ପୁଲିସ ପୋତିଥିଲା କଣ୍ଟା, କାଢ଼ି ଦେଲେ ଲୋକେ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, February 3, 2021

ପୁଲିସ ପୋତିଥିଲା କଣ୍ଟା, କାଢ଼ି ଦେଲେ ଲୋକେ

ନୂଆଦିଲ୍ଲୀ: ଚାଷୀ ଆନ୍ଦୋଳନକୁ ନେଇ ଗତ କିଛି ଦିନ ହେବ ଚର୍ଚ୍ଚାର କେନ୍ଦ୍ର ପାଲଟିଛି ଗାଜିପୁର ସୀମା। ତେବେ ଗୁରୁବାର ଗାଜିପୁର ସୀମାରୁ ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ଚାଷୀଙ୍କୁ ଅଟକାଇବା ପାଇଁ ରାସ୍ତାରେ ପୁଲିସ ପୋତିଥିବା କଣ୍ଟାକୁ ଆଜି କିଛି ଲୋକେ କାଢ଼ି ଦେଇଛନ୍ତି।

କେନ୍ଦ୍ରର ନୂଆ କୃଷି ଆଇନକୁ ବିରୋଧ କରି ଦିଲ୍ଲୀର ବିଭିନ୍ନ ସୀମାରେ ଚାଷୀ ଆନ୍ଦୋଳନ ଜାରି ରହିଛି। ଜାନୁଆରୀ ୨୬ ହିଂସା ପରେ ଗାଜିପୁର ସୀମାରେ ଆନ୍ଦୋଳନକୁ ଆହୁରି ତୀବ୍ର କରିବା ପାଇଁ ଚାଷୀ ନେତା ଟିକୈତଙ୍କ ଆହ୍ୱାନ କ୍ରମେ ବିଭିନ୍ନ ସଙ୍ଗଠନର ଶତାଧିକ କୃଷକମାନେ ଆସି ଡେରା ପକାଇଛନ୍ତି। ଏହାକୁ ଦୃଷ୍ଟିରେ ରଖି ଦିଲ୍ଲୀ ପୁଲିସ ସୁରକ୍ଷା ବ୍ୟବସ୍ଥା କଡାକଡି କରିଥିଲା। ୧୨ ଲେୟାର ବ୍ୟାରିକେଡ ସାଙ୍ଗକୁ ଅସ୍ଥାୟୀ କଙ୍କ୍ରିଟ କାନ୍ଥ ଏବଂ ରାସ୍ତାରେ କଣ୍ଟା ପୋତିଥିଲା ପୁଲିସ । ତେବେ ଆଜି ଏହାକୁ ବିରୋଧ କରି କିଛି ଲୋକେ ପୋତାଯାଇଥିବା କଣ୍ଟାକୁ ରାସ୍ତାରୁ ହଟାଇ ଦେଇଛନ୍ତି। ହାତୁଡି ଓ ନିଅଣ ସାହାଯ୍ୟରେ କଣ୍ଟାଗୁଡିକୁ ଉପାଡି ଦେଇଛନ୍ତି। ତେବେ କେଉଁମାନେ ଏହି କଣ୍ଟାକୁ ରାସ୍ତାରୁ ରାତାରାତି ହଟାଇ ଦେଇଛନ୍ତି ସେ ନେଇ କିଛି ସୂଚନା ମିଳି ନାହିଁ। ରାସ୍ତାରୁ କିଏ କଣ୍ଟା ଉପାଡିଲା ସେ ନେଇ ପୁଲିସ ତଦନ୍ତ ଜାରି ରଖିଛି।

ସୂଚନାଯୋଗ୍ୟ ଯେ, ରାସ୍ତାରେ ଚାଷୀଙ୍କୁ ଅଟକାଇବା ପାଇଁ ପୁଲିସ ପୋତିଥିବା ଏହି କଣ୍ଟାକୁ ନେଇ ବହୁ ଦିନ ଧରି ଚର୍ଚ୍ଚା ଲାଗିରହିଛି । କୃଷକ ଆନ୍ଦୋଳନଠାରୁ ଆରମ୍ଭ କରି ସଂସଦ ଯାଏଁ ଏହାକୁ ନେଇ ଆଲୋଚନା ଜାରି ରହିଛି। ବିରୋଧୀଦଳ ନେତାମାନେ କୃଷକଙ୍କ ଆନ୍ଦୋଳନ ବେଳେ ଏଭଳି କଣ୍ଟା ପୋତିବାକୁ ନିନ୍ଦା କରିଛନ୍ତି। ଚାଷୀ ଆନ୍ଦୋଳନରେ ଏହି କଣ୍ଟାର କାମ କ’ଣ ବୋଲି ସେମାନେ ପ୍ରଶ୍ନ କରିଛନ୍ତି।


ସେପଟେ କୃଷି ଆଇନ ବିରୋଧରେ ଆନ୍ଦୋଳନ କରୁଥିବା ଚାଷୀଙ୍କ ବାଟ ଓଗାଳିବା ପାଇଁ ଦିଲ୍ଲୀ ପୁଲିସ୍‌ ଅଭେଦ୍ୟ ଦୁର୍ଗ ପ୍ରସ୍ତୁତ କରିବାରେ ଲାଗିଛି। ପ୍ରଥମେ ଦିଲ୍ଲୀ ସୀମାରେ ଅସ୍ଥାୟୀ କଙ୍କ୍ରିଟ ବ୍ୟାରିକେଡ, ରାସ୍ତାର ଲୁହାର କଣ୍ଟା ଓ ତାର ବାଡ଼ ଭଳି ୧୨ ଥାକିଆ ବ୍ୟାରିକେଡ ବ୍ୟବସ୍ଥା କରିଥିବା ପୁଲିସ୍‌ ଗତକାଲି ଆଉ ଏକ ବଡ଼ ପଦକ୍ଷେପ ନେଇଛି।

ଚାଷୀମାନେ ଆନ୍ଦୋଳନ ବେଳେ ଯେମିତି ପଥର ମାଡ଼ ନ କରି ପାରିବେ, ସେଥିପାଇଁ ଦିଲ୍ଲୀ ପୁଲିସ ଟିକ୍‌ରି ସୀମାରେ ଜାଲି ବାନ୍ଧିବା ଆରମ୍ଭ କରିଛି। ଜାନୁଆରୀ ୨୬ ଟ୍ରାକ୍ଟର ରାଲି ବେଳେ ଯେଉଁ ଅଘଟଣ ଘଟିଥିଲା, ତା’ର ପୁନରାବୃତ୍ତି ଯେମିତି ନ ହେବ, ସେଥିପାଇଁ ଏଭଳି ବ୍ୟବସ୍ଥା କରାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

The post ପୁଲିସ ପୋତିଥିଲା କଣ୍ଟା, କାଢ଼ି ଦେଲେ ଲୋକେ appeared first on Odisha Reporter.



from Odisha Reporter https://ift.tt/2O6mvGn

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages