ଶିକାର ପାଇଁ ଯାଇ ଟଳି ପଡ଼ିଲେ ଶିକାରୀ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Tuesday, February 2, 2021

ଶିକାର ପାଇଁ ଯାଇ ଟଳି ପଡ଼ିଲେ ଶିକାରୀ

ଧର୍ମଗଡ଼(ଇଙ୍ଗିତ ପଣ୍ଡା): ଶିକାର କରିବା ପାଇଁ ଯାଇ ଶିକାର ହେଲେ ଶିକାରୀ। ପଶୁ ଶିକାର ବେଳେ ବ୍ୟାକ୍ ଫାୟାର ହେବାରୁ ଘଟଣାସ୍ଥଳରେ ଟଳି ପଡ଼ିଲେ ଶିକାରୀ। ଏପରି ଅସ୍ୱାଭାବିକ ଘଟଣା କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଳକ ଅଞ୍ଚଳରେ ଆଜି ସକାଳେ ଘଟିଛି। ମୃତକ ହେଲେ ସବିଗୁଡ଼ା ଗାଁର ସୁରେନ୍ଦ୍ର ରାଉତ।

ସୂଚନା ଅନୁଯାୟୀ, ସୁରେନ୍ଦ୍ର ନିଜ ୪, ୫ ଜଣ ବନ୍ଧୁଙ୍କ ସହ ଆଜି ସକାଳେ ଶିକାର ନିମନ୍ତେ ଜୟପାଟନା ବ୍ଳକ କୁଲିଆମୁଣ୍ଡା ଜଙ୍ଗଲକୁ ଶିକାର ଉଦ୍ଦେଶ୍ୟରେ ଯାଇଥିଲେ। ମାତ୍ର ସେଠାରେ ବ୍ୟାକ୍‌ ଫାୟାର ହେବାରୁ ନିଜ ଗୁଳିରେ ହିଁ ଟଳି ପଡ଼ିଲେ ସୁରେନ୍ଦ୍ର।

ଘଟଣାସ୍ଥଳରୁ ଅନ୍ୟ ଶିକାରୀମାନେ ଖସି ପଳାଇଥିବାରୁ ସେମାନଙ୍କ ଟେର ପାଇପାରିନି ପୁଲିସ୍‌। ଖବର ପାଇ ଧର୍ମଗଡ଼ ଡିଏସ୍‌ପି ଓ ଜୟପୁର ଆଇଆଇସି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିବା ବେଳେ ନିକଟରେ ପଡ଼ିଥିବା ବନ୍ଧୁକକୁ ଜବତ କରିଛି ପୁଲିସ୍‌।  ମୃତ୍ୟୁର କାରଣ ଓ କିପରି ହେଲା ତାହାର ତଦନ୍ତ ଆରମ୍ଭ କରିଛି ପୁଲିସ୍‌।

The post ଶିକାର ପାଇଁ ଯାଇ ଟଳି ପଡ଼ିଲେ ଶିକାରୀ appeared first on Odisha Reporter.



from Odisha Reporter https://ift.tt/2O1sKex

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages