୍ରାକ୍ଟର ଓଲଟି ପଡ଼ିବା ଯୋଗୁ ନବରୀତ ତା’ ତଳେ ଚାପି ହୋଇ ଯାଇଥିଲେ ଓ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ୍ ଏହାର ସିସିଟିଭି ଫୁଟେଜ୍ ମଧ୍ୟ ଜାରି କରିଥିଲା। ଏକ ଟ୍ରାକ୍ଟର ପୁଲିସ୍ ବ୍ୟାରିକେଡ୍ ଭାଙ୍ଗିବାକୁ ଚେଷ୍ଟା କରୁଥିବା ବେଳେ ଓଲଟି ପଡ଼ିଥିବା ଏଥିରେ ଦେଖିବାକୁ ମିଳିଛି। ଟ୍ରାକ୍ଟରଣି କିଛି ଲୋକଙ୍କ ଉପରେ ଓଲଟି ପଡ଼ିଥିଲା। ସେହିଭଳି ଶବ ବ୍ୟବଚ୍ଛେଦ ରିପୋର୍ଟରେ ମଧ୍ୟ ମୃତ ଚାଷୀଙ୍କ ଶରୀରରେ ଗୁଳି ବାଜିଥିବା ନେଇ କିଛି ଉଲ୍ଲେଖ କରାଯାଇ ନାହିଁ।

ସୂଚନାଯୋଗ୍ୟ, ପୁଲିସ୍ ଗୁଳିରେ ଚାଷୀଙ୍କ ମୃତ୍ୟୁ ଘଟିବା ନେଇ ମିଛି ଖବର ପ୍ରଚାର କରିବା ଅଭିଯୋଗରେ କଂଗ୍ରେସ ସାଂସଦ ଶଶି ଥରୁର ଓ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ପୁଲିସ୍ ଦେଶଦ୍ରୋହ ମାମଲା ରୁଜୁ କରିଛି। ଯେଉଁ ୬ ଜଣ ସାମ୍ବାଦିକଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି, ସେମାନ ହେଉଛନ୍ତି- ମୃଣାଳ ପାଣ୍ଡେ, ରାଜଦୀପ ସରଦେଶାଇ, ବିନୋଦ କେ ଜୋସେ, ଜାଫର ଆଘା, ପରେଶ ନାଥ ଓ ଅନନ୍ତ ନାଥ।

The post ପ୍ରିୟଙ୍କାଙ୍କ କାର୍‌କେଡ୍‌ରେ ଦୁର୍ଘଟଣା appeared first on Odisha Reporter.



from Odisha Reporter https://ift.tt/2YVHoq1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages