ଚେନ୍ନାଇ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଘରୋଇ ଦଳ ପ୍ରଥମ ଇନିଂସରେ ୩୩୭ ରନରେ ଅଲଆଉଟ୍ ହୋଇଛି। ପ୍ରଥମ ଇନିଂସରେ ୨୪୧ ରନରେ ଆଗୁଆ ରହିବା ସତ୍ତ୍ୱେ ଇଂଲଣ୍ଡ ଭାରତକୁ ଫଲୋଅନ୍ ନଦେଇ ପୁଣିଥରେ ବ୍ୟାଟିଂ କରିଛି। ଭାରତ ପକ୍ଷରୁ ଆଜି ଯୁବ ଅଲରାଉଣ୍ଡର ୱାଶିଂଟନ୍ ସୁନ୍ଦର ଚମତ୍କାର ବ୍ୟାଟିଂ କରି ୮୫ (୧୩୮ ବଲ୍, ୧୨ ଚୌକା, ୨ ଛକା) ରନର ଅପରାଜିତ ଇନିଂସ୍ ଖେଳିଛନ୍ତି। ତାଙ୍କୁ ଭରପୂର ସାଥ୍ ଦେଇଥିଲେ ରବିଚନ୍ଦ୍ରନ୍ ଅଶ୍ୱିନ୍, ଯିଏ ୩୧ ରନର ମହତ୍ତ୍ୱପୂର୍ଣ୍ଣ ଇନିଂସ୍ ଖେଳିଛନ୍ତି।
ଉଭୟ ସୁନ୍ଦର ଓ ଅଶ୍ୱିନ୍ ସପ୍ତମ ୱିକେଟ୍ ପାଇଁ ୮୦ ରନର ପାର୍ଟନରଶିପ୍ କରି ଭାରତର ସ୍କୋରକୁ ୩୦୦ ଅତିକ୍ରମ କରାଇଥିଲେ। ସୁନ୍ଦର ଶେଷ ପର୍ଯ୍ୟନ୍ତ ଅପରାଜିତ ରହିଥିବା ବେଳେ ତାଙ୍କୁ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସହଯୋଗ କରିନାହାନ୍ତି। ଲୋୟର୍ ଅର୍ଡରରେ ଶାହବାଜ ନଦୀମ ଓ ଯଶପ୍ରୀତ ବୁମ୍ରା ଖାତା ଖୋଲିପାରି ନଥିବା ବେଳେ ଈଶାନ୍ତ ଶର୍ମା ୪ ରନ୍ କରି ଆଉଟ୍ ହୋଇଛନ୍ତି।
ଇଂଲଣ୍ଡ ପକ୍ଷରୁ ଡମ୍ ବେସ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଜେମ୍ସ ଆଣ୍ଡରସନ୍, ଜୋଫ୍ରା ଆର୍ଚର ଓ ଜ୍ୟାକ୍ ଲିଚ୍ ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଛନ୍ତି। ଜବାବରେ ଇଂଲଣ୍ଡ ୨ୟ ଇନିଂସର ପ୍ରଥମ ବଲରେ ଓପ୍ନର ରୋରୀ ବର୍ନସଙ୍କୁ ହରାଇଥିଲା। ବର୍ନସଙ୍କୁ ଭାରତର ଅଭିଜ୍ଞ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍ ପ୍ୟାଭିଲିୟନ୍ ପଠାଇଛନ୍ତି। ଡମ୍ ସିବଲେ ଓ ଡାନ୍ ଲରେନ୍ସ ବ୍ୟାଟିଂ କରୁଥିଲେ।
The post ଭାରତ ୩୩୭ ରନରେ ଅଲଆଉଟ୍, ଫଲୋଅନ୍ ଦେଲାନି ଇଂଲଣ୍ଡ appeared first on Odisha Reporter.
from Odisha Reporter https://ift.tt/3aPpsD0
No comments:
Post a Comment