ରେକର୍ଡ ଛୁଇଁଲା ଫାସ୍‌ଟ୍ୟାଗ୍ ଟୋଲ୍ ଆଦାୟ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ରେକର୍ଡ ଛୁଇଁଲା ଫାସ୍‌ଟ୍ୟାଗ୍ ଟୋଲ୍ ଆଦାୟ

ନୂଆଦିଲ୍ଲୀ: ଫେବୃଆରୀ ୧୫ ତାରିଖ ବିଳମ୍ବିତ ରାତିରୁ ଜାତୀୟ ରାଜପଥରେ ଯାତାୟତ କରୁଥିବା ସମସ୍ତ ଯାନବାହନ ଉପରେ ଫାସଟ୍ୟାଗକୁ ବାଧ୍ୟତାମୂଳକ କରାଯାଇଥିଲା। ଏହି ଫାସଟ୍ୟାଗରୁ ଆଦାୟ ହୋଇଥିବା ଟଙ୍କା ସବୁ ରେକର୍ଡ ଭାଙ୍ଗି ଦେଇଛି। ନ୍ୟାଶନାଲ୍ ହାଇୱେ ଅଥରିଟି ଅଫ୍‌ ଇଣ୍ଡିଆ (NHAI)ର ରିପୋର୍ଟ ମୁତାବକ, ଫାସଟ୍ୟାଗ୍ ଜରିଆରେ ଦୈନିକ ଟୋଲ୍ ଆଦାୟ ପାଖାପାଖି ୧୦୪ କୋଟି ଟଙ୍କାର ରେକର୍ଡ ସ୍ତରରେ ପହଞ୍ଚିଛି।

NHAI ପକ୍ଷରୁ କୁହାଯାଇଛି, ଚଳିତ ସପ୍ତାହରେ ଟୋଲ୍ ଆଦାୟ ଦୈନିକ ୧୦୦ କୋଟି ଟଙ୍କାରୁ ଅଧିକ ରହିଛି। ଗତ ଫେବୃଆରୀ ୨୫ ତାରିଖରେ ଫାସଟ୍ୟାଗ୍ ଜରିଆରେ ଦୈନିକ ୬୪.୫ ଲକ୍ଷ ଟୋଲ୍ ସଂଗ୍ରହ କାରବାର ସହ ରେକର୍ଡ ୧୦୩.୯୪ କୋଟି ଟଙ୍କାର ଆଦାୟ ହୋଇଛି।

ଅନ୍ୟପକ୍ଷରେ ଶୁକ୍ରବାର ଫାସଟ୍ୟାଗକୁ ବାଧ୍ୟତାମୂଳକ କରିବା ବିରୋଧରେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିବା ଏକ ଆବେଦନ ଉପରେ ସୁପ୍ରିମ୍ କୋର୍ଟ ଶୁଣାଣି କରିବାକୁ ମନା କରିଦେଇଛନ୍ତି। ମୁଖ୍ୟ ବିଚାରପତି ଏସ. ଏ ବୋବଡେ, ବିଚାରପତି ବୋପାତ୍ରା ଓ ଜଷ୍ଟିସ୍ ବି. ରାମସୁବ୍ରମଣ୍ୟମଙ୍କ ତିନିଜଣିଆ ଖଣ୍ଡପୀଠ ଆବେଦନକାରୀଙ୍କୁ ଏହି ମାମଲାରେ ଦିଲ୍ଲୀ ହାଇକୋର୍ଟ ଯିବାକୁ କହିଛନ୍ତି। ଏହାସହ ସୁପ୍ରିମ୍ କୋର୍ଟ ଆବେଦନକାରୀଙ୍କୁ ଆବେଦନ ପ୍ରତ୍ୟାହାର କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ସୂଚନାଯୋଗ୍ୟ, ଗତ ୧୫ ତାରିଖ ମଧ୍ୟରାତ୍ରୀରୁ ସମସ୍ତ ଟୋଲଗେଟ୍‌ରେ ଲାଗୁ ହୋଇଛି ଫାସଟ୍ୟାଗର ନୂଆ ନିୟମ। କେନ୍ଦ୍ର ପରିବହନ ମନ୍ତ୍ରାଳୟ ପକ୍ଷରୁ ଏନେଇ ଏକ ନିର୍ଦ୍ଦେଶନାମା ଜାରି କରାଯାଇଛି। ଚଳିତ ବର୍ଷ ଆରମ୍ଭରୁ ଚାରି ଚକିଆ ସମେତ ଭାରିଯାନ ଗୁଡ଼ିକ ପାଇଁ ଫାସ୍‌ଟ୍ୟାଗ୍ ନିୟମ ଲାଗୁ କରିବାକୁ ଯୋଜନା କରିଥିଲେ କେନ୍ଦ୍ର ସରକାର। ପରବର୍ତ୍ତୀ ସମୟରେ ଏହାର ଅବଧି ବଢ଼ାଇଦେଇଥିଲେ। ଏହାପୂର୍ବରୁ ପଞ୍ଜିକରଣ ସମୟ ସୀମାକୁ ଏକାଧିକ ଥର ବୃଦ୍ଧି କରାଯାଇଥିଲା। ଗାଡ଼ିରେ ଫାସଟ୍ୟାଗ୍ ଲଗାଇଥିଲେ ଏବଂ ସକ୍ରିୟ ଥିଲେ ଅଧିକ ଟଙ୍କା ଗଣିବାକୁ ପଡ଼ିବନି କି ଟୋଲ୍ ଗେଟ୍ ଗୁଡ଼ିକରେ ଲମ୍ବାଲାଇନ୍‌ରେ ରହିବାକୁ ପଡ଼ିବନି।

The post ରେକର୍ଡ ଛୁଇଁଲା ଫାସ୍‌ଟ୍ୟାଗ୍ ଟୋଲ୍ ଆଦାୟ appeared first on Odisha Reporter.



from Odisha Reporter https://ift.tt/3uDwYd8

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages