କେନ୍ଦ୍ର ନେଉଥିବା ଟିକସ ସୁଇସ ବ୍ୟାଙ୍କ ଯାଉନି, ବନ୍ଦ ପଛରେ ବିଜେଡି ଅଛି:  ଲେଖାଶ୍ରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Monday, February 15, 2021

କେନ୍ଦ୍ର ନେଉଥିବା ଟିକସ ସୁଇସ ବ୍ୟାଙ୍କ ଯାଉନି, ବନ୍ଦ ପଛରେ ବିଜେଡି ଅଛି:  ଲେଖାଶ୍ରୀ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କଂଗ୍ରେସର ବନ୍ଦ ଡାକରାକୁ ସମାଲୋଚନା କଲେ ରାଜ୍ୟ ବିଜେପି ସାଧାରଣ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର। ସେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସର ଭୋଟହାର କମିଛି। କଂଗ୍ରେସର ବିପର୍ଯ୍ୟୟ ହୋଇଛି। ସେସବୁ ଉପରୁ ନଜର ହଟାଇବାକୁ କଂଗ୍ରେସ ବନ୍ଦ ପାଳନ କରୁଛି। ହେଲେ ସେଇ ବନ୍ଦର କୌଣସି ପ୍ରଭାବ ନାହିଁ। ତେଲ ଦର ବୃଦ୍ଧି ପରିବହନ ଓ ବିଶୋଧନ ଉପରେ ନିର୍ଭର କରେ। କେନ୍ଦ୍ର ନେଉଥିବା ଟିକସ ଜନକଲ୍ୟାଣ କାର୍ଯ୍ୟରେ ଲାଗୁଛି, ସୁଇସ ବ୍ୟାଙ୍କ ଯାଉନି।

କୌଣସି ପାନାମା ପେପରକୁ ଯାଉନି। ମୋଦିଙ୍କ ପକେଟକୁ ବି ଯାଉନି। ଧର୍ମେନ୍ଦ୍ର ପ୍ରଧାନଙ୍କ ପକେଟକୁ ବି ଯାଉନି। ତାର ହିସାବ ଆମେ ଲୋକଲୋଚନକୁ ଆଣିବାକୁ ଚାହୁଁଛୁଅ। ରାଜ୍ୟ ଭାଟ୍ କମାଉ। କାରଣ ଆଗରୁ ରାଜ୍ୟ ସରକାର ଭାଟ ୨୬ ପ୍ରତିଶତ ନେଥିଲେ। ଏବେ ୩୨ ପ୍ରତିଶତ ନେଉଛି।  ଡିଜେଲ ଉପରେ ତାହା ୨୮ ପ୍ରତିଶତ ହୋଇଛି। ଲେଖାଶ୍ରୀ କହିଛନ୍ତି ଯେ, ରାଜ୍ୟ ସରକାର ୨ ପ୍ରକାର ରାଜନୀତି କରୁଛନ୍ତି । ସ୍କୁଲ କଲେଜ ବନ୍ଦ ରଖି ବନ୍ଦକୁ ତାଙ୍କର ସମର୍ଥନ ରହିଥିବା ଦର୍ଶାଉଛନ୍ତି।

ବନ୍ଦ ପ୍ରଚ୍ଛଦପଟରେ ବିଜେଡି ରହିଛି ବୋଲି ଲେଖାଶ୍ରୀ ଅଭିଯୋଗ ଆଣିଛନ୍ତି। ସୂଚନା ଅନୁଯାୟୀ, ତୈଳ ଦରର ଅହେତୁକ ବୃଦ୍ଧି ପ୍ରତିବାଦରେ ତଥା ଅନ୍ୟାନ୍ୟ ବିଭିନ୍ନ ପ୍ରସଙ୍ଗକୁ ନେଇ ଆଜି ରାଜ୍ୟ କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି। ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ରହିଥିବା ବେଳେ ଗାଡ଼ି ଚଳାଚଳ ମଧ୍ୟ ବନ୍ଦ ରହିଛି।

The post କେନ୍ଦ୍ର ନେଉଥିବା ଟିକସ ସୁଇସ ବ୍ୟାଙ୍କ ଯାଉନି, ବନ୍ଦ ପଛରେ ବିଜେଡି ଅଛି:  ଲେଖାଶ୍ରୀ appeared first on Odisha Reporter.



from Odisha Reporter https://ift.tt/3qoycGq

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages