ନୂଆଦିଲ୍ଲୀ: ସାଧାରଣତନ୍ତ୍ର ଦିବସ ଅବସରରେ ଦିଲ୍ଲୀରେ ହୋଇଥିବା ହିଂସାକାଣ୍ଡକୁ ନେଇ ଦିଲ୍ଲୀ ପୁଲିସ୍ ଏବେ ଆକ୍ସନ ମୁଡକୁ ଆସିଛି। ଏହି ଘଟଣାକୁ ନେଇ ପୁଲିସ୍ ବଡ଼ ଘୋଷଣା କରି ଦୀପ ସିଦ୍ଧୁ ସମେତ ଦିଲ୍ଲୀ ହିଂସାର ୮ ଅଭିଯୁକ୍ତଙ୍କ ଉପରେ ପୁରସ୍କାର ରାଶିର ଘୋଷଣା କରିଛି। ଦିଲ୍ଲୀ ପୁଲିସ୍ ଦୀପ ସିଦ୍ଧୁ, ଜୁଗରାଜ ସିଂହ, ଗୁରଜୋତ୍ ସିଂହ ଓ ଆଉ ଜଣଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି। ଅର୍ଥାତ୍ ଯେଉଁ ବ୍ୟକ୍ତି ଏମାନଙ୍କ ବିଷୟରେ ସୂଚନା ଦେବେ, ତାଙ୍କୁ ଏହି ପୁରସ୍କାର ରାଶି ମିଳିବ। ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ୍ ଜୟବୀର ସିଂହ, ବୁଟା ସିଂହ, ସୁଖଦେବ ସିଂହ ଓ ଇକବାଲ୍ ସିଂହଙ୍କ ବିରୋଧରେ ୫୦ହଜାର ଟଙ୍କାର ରାଶି ଘୋଷଣା କରିଛି।
ଦୀପ ସିଦ୍ଧୁଙ୍କ ବିରୋଧରେ ଜାନୁଆରୀ ୨୬ ତାରିଖରେ ସାଧାରଣତନ୍ତ୍ର ଦିବସ ଅବସରରେ ଲାଲକିଲ୍ଲାରେ ଶିଖ୍ ଧ୍ୱଜା ଉଡାଇବା ସହ ହିଂସାକାଣ୍ଡ ପାଇଁ ଉସୁକାଇବା ଅଭିଯୋଗ ହୋଇଛି। ଯାହା ପରଠାରୁ ଦୀପ ସିଦ୍ଧୁ ଫେରାର ଅଛନ୍ତି ଏବଂ ଦିଲ୍ଲୀ ପୁଲିସ୍ ତାଙ୍କୁ ଖୋଜୁଛି। ତେବେ ଏହାରି ଭିତରେ ଦୀପ ସିଦ୍ଧୁ ଲଗାତର ଫେସବୁକରେ ନିଜର ଭିଡିଓ ପୋଷ୍ଟ କରି ସଫେଇ ଦେଇଛନ୍ତି।
ଦୀପ କହିଛନ୍ତି ଯେ ସେ କିଛି ଭୁଲ୍ କରିନାହାନ୍ତି କି ନା କାହାକୁ ଉସୁକାଇଛନ୍ତି। ଚାଷୀ ନେତାଙ୍କ ଦ୍ୱାରା ତାଙ୍କୁ ଫସାଯାଉଥିବା ଦୀପ କହିଛନ୍ତି। ସେ ସମୟ ଆସିଲେ ପୁଲିସ୍ ଆଗରେ ନିଜକୁ ସରେଣ୍ଡର କରିବେ ବୋଲି କହିଛନ୍ତି। ଦିଲ୍ଲୀ ପୁଲିସ୍ ଲାଲକିଲ୍ଲା ହିଂସାକାଣ୍ଡ ମାମଲାରେ ଦୀପ ସିଦ୍ଧୁ ନାଁରେ ମାମଲା ଦାୟର କରିଛି।
The post ଦୀପ ସିଦ୍ଧୁଙ୍କ ସମ୍ବନ୍ଧରେ ସୂଚନା ଦେଲେ ମିଳିବ ଲକ୍ଷେ ଟଙ୍କା appeared first on Odisha Reporter.
from Odisha Reporter https://ift.tt/3cB6sur
No comments:
Post a Comment