ପୋଲରେ ପିଟି ହୋଇ ଜଳି ଗଲା କାର୍ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, February 27, 2021

ପୋଲରେ ପିଟି ହୋଇ ଜଳି ଗଲା କାର୍

ଦେବଗଡ(ସିଦ୍ଧାର୍ଥ ଗୁରୁ): ପୋଲରେ ପିଟି ହେଲା କାର୍, ଚାହୁଁ ଚହୁଁ ଜଳିଗଲା। ନିଆଁ ଏତେ ଭୟଙ୍କର ଥିଲା ଯେ, କାରଟି ସମ୍ପୂର୍ଣ୍ଣ ପୋଡି ନଷ୍ଟ ହୋଇଯାଇଛି। ଦେବଗଡ କୁଶପଙ୍ଗା ଗାଁ ନିକଟରେ ଘଟିଛି ଏଭଳି ଦୁର୍ଘଟଣା। ଏଥିରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସୂଚନା ମୁତାବକ, ଗତକାଲି ରାଞ୍ଚି- ବିଜୟୱାଡ଼ା ରାଜପଥରେ କାରଟି ଯାଉଥିବା ବେଳେ ଭାରସାମ୍ୟ ହରାଇ ଏକ ପୋଲରେ ପିଟି ହୋଇଥିଲା। ଫଳରେ କାରରେ ନିଆଁ ଲାଗି  ଯାଇଥିଲା। କାରରେ ଥିବା ଦୁଇ ଜଣ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ଦେବଗଡ ଜିଲା ମୂଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ପରେ ଉଭୟଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।  ଗୁରୁତର ଦୁଇ ଜଣ ହେଲେ ଋଷଭ ନାୟକ ଓ ସୌମ୍ୟ ରଞ୍ଜନ ଦାସ। ଉଭୟ ଭୂଷଣ କାରଖାନାର କର୍ମଚାରୀ ବୋଲି ଜଣାପଡ଼ିଛି ।

The post ପୋଲରେ ପିଟି ହୋଇ ଜଳି ଗଲା କାର୍ appeared first on Odisha Reporter.



from Odisha Reporter https://ift.tt/3sA4n6B

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages