ଟୁଲକିଟ୍ ମାମଲା: ଦିଶା ରବିଙ୍କ ପରେ ନିକିତା ଜ୍ୟାକୋବଙ୍କୁ ଖୋଜା ଚାଲିଛି - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

ଟୁଲକିଟ୍ ମାମଲା: ଦିଶା ରବିଙ୍କ ପରେ ନିକିତା ଜ୍ୟାକୋବଙ୍କୁ ଖୋଜା ଚାଲିଛି

ନୂଆଦିଲ୍ଲୀ: ଗ୍ରେଟ ଥନବର୍ଗ ଟୁଲକିଟ ମାମଲାରେ ରବିବାର ଜଳବାୟୁ କାର୍ଯ୍ୟକର୍ତ୍ତା ଦିଶା ରବି ଗିରଫ ହୋଇଥିବା ବେଳେ ଆଜି ଆଉ ଜଣଙ୍କ ନାଁରେ ଗିଫର ପରୱାନା ଜାରି କରିଛି ଦିଲ୍ଲୀ ପୁଲିସ।  ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଏହି ମାମଲାରେ ଆଉ ଜଣେ ଅଭିଯୁକ୍ତ ନିକିତା ଜ୍ୟାକବଙ୍କ ବିରୋଧରେ କୋର୍ଟରେ ଜାମିନବିହୀନ ୱାରେଣ୍ଟ ଜାରି କରିଛି। ନିକିତା ଜ୍ୟାକବ ପେସାରେ ଜଣେ ଓକିଲ। ବର୍ତ୍ତମାନ ସେ ଫେରାର ଅଛନ୍ତି।

ସୂତ୍ର ଅନୁଯାୟୀ, ଫେବୃଆରୀ ୧୧ ତାରିଖରେ ସ୍ପେଶାଲ ସେଲ ନିକିତାଙ୍କ ଘରେ ସର୍ଚ୍ଚ କରିବାକୁ ଯାଇଥିଲା। ଟିମ ତାଙ୍କ ମୋବାଇଲ ଫୋନ ଓ ଇଲେକ୍ଟ୍ରୋନିକ ଡିଭାଇସ ଯାଞ୍ଚ କରିବାକୁ ଯାଇଥିଲା କିନ୍ତୁ ସନ୍ଧ୍ୟା ହୋଇଥିବାରୁ ତାଙ୍କୁ ପଚରାଉଚୁରା କରି ପାରିନଥିଲା। ସ୍ପେଶାଲ ସେଲ ଦସ୍ତାବିଜରେ ନିକିତାଙ୍କ ଦସ୍ତଖତ କରାଇଥିଲା ଯେ ସେ ଯାଞ୍ଚରେ ସାମିଲ ହେବେ। କିନ୍ତୁ ତାପରେ ନିକିତା ଫେରାର ହୋଇଯାଇଛନ୍ତି।

ଦିଲ୍ଲୀ ପୁଲିସ କହିବା ଅନୁସାରେ ନିକିତା ଜ୍ୟାକବ ଖାଲିସ୍ତାନ ସଙ୍ଗଠନ ସହ ଜଡିତ କାନାଡ଼ାର ପୁନିତ ନାମକ ଜଣେ ବ୍ୟକ୍ତିଙ୍କୁ ଯୋଗାଯୋଗ କରିଥିଲେ। ଜାନୁଆରୀ ୨୬ ତାରିଖର ୪ ଦିନ ପୂର୍ବରୁ ଜୁମ ଆପରେ ନିକିତା ଓ ଅନ୍ୟମାନଙ୍କର ମିଟିଂ ହୋଇଥିଲା। ଖାଲିସ୍ତାନ ସଂଗଠନ ସହ ଜଡିତ ପଏଣ୍ଟ ଫର ଜଷ୍ଟିସର ଏମଓ ଧାଲିବାଲ ପୁନିତଙ୍କ ଜରିଆରେ ନିକିତାଙ୍କୁ ଯୋଗାଯୋଗ କରିଥିଲେ। ଗଣତନ୍ତ୍ର ଦିବସ ପୂର୍ବରୁ କୃଷକ ଆନ୍ଦୋଳନକୁ ନେଇ ଟ୍ୱିଟରରେ ହଇଚଇ ଉତ୍ପନ୍ନ କରିବା ଏମାନଙ୍କ ଉଦ୍ଦେଶ୍ୟ ଥିଲା।

ଜୁମ ଆପ ମିଟିଂରେ ଧାଲିବାଲ, ନିକିତା, ଦିଶାଙ୍କ ଛଡା ଅନ୍ୟ ଲୋକ ବି ସାମିଲ ହୋଇଥିଲେ। ସେତେବେଳେ ଧାଲିବାଲ କହିଥିଲେ ଯେ ଏହି ପ୍ରସଙ୍ଗକୁ ବଡ କରିବାର ଅଛି। କୃଷକଙ୍କ ମଧ୍ୟରେ ଅସନ୍ତୋଷ, ଭ୍ରମ ଉତ୍ପନ୍ନ କରିବା ଏମାନଙ୍କ ଉଦ୍ଦେଶ୍ୟ ଥିଲା। ଏପରିକି ଟ୍ରାକ୍ଟର ରାଲି ବେଳେ ହୋଇଥିବା ଜଣେ କୃଷକଙ୍କ ମୃତ୍ୟୁକୁ ନେଇ ମଧ୍ୟ ଏମାନେ ଭ୍ରମ ସୃଷ୍ଟି କରିଥିଲେ। ଏମାନଙ୍କ କହିବାନୁଯାୟୀ ପୋଲିସ ଗୁଳିରେ ଉକ୍ତ କୃଷକଙ୍କ ମୃତ୍ୟୁ ହୋଇଥିଲା।

ସେହିପରି ନିକିତାଙ୍କ ବ୍ୟତୀତ ଶାନ୍ତନୁ ନାମକ ଜଣେ ବ୍ୟକ୍ତିଙ୍କ ନାଁରେ ମଧ୍ୟ ଜାମିନବିହୀନ ଗିରଫ ପରୱାନା ଜାରି କରିଛି। ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ବାସ କରୁଥିବା ଶାନ୍ତନୁ ନିକିତା ଏବଂ ଦିଶା ରବିଙ୍କ ଅତି ଘନିଷ୍ଠ ବନ୍ଧୁ। ଶାନ୍ତନୁ ମଧ୍ୟ ଟୁଲକିଟ ସହ ଜଡିତ ଏବଂ ଏହାକୁ ସର୍କୁଲେଟ କରିଥିବା ଅଭିଯୋଗ ରହିଛି। ତାଙ୍କ ଘରେ ଦିଲ୍ଲୀ ପୁଲିସର ସ୍ପେଶାଲ ସେଲ ଚଢ଼ାଉ କରିଛି। କିନ୍ତୁ ସେ ଫେରାର ଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ରବିବାର ବେଙ୍ଗାଳୁରୁରୁ ଦଶା ରବିଙ୍କୁ ପୁଲିସ ଗିରଫ କରିଥିଲା। ତାଙ୍କୁ ପଚରାଉଚରା କରିବା ପାଇଁ ଦିଲ୍ଲୀ ପୁଲିସ ୫ ଦିନିଆ ରିମାଣ୍ଡରେ ନେଇଛି।

The post ଟୁଲକିଟ୍ ମାମଲା: ଦିଶା ରବିଙ୍କ ପରେ ନିକିତା ଜ୍ୟାକୋବଙ୍କୁ ଖୋଜା ଚାଲିଛି appeared first on Odisha Reporter.



from Odisha Reporter https://ift.tt/3qrqGuA

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages