ମାଲକାନଗିରି(ଜିତେନ୍ଦ୍ର ବେଉରା): ଛପି ଛପି ଆସିଲା ମୃତ୍ୟୁ। । ଆଗକୁ କ’ଣ ଘଟିବ କିଛି ବୁଝିବା ପୂର୍ବରୁ ସବୁଦିନ ପାଇଁ ସାଙ୍ଗରେ ନେଇ ଚାଲିଗଲା। ଗାଧୋଉଥିବା ବେଳେ ଟିକିଏ ଅସାବଧନତା କାରଣରୁ ପାଣିରେ ଖସି ଚାଲିଗଲା ଜୀବନ। ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ବେଜାଙ୍ଗିବାଡ଼ା ପଞ୍ଚାୟତର ବେହେରାଗୁଡା ନିକଟରେ ଥିବା ୱାଟର ଫଲ୍ରେ ଏମିତି ଏକ ଅଭାବନୀୟ ଘଟଣା ଘଟିଛି। ମୃତ ଯୁବକ ଜଣକ ହେଉଛନ୍ତି ଗମ୍ପାକୋଣ୍ଡା ପଞ୍ଚାୟତ ଅନ୍ତର୍ଗତ ଏମ୍.ପି.ଭି:- ୨୬ ଗ୍ରାମର ବିଜୁ ମଣ୍ଡଳ।
ସୂଚନା ଅନୁଯାୟୀ, ବିଜୁ ତାଙ୍କ ସାଙ୍ଗ ମାନଙ୍କ ସହ ବେହେରାଗୁଡା ୱାଟର ଫଲରେ ଆଜି ବୁଲିବାକୁ ଯାଇଥିଲେ । ଜଳ ପ୍ରପାତରେ ବିଜୁ ଗାଧୋଇ ମଜା ନେଉଥିଲେ। କିଛି ବାଟ ଭାସି ମଜା ନେଉଥିବା ବେଳେ ସୁଅ ମୁହଁରେ ଭାସି ଯାଇ ଗଭୀର ଜଳକୁ ଖସି ପଡ଼ିଥିଲେ।
ପରେ ପଥରରେ ବାଡେଇ ହୋଇ ଭାସି ଯାଇଥିଲେ । ତୁରନ୍ତ ସାଙ୍ଗ ମାନେ ବିଜୁକୁ ଉଦ୍ଧାର କରି ପ୍ରଥମେ ଏମ୍.ଭି. ୨୧ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ । ପ୍ରାଥମିକ ଚିକିତ୍ସାପରେ ଗୁରୁତର ଥିବାରୁ ତାଙ୍କୁ ମାଲକାନଗିରି ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। ସେଠାରୁ ପୁଣି କୋରାପୁଟ ନେବା ବାଟରେ ମାଥିଲି ଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହି ଖବର ପ୍ରଚାରିତ ହେବା ପରେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
The post ଛପି ଛପି ଆସିଲା ମୃତ୍ୟୁ… appeared first on Odisha Reporter.
from Odisha Reporter https://ift.tt/2NzvfnS
No comments:
Post a Comment